ଭୁବନେଶ୍ବର: ଓଡିଶା ଫେରିବ ଡାକୋଟା ବିମାନ । ବିମାନକୁ ଆଣିବା ପାଇଁ ପରିବହନ ବିଭାଗ ଜାରି କଲା ଟେଣ୍ଡର । ଖୁବଶୀଘ୍ର ଡାକୋଟା ବିମାନ ଫେରିବ ଓଡିଶା । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଅନରୋଡ ଆଣିବା ପାଇ ପରିବହନ ବିଭାଗ ଟେଣ୍ଡର ଜାରି କରିଛି । ଯେଉଁ ଟ୍ରାନସପୋଟେସନ ସଂସ୍ଥା ଏନେଇ ଡାକୋଟା ବିମାନ କଲିକତାରୁ ଆଣିବା ପାଇଁ ଚାହିଁବେ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେ ।
ଏଥିପାଇଁ ଟେଣ୍ଡର ବିଜ୍ଞପ୍ତି ବାହାରି ସାରିଥିବା ବେଳେ ଚଳିତ ମାସ ଶେଷ ତାରିଖ ଟେଣ୍ଡରରେ ଭାଗ ନେବା ପାଇଁ ସମୟ ସୀମା ଧାର୍ଯ୍ୟ ହୋଇଛି ।ବିଜୁ ବାବୁଙ୍କ ଡାକୋଟା ବିମାନ ଯାହାକି କୋଲକାତାରେ ପଡି ରହିଛି । ତେବେ ବିମାନ ଆଣିବା ପାଇଁ ପରିବହନ ବିଭାଗର ଟେଣ୍ଡର ପ୍ରକ୍ରିୟା ପରେ ବିମାନ ଆସିବା ନେଇ ଆଶା ସଂଚାର ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର