ETV Bharat / city

Cyclone Alert: ଅବପାତରେ ପରିଣତ ହେଲା ଲଘୁଚାପ, ଆଜି ନେବ ବାତ୍ୟାର ରୂପ - ବାତ୍ୟା ଅପଡେଟ

ଗଭୀର ଅବପାତରେ(Deep Depression) ପରିଣତ ହେଲା ଲଘୁଚାପ । କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା । ଅଧିକ ପଢନ୍ତୁ

Cyclone Alert: ଅବପାତରେ ପରିଣତ ହେଲା ଲଘୁଚାପ, କିଛି ସମୟରେ ନେବ ବାତ୍ୟା ରୂପ !

author img

By

Published : May 8, 2022, 6:52 AM IST

Updated : May 8, 2022, 10:13 AM IST

ଭୁବନେଶ୍ବର: ଗଭୀର ଅବପାତରେ(Deep Depression) ପରିଣତ ହେଲା ଲଘୁଚାପ । ଏହା ଅଧିକ ଘନୀଭୁତ ହୋଇ ଆଜି(ରବିବାର) ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ଭୁବନେଶ୍ବର ଟ୍ବିଟ୍ କରି ସୂଚନା ଦେଇଛି । ଏବେ ଅବପାତଟି ପୁରୀ ଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ 1100 କିମି ଦୂରରେ କେନ୍ଦ୍ରୀଭୂତ ଅଛି । ବର୍ତ୍ତମାନ ଏହା ଘଣ୍ଟାପ୍ରତି 13 କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ବାତ୍ୟା ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

  • ସକ୍ରିୟ ହେଉଛି ଗଭୀର ଅବପାତ, କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା , ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ -ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ, ବର୍ତମାନ ଏହା ଘଣ୍ଟା ପ୍ରତି ୧୩ କମି ବେଗରେ ଉତ୍ତର -ପଶ୍ଚିମ ଦିଗରେ ଗତି କରୁଛି pic.twitter.com/laNpXKtXHI

    — Meteorological Centre, Bhubaneswar (@mcbbsr) May 8, 2022 " class="align-text-top noRightClick twitterSection" data=" ">
Cyclone Alert: ଅବପାତରେ ପରିଣତ ହେଲା ଲଘୁଚାପ, ଆଜି ନେବ ବାତ୍ୟାର ରୂପ

ଆସନ୍ତା ୧୦ ତାରିଖରୁ ବାତ୍ୟା ଦିଗ ପରିବର୍ତ୍ତନ କରିବ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ପୂର୍ବାନୁମାନ କରିଛନ୍ତି । ଲ୍ୟାଣ୍ଡଫଲ କରିବ ନାହିଁ ବାତ୍ୟା । ଏହା ସମାନ୍ତରାଳ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବ । ସ୍ଥଳଭାଗରୁ ୨୫୦ କିମି ଦୂରରେ ବାତ୍ୟା ଅତିକ୍ରମ କରିବ । ଏହା ପ୍ରଭାବରେ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷା ପବନ ଲାଗି ରହିବ । ଏହି ପରିପ୍ରେକ୍ଷୀରେ ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 8, 2022, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.