ETV Bharat / city

ଡେଲଟା ପ୍ଲସ୍ ଭାରିଏଣ୍ଟ ବିଶେଷ ଘାତକ ନୁହେଁ; ILS ନିର୍ଦ୍ଦେଶକ - ଭୁବନେଶ୍ବର ଖବର

ଡେଲଟା ପ୍ଲସ୍ ଭାରିଏଣ୍ଟ ଵିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତେବେ ଏହା ଦେବଗଡ଼ରେ ବ୍ୟାପୀ ସାରିଥାନ୍ତା ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

delta variant  varient is not vary dangerios says ils ajay parida
ଡେଲଟା ପ୍ଲସ୍ ଭେରିଏଣ୍ଟ ଵିଶେଷ ଘାତକ ନୁହେଁ; ଆଇଏଲଏସ
author img

By

Published : Jun 26, 2021, 1:33 PM IST

Updated : Jun 26, 2021, 3:00 PM IST

ଭୁବନେଶ୍ବର: ଡେଲଟା ପ୍ଲସ୍ ଭାରିଏଣ୍ଟ ଵିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତେବେ ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପୀ ସାରିଥାନ୍ତା ବୋଲି ILS ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି । ମାତ୍ର ଆମକୁ ସତର୍କ ରହିବାକୁ ପଡ଼ିବ । ଯେହେତୁ ସେ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ କୌଣସି କଣ୍ଟ୍ରାକ୍ଟ ଟ୍ରେସିଂର ଆବଶ୍ୟକ ନାହିଁ । ଆଇଏଲଏସରେ ଜାନୁଆରୀରୁ ଜେନମ ସିକ୍ୟୁଏନିସିଂ କରାଯାଇଥିଲା ।

ଡେଲଟା ପ୍ଲସ୍ ଭେରିଏଣ୍ଟ ଵିଶେଷ ଘାତକ ନୁହେଁ; ଆଇଏଲଏସ

ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଭଳି 4 ରାଜ୍ୟରୁ 3800 ସାମ୍ପୁଲ ଜେନମ ସିକ୍ୟୁଏନିସିଂ ପାଇଁ ସଂଗ୍ରହ କରାଯାଇଥିଲା । ସେଥ ମଧ୍ୟରୁ ଓଡ଼ିଶାରୁ 1100 ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମଗ୍ର ଦେଶରୁ 46 ହଜାର ସାମ୍ପୁଲ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ 48ଟି କେସ ସାମ୍ନାକୁ ଆସିଛି । ଯାହା ମାତ୍ର 0.01 ପ୍ରତିଶତ । ଆଗାମୀ ଦିନରେ ଏହା କେତେ ପ୍ରଭାବ ରଖିବ ତାହା ଉପରେ ରିସର୍ଚ୍ଚ ଚାଲିଛି । ମାତ୍ର ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ ।

ଯଦି ଆମେ ସତର୍କ ନ ରହିବା ତେବେ ଭାଇରସକୁ ଆମେ ଆମନ୍ତ୍ରଣ କରିବା ଭଳି ହେବ । ଅନଲକ ହେବା ପରେ ସମସ୍ତେ ନିୟମ ମାନନ୍ତୁ । ଅମାନିଆ ହେବା ଆମ ପାଇଁ ବିପଦ ସୃଷ୍ଟି କରି ପାରେ । ଭ୍ୟାକ୍ସିନ ନେବା ପରେ କେତେ ଲୋକ ସଂକ୍ରମିତ ହେଇଛନ୍ତି ତାହାର ତର୍ଜମା ଚାଲିଛି । ରାଜ୍ୟ ସରକାର ଗଠନ କରିଥିବା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ସେଥିରେ ସମସ୍ତ ଜିଲ୍ଲା ମାନଙ୍କୁ ରିପୋର୍ଟ ମଗାଯାଇଛି । ଆସନ୍ତା ସପ୍ତାହରେ ଦ୍ବିତୀୟ ବୈଠକ ବସିବ । ସମସ୍ତ ଡାଟାକୁ ବିଶ୍ଳେଷଣ କରିବା ପରେ ସେ ଦିଗରେ ଅଧିକ ଆଲୋଚନା କରାଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 26, 2021, 3:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.