ETV Bharat / city

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ: କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ - କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ

କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସୁଦୂର କତାରରୁ ଓଡ଼ିଆ ଯୁବକଙ୍କ ମୃତଦେହ ଫେରି ପାରିଛି । ଅଧିକ ପଢ଼ନ୍ତୁ

dead body on an odia young man returned from qutar to india after the efforts of bjp leader Baijayant Panda
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ: କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ
author img

By

Published : Jan 3, 2022, 5:28 PM IST

Updated : Jan 3, 2022, 5:37 PM IST

ଭୁବନେଶ୍ବର: କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସୁଦୁର କତାରରୁ ଓଡ଼ିଆ ଯୁବକଙ୍କ ମୃତଦେହ ଫେରି ପାରିଛି । ଏହାକୁ ନେଇ ଯୁବକଙ୍କ ପରିବାର ପକ୍ଷରୁ ବୈଜୟନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଗତ ଡିସେମ୍ବର ୨୫ ତାରିଖରେ କତାରରେ କାମ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଯୁବକ ସଦାଶିବ ଦାସଙ୍କ ମୃତ୍ୟୁ ହୋଇଥିଲା ।

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ: କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଦଳା ସାହି ଗ୍ରାମର ସର୍ବେଶ୍ବର ଦାସଙ୍କ ଏକମାତ୍ର ପୁଅ ସଦାଶିବ ୯ ମାସ ହେଲା କତାରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଡିସେମ୍ବର ୨୫ ତାରିଖରେ କୌଣସି କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ସେଠାରେ ଅନ୍ୟ ଏକ କମ୍ପାନୀରେ କାମ କରୁଥିବା ଦିଲ୍ଲୀପ ଘଡାଇ ନାମକ ଯୁବକ ଏହାକୁ ନେଇ ସଦାଶିବଙ୍କ ପରିବାର ବର୍ଗଙ୍କୁ ଡିସେମ୍ବର ୨୬ ତାରିଖରେ ସୂଚନା ଦେଇଥିଲେ । ପୁଅ ମୃତଦେହକୁ ନିଜ ଗ୍ରାମକୁ ଫେରାଇ ଆଣିବାକୁ ସଦାଶିବଙ୍କ ବାପା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ ।

ଏହାପରେ ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ବୈଜୟନ୍ତ ପଣ୍ଡା ନିବେଦନ କରିଥିଲେ। ଫଳରେ ସଦାଶିବଙ୍କ ମୃତଦେହ ସୋମବାର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା । ବୈଜୟନ୍ତ ପଣ୍ଡା ସ୍ବର୍ଗତ ସଦାଶିବଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେପଟେ ପୁଅର ମୃତଦେହ ଫେରିବା ପରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସଦାଶିବଙ୍କ ପରିବାର ଲୋକେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jan 3, 2022, 5:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.