ଭୁବନେଶ୍ବର: ଆସନ୍ତା ଜୁଲାଇ 1 ଯାଏଁ ଲାଗୁ ହେବ ନାହିଁ ପରିବହନ ନିୟମ । ଲକଡାଉନ ଯୋଗୁଁ ନୂଆ ପରିବହନ ଆଇନ ଲାଗୁ ହୋଇଥିଲେ ବି କାର୍ଯ୍ୟକାରୀ ହୋଇପାରିନାହିଁ । ଜୁଲାଇ 1 ଲକଡାଉନ ନେଇ ବିଚାରବିମର୍ଷ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ବର୍ତ୍ତମାନ ପାଇଁ ଏହା କୋହଳ ରଖା ଯାଇଛି । ଜୁଲାଇ 1 ପରେ ରାଜ୍ୟ ସରକାର ଲକଡାଉନ ନେଇ ନିଷ୍ପତ୍ତି ନେବେ । ସେହି ଅନୁସାରେ ପରିବହନ ବିଭାଗ ନିଷ୍ପତ୍ତି ନେବ । ଡିଏଲ, ଏଲଏଲ ଓ ଚେକିଂ ଧିମେଇ ଯାଇଛି । ଲକଡାଉନ ପରେ ଏହାକୁ କଡାକଡି ପାଳନ କରାଯିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ