ETV Bharat / city

ଦୀପଜ୍ୟୋତି ମୁଣ୍ଡ ବିଜେପି ଯୁବ ମୋର୍ଚ୍ଚାର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ - ଦୀପଜ୍ୟୋତି ମୁଣ୍ଡ

ପ୍ରକାଶ ପାଇଲା ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ନାମ ତାଲିକା । ଓଡିଶାରୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହେଲେ ଦୀପଜ୍ୟୋତି ମୁଣ୍ଡ । ଅଧିକ ପଢନ୍ତୁ...

ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହେଲେ ଦୀପଜ୍ୟୋତି ମୁଣ୍ଡ

author img

By

Published : Aug 24, 2021, 8:07 PM IST

ଭୁବନେଶ୍ବର: ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହେଲେ ଦୀପଜ୍ୟୋତି ମୁଣ୍ଡ । ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନ କ୍ରମେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ନାମ ତାଲିକା ଘୋଷଣା କରିଛନ୍ତି । ଓଡିଶାରୁ ଦୀପଜ୍ୟୋତି ମୁଣ୍ଡ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକାରେ ଦୀପଜ୍ୟୋତିଙ୍କୁ ସ୍ଥାନ ଦିଆଯାଇଥିବାରୁ ରାଷ୍ଟ୍ରୀୟ ସଭାପତି, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି । ରାଷ୍ଟ୍ରୀୟ ନେତୃବୃନ୍ଦ ସର୍ବଦା ଓଡିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଓଡିଶାର ଏକ ପ୍ରତିଭାବାନ ଯୁବ ନେତାଙ୍କୁ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା କରିବା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଏହା ରାଜ୍ୟର ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବୃଦ୍ଧି କରିବା ସହ ଦଳ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରେରଣା ଯୋଗାଇବ ବୋଲି ଇରାସିସ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.