ETV Bharat / city

ରାଜଧାନୀରେ କାହିଁକି ବଢୁଛି ସଂକ୍ରମଣ ? କାରଣ କହିଲେ DMET

ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଛି ସେଠି ଅଧିକରୁ ଅଧିକ ଫୋକସ୍ ଦିଆଯିବ ଏବଂ ଚେଷ୍ଟା କରାଯିବ କିଭଳି ଭାବରେ ସଂକ୍ରମଣ ସେହି ଜିଲ୍ଲା ଗୁଡିକରେ ହ୍ରାସ ପାଇବ ବୋଲି କହିଛନ୍ତି DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

author img

By

Published : Jul 27, 2021, 1:36 PM IST

ରାଜଧାନୀରେ କାହିଁକି ବଢୁଛି ସଂକ୍ରମଣ ? କାରଣ କହିଲେ ଡିଏମଇଟି

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ତଳ ଉପର ହେଉଛି । ରାଜ୍ୟର ଅନେକ ସ୍ଥାନରେ ଏବେବି ସଂକ୍ରମଣ ବଢିକି ରହୁଛି। ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଛି ସେଠି ଅଧିକରୁ ଅଧିକ ଫୋକସ୍ ଦିଆଯିବ। ଏବଂ ଚେଷ୍ଟା କରାଯିବ କିଭଳି ଭାବରେ ସଂକ୍ରମଣ ସେହି ଜିଲ୍ଲା ଗୁଡିକରେ ହ୍ରାସ ପାଇବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱର ଲୋକଙ୍କ ଯାତାୟତର ପେଣ୍ଠସ୍ଥଳୀ। ଦୈନିକ ହଜାର ହଜାର ଲୋକମାନଙ୍କ ଯାତାୟାତ ହେଉଛି। ଅଧିକ ଲୋକଙ୍କ ଯାତାୟତ ରହୁଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି । ତେଣୁ ଭୁବନେଶ୍ୱରରେ ଆମେ ସର୍ଭିଲାନ୍ସ ବଢ଼େଇଛୁ । ଆଶା କରିବା ଆଗକୁ ଏଠି ବି କମିବ । ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଭାବରେ ଅନଲକ ହେବ ।

ଯଦି ସେମିତି ଆବଶ୍ୟକ ନହୁଏ ତେବେ ଅନଲକ ହେବ ନାହିଁ । ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ । ତରବରିଆ ନିଷ୍ପତ୍ତି ନେଲେ ଆମ ପାଇଁ ବିପଦ ସୃଷ୍ଟି ହେବ। ଦେଶରେ ଯଦି କେଉଁଠି ସଂକ୍ରମଣ ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ । କାରଣ ପ୍ରତି ମହାମାରୀରେ ଏମିତି ଦେଖାଯାଇଛି ବୋଲି କହିଛନ୍ତି ଡିଏମଇଟି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.