ETV Bharat / city

ବିନା ଲାଇସେନ୍ସରେ ଚାଲୁଛି ଡ୍ୟାନ୍ସ ବାର, BMC-ପୋଲିସକୁ ମିଳୁନି ସୁରାକ୍

author img

By

Published : Oct 28, 2021, 7:28 AM IST

ରାଜଧାନୀରେ ବିନା ଲାଇସେନ୍ସରେ ଚାଲୁଛି ଡ୍ୟାନ୍ସ ବାର । ହେଲେ ପାନ ଓ ଅଣ୍ଡା ଦୋକନୀଙ୍କ ଉପରେ ଦବଙ୍ଗଗିରି ଦେଖାଉଥିବା ପୋଲିସକୁ ମିଳୁନି ବେଆଇନ ଡ୍ୟାନ୍ସ ବାରର ସୁରାକ୍ । ସନ୍ଦେହରେ ପୋଲିସ ଓ ବିଏମସିର ଭୂମିକା । ଅଧିକ ପଢନ୍ତୁ...

ବିନା ଲାଇସେନ୍ସରେ ଚାଲୁଛି ଡ୍ୟାନ୍ସ ବାର, BMC-ପୋଲିସକୁ ମିଳୁନି ସୁରାକ୍
ବିନା ଲାଇସେନ୍ସରେ ଚାଲୁଛି ଡ୍ୟାନ୍ସ ବାର, BMC-ପୋଲିସକୁ ମିଳୁନି ସୁରାକ୍

ଭୁବନେଶ୍ବର: ରାଜଧାନୀରେ ମାଳମାଳ ପୋଲିସ କର୍ମଚାରୀ । ସାଇରନ ମାରି ସହର ସାରା ପଇଁତରା ମାରୁଛନ୍ତି । ବାର ଆଗରେ ଅମାନିଆଙ୍କୁ ତାଗିଦ କରୁଛନ୍ତି । ଅଥଚ ବିନା‌ ଲାଇସେନ୍ସରେ ଚାଲୁଥିବା ଡ୍ୟାନ୍ସ ବାର ବାବଦରେ ସୁରାକ ପାଉନାହାନ୍ତି ପୋଲିସ ବାବୁ । ବା‌ର ଚାଲୁଥିବା ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ଡ୍ୟୁଟି କରୁଥିଲେ ମଧ୍ୟ ବେଆଇନ ଡ୍ୟାନ୍ସ ବାର ଉପରେ ସ୍ଥାନୀୟ ପୋଲିସର ନଜର‌ ନାହିଁ । ତେବେ ପୋଲିସ ଜାଣିଶୁଣି ନୀରବତା ଅବଲମ୍ବନ କରୁଛି ନା ବାର୍ ମାଲିକଙ୍କ ପ୍ରତି ଅହେତୁକ ଅନୁକମ୍ପା ଯୋଗୁଁ ଏଭଳି ଚୁପ୍ ରହୁଛି ସେନେଇ ପ୍ରଶ୍ନ ଉଠିଛି । କେବଳ ପୋଲିସ ନୁହେଁ ବିଏମସି ମଧ୍ୟ ସାଜିଛି ନୀରବଦ୍ରଷ୍ଟା ।

ସହରରେ ପାଟ୍ରୋଲିଂ ପାଇଁ ଗାଡି ମିଳିଛି ଏବଂ ଦାୟିତ୍ବରେ ସ୍ପେଶାଲ ଟିମ୍ ମଧ୍ୟ ଅଛନ୍ତି । ମାତ୍ର ବେଆଇନ ଡ୍ୟାନ୍ସ ବାର ଚାଲୁଥିଲେ ମଧ୍ୟ ବାର ବନ୍ଦ କରିବାକୁ କାହାର ସାହସ ପାଉନି । ଛୋଟ ଛୋଟ ପାନ ଦୋକାନ, ରାସ୍ତା ଉପରେ ଥିବା ଅଣ୍ଡା ଦୋକାନୀ ଏବଂ ଠେଲା ଦୋକାନୀଙ୍କୁ କର୍ଫ୍ୟୁ କହି କେତେବେଳେ ଦବଙ୍ଗଗିରି ଦେଖାଉଛନ୍ତି ତ ଆଉ କେଉଁଠି ଗୋଇଠା ଓ ମାଡ ମାରିଥିବାର ନଜିର ରହିଛି । କିନ୍ତୁ ବଡ ବଡ ବିଲ୍ଡିଂ ଉପରେ ଚାଲୁଥିବା ଡ୍ୟାନ୍ସ ବାରରେ ପାଦ ରଖିବାକୁ ପୋଲିସ ଓ ବିଏମସି ଅଧିକାରୀଙ୍କ ଛାତି ଥରୁଛି । ଏହା ସାମ୍ନାକୁ ଆସିଛି ଯେତେବେଳେ ବେଆଇନ ବାର ଚାଲୁଥିବାର ଖୁଲାସା କରିଛି ଅବକାରୀ ଟିମ୍ ।

ଭୁବନେଶ୍ଵରରେ ୨୦୨୧ ପାଇଁ କୋଣସି ଡ୍ୟାନ୍ସ ବାରକୁ ଅନୁମତି ମିଳିନାହିଁ । ଅର୍ଥାତ ବିନା ଅନୁମତିରେ ପୋଲିସ ଠାରୁ ମ୍ୟୁଜିକାଲ ଲାଇସେନ୍ସ ନେଇ ବାର ମାଲିକ ଡ୍ୟାନ୍ସ ବାର ଚଲାଉଥିଲେ ବି ପୋଲିସ କୌଣସି କାର୍ଯାନୁଷ୍ଠାନ ନେଉନି । ସେପଟେ ଅବକାରୀ ଟିମ୍ ଚାହିଁ ବି କାର୍ଯାନୁଷ୍ଠାନ ନେଇପାରୁନି । କାରଣ ବାରରେ ପହଞ୍ଚିବା ପୂର୍ବରୁ ବାର ମାଲିକଙ୍କ ପାଖରେ ଖବର ପହଞ୍ଚି ଯାଉଛି । ତେଣୁ ବାର ମାଲିକଙ୍କ ସହ କିଏ ହାତ ମିଳାଇଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନପକ୍ଷେ ଏହି ଘଟଣାରେ ଅବକାରୀ ଅଧିକ୍ଷକ ଅସହାୟତା ପ୍ରକାଶ କରିବା ସହ କହିଛନ୍ତି, କମ୍ ମାନବ ସମ୍ବଳ ସହ ବିଭିନ୍ନ ବାର ଉପରେ ନଜର ରହିଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୧୩ଟି ବାର ଏବଂ ରେସ୍ତୁରାଁ ସହ ମଦ ଦୋକାନକୁ ଅନୁମତି ଅଛି । ହେଲେ କୌଣସି ଡ୍ୟାନସ ବାରକୁ ଅନୁମତି ଦିଆଯାଇ ନାହିଁ । ଦୀର୍ଘ ଦେଢ ବର୍ଷ ହେବ କୋଭିଡ ନିୟମ ଖିଲାପ କରି ବାର ମାଲିକ ବାର ଚଳାଇଛନ୍ତି । ରାତି ହେଲେ ନାଚଗୀତର ଆସର ଜମୁଛି । ପୂଜା ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରୁଥିବାବେଳେ କିନ୍ତୁ ଲାଇସେନ୍ସ ହୀନ ବାର ସମ୍ପର୍କରେ ପୋଲିସ କି ବିଏମସି ପାଖରେ ଖବର ରହୁନି । କେବଳ ଗଣମାଧ୍ୟମରେ ଖବର ପ୍ରସାରଣ ହେଲେ ଆକ୍ସନ ମୋଡକୁ ଆସୁଛନ୍ତି ପୋଲିସର ବରିଷ୍ଠ ଅଫିସର ।

ସେହିପରି ଅବକାରୀ ବିଭାଗର ଚଢାଉ ପରେ ବାର ମାଲିକଙ୍କୁ ତାଗିଦ୍ କରିଛନ୍ତି ଭୁବନେଶ୍ବର DCP । ଗୀତ ବଜାଇବା ପାଇଁ ଅନୁମତି ନେଇ ବାର ମାଲିକ ନିୟମ ଉଲ୍ଲଙ୍ଘନ କରୁଛନ୍ତି । ଯଦି ଆଗକୁ କୌଣସି ବାର ନିୟମ ଖିଲାପ କରନ୍ତି ତେବେ ଏଥର ମ୍ୟୁଜିକ ଲାଇସେନ୍ସ ରଦ୍ଦ ହେବ ବୋଲି DCP କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.