ETV Bharat / city

କୁଆଖାଇ ନଦୀ ପଠାରୁ ମୃତଦେହ ଉଦ୍ଧାର, ବ୍ୟବଚ୍ଛେଦ ପାଇଁ ପଠାଗଲା AIIMS

author img

By

Published : Jul 22, 2021, 12:57 PM IST

Updated : Jul 22, 2021, 1:03 PM IST

ଭୁବନେଶ୍ୱର ଉପକଣ୍ଠ ମଞ୍ଚେଶ୍ୱର ଥାନା ବରିମୁଣ୍ଡ ବାଲିଯାତ୍ରା ପଡିଆରୁ ଅଧାପୋତା ମୃତଦେହକୁ ଗୁରୁବାର ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର
କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର

ଭୁବନେଶ୍ବର: କୁଆଖାଇ ନଦୀ ପଠାରୁ ଉଦ୍ଧାର ହେଲା ପୋତା ହୋଇଥିବା ମୃତଦେହ । ଭୁବନେଶ୍ୱର ଉପକଣ୍ଠ ମଞ୍ଚେଶ୍ୱର ଥାନା ବରିମୁଣ୍ଡ ବାଲିଯାତ୍ରା ପଡିଆରୁ ଅଧାପୋତା ମୃତଦେହକୁ ଗୁରୁବାର ଉଦ୍ଧାର କରାଯାଇଛି । ଆଜି (ଗୁରୁବାର) ସକାଳେ ସାଇଣ୍ଟିଫିକ ଟିମ ସହ କମିଶନରେଟ ପୋଲିସ ପହଁଚି ପାରିପାର୍ଶିକ ସ୍ଥିତି ପରଖିବା ସହ ମୃତଦେହକୁ ଖୋଳିକି ବାହାର କରିଛି । ଡିସିପି ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ଜଣେ ପୁରୁଷଙ୍କର ହୋଇଥିବା ଜଣାପଡିଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟା ଘଟଣା ସନ୍ଦେହ କରାଯାଉଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଯାଇଛି ।

ଡିସିପିଙ୍କ ସୂଚନା ଅନୁଯାୟୀ, ପୁରୁଷର ପରିଚୟ ମିଳିନାହିଁ । ବ୍ୟକ୍ତି ସଂପର୍କରେ କୌଣସି ସଠିକ ତଥ୍ୟ ମଧ୍ୟ ମିଳିନାହିଁ। ଯେହେତୁ ଦୁଇ ତିନି ଦିନ ହେବ ମୃତଦେହଟି ବାଲିରେ ପୋତି ହୋଇ ରହିଥିଲା ତେଣୁ ଚିହ୍ନଟ ପ୍ରକ୍ରିୟା ବିଳମ୍ଭ ହେବ । ମୃତଶରୀରଟି କୌଣସି ବାହାର ବ୍ୟକ୍ତିଙ୍କ ହୋଇଥାଇପାରେ । ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜାରି ରହିଛି । ମୃତଦେହ ଚିହ୍ନଟ ପରେ ଘଟଣାସ୍ଥଳରେ ଜବତ କପଡା ଓ ଚପଲ ତଦନ୍ତ ସହାୟକ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଅନ୍ୟପଟେ ଜାଣି ଜାଣି କେହି ବାଲାଯାତ୍ରା ନହେଉ ବୋଲି ବଦନାମ କରିବାକୁ ପ୍ରୟାସ କରୁଥିବା କହିଛନ୍ତି ଗ୍ରାମବାସୀ ।

କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର

ପ୍ରକାଶ ଥାଉକି, ବୁଧବାର ରାତିରେ କୁଆଖାଇ ନଦୀ ପଠାରେ ଅଜଣା ମୃତଦେହଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲା । ଗୁରୁବାର ସକାଳେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jul 22, 2021, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.