ETV Bharat / city

ଫାଷ୍ଟଫୁଡ୍ ଦୋକାନରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର - BBSR

ନୟାପଲ୍ଲୀ ଆଇଡି ମାର୍କେଟ ସ୍ଥିତ ଏକ ଫାଷ୍ଟଫୁଡ୍ ଦୋକାନରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ । ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଲା କମିଶନରେଟ ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 17, 2019, 7:27 PM IST

ଭୁବନେଶ୍ବର: ନୟାପଲ୍ଲୀ ଥାନା ନିକଟସ୍ଥ ଆଇଡି ମାର୍କେଟର ଏକ ଫାଷ୍ଟଫୁଡ୍ ଦୋକାନ ଭିତରୁ ମିଳିଲା ଜଣେ ଯୁବକଙ୍କ ଗଳିତ ମୃତଦେହ । ଶରୀରର ଅଧିକାଂଶ ଅଂଶ ପଚି ଯାଇଥିବା ଯୋଗୁଁ ତାଙ୍କର ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ହତ୍ୟା ନାଁ ଆତ୍ମହତ୍ୟା ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଯୁବକ ଜଣକ ସେହି ଫାଷ୍ଟ ଫୁଡ୍ ଦୋକାନରେ କାମ କରୁଥିଲେ । ତେବେ ପ୍ରାୟ 4 ଦିନ ଧରି ଦୋକାନ ବନ୍ଦ ରହିଥିଲା । ଭିତରୁ ପଚା ସଢ଼ା ଗନ୍ଧ ଆସିବାରୁ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚିବା ପରେ ଦୋକାନର ଭିତର ପଟୁ ତାଲା ପଡ଼ିଥିବା ଜାଣିବାକୁ ପାଇଥିଲା । ଶେଷରେ କବାଟ ଭାଙ୍ଗିବାରୁ ଭିତରୁ ମିଳିଥିଲା ଯୁବକଙ୍କର ମରଶରୀର ।

ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛି । ନୟାପଲ୍ଲୀ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡିସିପି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.