ଭୁବନେଶ୍ବର: ରାଜ୍ୟସଭାରେ ଉଠିଲା ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି । କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶାକୁ ଏହି ମାନ୍ୟତା ପ୍ରଦାନ ପାଇଁ ଦାବି କରିଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ନିକଟରେ ପ୍ରଳୟଙ୍କରୀ ବାତ୍ୟା ଫନିର ପ୍ରଭାବରେ ଓଡିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନର ଅନ୍ୟତମ ମାପକାଠୀ ଭାବେ ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ଗ୍ରହଣ କରିବାକୁ ସେ ଦାବି ରଖିଛନ୍ତି । କାରଣ ଓଡିଶା, ଆନ୍ଧ୍ରପ୍ରଦେଶ ଭଳି ଅନେକ ରାଜ୍ୟ ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦ୍ର ନିକଟରେ ଏହି ଦାବି ଉପସ୍ଥାପନା କରିସାରିଛନ୍ତି । ତେବେ ସସ୍ମିତଙ୍କ ସହ ଦଳମତ ନିର୍ବିଶେଷରେ ଅନେକ ସାଂସଦ ଓଡିଶା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟ ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନର ମାନଦଣ୍ଡରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ