ETV Bharat / city

High Court Bench Demand: ଗାନ୍ଧୀମାର୍ଗରେ ହକ ମାଗୁଛି କଳାକୋଟ - ପଶ୍ଚିମ ଓଡିଶା ଓକିଲ ସଂଘ

ଗାନ୍ଧୀ ମାର୍ଗରେ ଗର୍ଜିଲା ପଶ୍ଚିମ ଓଡିଶା ଓକିଲ ସଂଘ । ପଶ୍ଚିମ ଓଡ଼ିଶାର ଶହ ଶହ ଓକିଲ ମାନେ ଏକାଠି ହୋଇ ଲୋୟର ପିଏମଜି ରେ ଏକାଠି ହୋଇ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସରକାର ବିରୋଧୀ ନାରା ବାଜି । ଅଧିକ ପଢନ୍ତୁ

High Court bench Demand: ଗାନ୍ଧୀମାର୍ଗରେ ହକ ମାଗୁଛି କଳାକୋଟ

author img

By

Published : Sep 28, 2022, 10:55 PM IST

ଭୁବନେଶ୍ବର: ଜୋର ଧରିଛି ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଏନେଇ ଗାନ୍ଧୀ ମାର୍ଗରେ ଗର୍ଜିଲା ପଶ୍ଚିମ ଓଡିଶା ଓକିଲ ସଂଘ । ପଶ୍ଚିମ ଓଡ଼ିଶାର ଶହ ଶହ ଓକିଲ ସରକାରଙ୍କୁ ସେମାନଙ୍କର ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ।

High Court bench Demand: ଗାନ୍ଧୀମାର୍ଗରେ ହକ ମାଗୁଛି କଳାକୋଟ

ତେବେ ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାର ଓକିଲ ମାନେ ଏକାଠି ହୋଇ ଲୋୟର ପିଏମଜିରେ ଏକାଠି ହୋଇ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ରେ ସରକାର ବିରୋଧୀ ନାରାବାଜି କରିଥିଲେ । ସେମାନଙ୍କ ଦାବି ପୂରଣ ନେଇ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଆଲୋଚନା ଓ ପ୍ରତିଶୃତି ଦେଇଥିବା ବେଳେ ଏଯାବତ ଏହି ଦିଗରେ କୌଣସି କାର୍ଯ୍ୟକାରୀ ହୋଇନାହିଁ । ଏହାକୁ ନେଇ ସଂଘ ଉଦବେଗ ପ୍ରକାଶ କରିଥିବା ବେଳେ କାହିଁକି ଆମ ପ୍ରତି ସରକାର ଏଭଳି ବୈମାତୃକ ଭାବ ଦେଖାଉଛନ୍ତି ବୋଲି ଏନେଇ ଦାବି କରିଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାର ସ୍ବାର୍ଥକୁ ନଜରରେ ରଖି ସରକାର ଏ ଦିଗରେ କ୍ରିୟାଶୀଳ ହୁଅନ୍ତୁ ବୋଲି ଦାବି କରିଛି ସଂଘ ।

ତେବେ ଏନେଇ ଯଦି ଆଗାମୀ ଦିନରେ ସରକାର ସେମାନଙ୍କ ଦାବି ନ ଶୁଣନ୍ତି ଶୁଣନ୍ତି ବା ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେପଶ୍ଚିମ ଓଡିଶାରୁ ଆସି ଭୁବନେଶ୍ବରରେ ଆନ୍ଦୋଳନ କରିଥିବା ସଂଘ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରିବ । ଯାହାର ସ୍ବର ପୁରା ଓଡିଶାରେ ଶୁଣା ଯିବା ନେଇ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଓକିଲ ସଂଘର ଏହି ଆନ୍ଦୋଳନର ସମାଧାନକୁ ନେଇ ରାଜ୍ୟ ସରକାରଙ୍କ ସହ ତିନି ଆଇନ ମନ୍ତ୍ରୀ ଆଲୋଚନା କରିଛନ୍ତି । ଆଇନ ମନ୍ତ୍ରୀ ଜଗନାଥ ସାରକା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବଂ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସି ସେମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଆଲୋଚନା ବିଫଳ ହୋଇଥିଲା । ପରେ ପୁଣି ଲୋକସେବା ଭାବନାରେ ହୋଇଥିବା ଆଲୋଚନା ସଫଳ ହୋଇଛି । ଆଗାମୀ ଦିନରେ ସରକାର ସେମାନଙ୍କ ଦାବି କୁ ନେଇ ଖୁବ ଶୀଘ୍ର ନିଷ୍ପତି ନେବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନିଜେ ଏଥିପ୍ରତି ହସ୍ତକ୍ଷେପ କରିବେ । ସେପଟେ କିନ୍ତୁ ଦାବି ପୂରଣ ନ ହେବା ଯାଏଁ ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛି ସଂଘ ।

ସେହିପରି ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ସମ୍ବଲପୁରରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବାଦ ଦିବସ ପାଳନ କରାଯାଇଛି । ଏହାର ପ୍ରଭାବରେ ସମ୍ବଲପୁର ସହରର ସମସ୍ତ ସରକାରୀ ଅଫିସ, କୋର୍ଟ, କଚେରୀ ସବୁ ବନ୍ଦ ରହିଥିଲା । ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅବରୋଧ କରାଯାଇଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.