ETV Bharat / city

'ସ୍କୁଲ ଓ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ'

author img

By

Published : Oct 31, 2020, 5:17 PM IST

Updated : Oct 31, 2020, 5:44 PM IST

ଆସିଲା ଅନଲକ 6.0 ମାର୍ଗଦର୍ଶିକା, ଏହି ଅନଲକରେ ରାଜ୍ୟସରକାର ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ନଭେମ୍ବର ୧୬ରୁ ସ୍କୁଲ ଖୋଲିବା ନେଇ ସରକାର ଆଜି(ଶନିବାର) ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ସ୍କୁଲ ଓ ମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯିବ

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଜାରି ହୋଇଛି ଅନଲକ 6.0 । ରାଜଧାନୀ ଭୁବନେଶ୍ୱରରେ ସ୍କୁଲ କଲେଜ କେବେ ଖୋଲିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାର୍ଗଦର୍ଶିକା ଆସିଲା ପରେ ନିଷ୍ପତ୍ତି ନିଆଯିବ ବୋଲି ଆଜି(ଶନିବାର) ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ସ୍କୁଲ ଓ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ
ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ଼ଲାଇନରେ ନଭେମ୍ବର ୧୬ ପରେ ୯ମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବା ନେଇ ଘୋଷଣା କରାଯିବା ପରେ ଭୁବନେଶ୍ୱରରେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ସୂଚନା ଅନୁସାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୯ମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତ କରାଯାଉଛି, ଏହି ମାର୍ଗଦର୍ଶିକା ଜାରି ହେଲା ପରେ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯିବ । ତେବେ ଗଣଶିକ୍ଷା ବିଭାଗର ମାର୍ଗଦର୍ଶିକା ଉପରେ ନଜର ରଖିଛୁ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର କହିଛନ୍ତି ।

ସେହିପରି କାର୍ତ୍ତିକ ମାସ ଆରମ୍ଭ ହେଉଥିବାରୁ ଭୁବନେଶ୍ୱରରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବ କି ନାହିଁ ସେ ଦିଗରେ ଆଲୋଚନା କରାଯିବ, ମନ୍ଦିର ସେବାୟତ, ସାଧାରଣ ଜନତା ସମସ୍ତଙ୍କ ସହ ଆଲୋଚନା କରାଯାଇ ମତାମତ ନିଆଯିବା ପରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି କମିଶନର । ଭୁବନେଶ୍ୱରରେ ସଂକ୍ରମଣ ୧୦୦ ତଳକୁ ଖସି ଆସିଛି, ଭୁବନେଶ୍ୱରରେ ପୁନଃ ସଂକ୍ରମଣ ଏତେ ନାହିଁ, ହେଲେ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ସମସ୍ତ ଜନସାଧାରଣଙ୍କୁ କୋଭିଡ ନିୟମ ମାନି ଚାଲିବାକୁ ଅନୁରୋଧ କରୁଛୁ ।

https://etvbharatimages.akamaized.net/etvbharat/prod-images/9379853_pressm.png

ତେବେ ଭୁବନେଶ୍ବରରେ ସଂକ୍ରମଣ 100 ତଳକୁ ଖସିଛି, ପୁନଃ ସଂକ୍ରମଣର ସଂଖ୍ୟା ମଧ୍ୟ କମ୍ । ହେଲେ ସଂକ୍ରମଣ ଆଶଙ୍କା ରହିଥିବାରୁ ସମସ୍ତ ଜନସାଧାରଣଙ୍କୁ କୋଭିଡ ନିୟମ ମାନି ଚଳିବାକୁ ବିଏମସି କମିଶନର ପ୍ରେମ୍ ଚନ୍ଦ୍ର ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Oct 31, 2020, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.