ETV Bharat / city

‘ସାଇକେଲ ଚଲାନ୍ତୁ, ଦେଶର ଅର୍ଥନୀତି ସୁଦୃଢ କରନ୍ତୁ’

author img

By

Published : Sep 29, 2019, 9:45 AM IST

ବିଶ୍ବ ହୃତପିଣ୍ଡ ଦିବସରେ ଆମ୍ରି ଡାକ୍ତରଖାନା ପକ୍ଷରୁ ଆୟୋଜିତ କରାଯାଇଛି ସାଇକ୍ଲୋଥନ୍ । ଏଥିରେ ଯୋଗ ଦେଇଛନ୍ତି ସିନେଷ୍ଟାର ଓ ରାଜନେତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି ହୃତପିଣ୍ଡ ବା ହାର୍ଟ। ଏହା ସୁସ୍ଥ ଓ ନିରୋଗ ରହିଲେ ମଣିଷ ସୁସ୍ଥ ରହିଥାଏ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ହୃଦଘାତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି, ଯାହା ଚିନ୍ତାର ବିଷୟ ତେଣୁ ଏଥିରୁ ରକ୍ଷା ପାଇଁ ଶରୀରକୁ ସୁସ୍ଥ ସୁନ୍ଦର ରଖିବା ଜରୁରୀ ଓ ନିୟମିତ ସାଇକେଲ ଚଲେଇବା ଉଚିତ୍ ବୋଲି କହିଛନ୍ତି ଓଡ଼ିଆ ସିନେଷ୍ଟାର ତଥା ପୂର୍ବତନ ଏମପି ଓ ଜଣେ ନିୟମିତ ସାଇକେଲ ଚଲାଳି ସିଦ୍ଧାନ୍ତ ମହାପାତ୍ର ।

ଆଜି ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ଆମ୍ରି ହସ୍ପିଟାଲ ପକ୍ଷରୁ ଆୟୋଜିତ ହୋଇଥିବା ସାଇକ୍ଲୋଥନରେ ଭାଗନେଇ ଥିବା ଶ୍ରୀ ମହାପାତ୍ର କହିଛନ୍ତି ଯେ, ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ ଆବଶ୍ୟକ। ଆଉ ସେଥିପାଇଁ ସାଇକେଲ ଏକ ଉପଯୁକ୍ତ ମାଧ୍ୟମ । ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗର ଉପଯୁକ୍ତ ବ୍ୟାୟାମ ହୋଇଥାଏ । ଖାଲି ଏତିକି ନୁହେଁ ଭାରତ ଏକ ବିକାଶ ଗତି କରୁଥିବ ଦେଶ ହୋଇଥିବାବେଳେ ଏଥିପାଇଁ ଏ ଦେଶର ଅର୍ଥନୀତି ମଧ୍ୟ ଗୁରୁତ୍ୱ ରଖେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପ୍ରତିଦିନ ଯଦି ଲୋକମାନେ ସାଇକେଲ ଚଳାଇବେ ତେବେ ତେଲ ପୋଡ଼ାରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି ତାହା ବଞ୍ଚିବା ସହିତ ପରିବେଶ ପ୍ରଦୂଷଣକୁ ଅନେକ ମାତ୍ରାରେ ରୋକାଯାଇ ପାରିବ। ଏହା ସହିତ ଟ୍ରାଫିକ ସମସ୍ୟାର ଅନେକ ସମାଧାନ ହେବା ସହିତ ଲୋକମାନଙ୍କୁ ନୂଆ ମୋଟରଯାନ ଆଇନରେ ହେଉଥିବା ଅସୁବିଧାରୁ ରକ୍ଷା ମିଳିବ ବୋଲି ସେ କହିଛନ୍ତି । ତେଣୁ ନିଜକୁ ସୁସ୍ଥ ରଖିବା ସହିତ ଦେଶକୁ ପ୍ରଗତି ପଥରେ ଆଗେଇ ନେବାକୁ ପ୍ରତିଦିନ ଲୋକମାନେ ସାଇକେଲ ଚଲାଇବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷେ ଆମ୍ରି ହସ୍ପିଟାଲର ଡାକ୍ତର ଡ଼ଃ ଜିତେନ୍ଦ୍ର ପଟ୍ଟନାୟକ ନିଜକୁ ଫିଟ୍ ରଖିବା ସହିତ ଜଟିଳ ରୋଗ ଆକ୍ରମଣ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ସାଇକେଲିଙ୍ଗ୍ ଏକ ଉତ୍ତମ ପଦକ୍ଷେପ ବୋଲି କହିଛନ୍ତି । ତେଣୁ ହସ୍ପିଟାଲ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି ପ୍ରୟାସ ହୋଇଥିବା ସେ କହିଛନ୍ତି ।

ବାଣୀବିହାର ନିକଟରୁ ବାହାରିଥିବା ଏହି ସାଇକ୍ଲୋଥନକୁ ଡିସିପି ଅନୁପ ସାହୁ, ସିନେ ଅଭିନେତା ଆକାଶ ଦାଶ ନାୟକ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଆମ୍ରି ହସ୍ପିଟାଲର ଉପସଭାପତି ଡ଼ଃ ଅନୁଜ ତିୱାରି , ସିନେ ଷ୍ଟାର ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହା ୟୁନିଟ-1ରେ ଥିବା ଆଦିବାସୀ ପଡିଆ ଠାରେ ଶେଷ ହୋଇଥିବା ବେଳେ ଏଥିରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକଯୁବତୀ ଓ ବୟସ୍କ ଲୋକମାନେ ଅନେକ ସଂଖ୍ୟାରେ ଯୋଗଦେଇଥିଲେ । ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥନକୁ ଆମରି ହସ୍ପିଟାଲ ପକ୍ଷରୁ ସୁନ୍ଦର ଭାବେ ପରିଚାଳନା କରାଯାଇଥିବାବେଳେ ଟ୍ରାଫିକ ପୋଲିସ ଏହାକୁ ସହଯୋଗ କରିଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି ହୃତପିଣ୍ଡ ବା ହାର୍ଟ।ଏହା ସୁସ୍ଥ ଇ ନିରୋଗ ରହିଲେ ମଣିଷ ସୁସ୍ଥ ରହିଥାଏ।କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ହୃଦଘାତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।ଯାହାକି ଭାରତ ଭଳି ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ।ତେଣୁ ଏଥିରୁ ରକ୍ଷା ପାଇବା ସହିତ ନିଜ ଶରୀରକୁ ସୁସ୍ଥ ସୁନ୍ଦର ରଖିବା ପାଇଁ ନିୟମିତ ସାଇକେଲ ଚାଳନା କରିବା ଉଚିତ ବୋଲି କହିଛନ୍ତି ଓଡ଼ିଆ ସିନେ ଷ୍ଟାର ତଥା ପୂର୍ବତନ ଏମପି ଓ ଜଣେ ନିୟମିତ ସାଇକେଲ ଚଳାଳୀ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର।

Body:ଆଜି ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ଆମରି ହସ୍ପିଟାଲ ପକ୍ଷରୁ ଆୟୋଜିତ ହୋଇଥିବା ସାଇକେଲଥନ ରେ ଭାଗନେଇ ଥିବା ଶ୍ରୀ ମହାପାତ୍ର କହିଛନ୍ତି ଯେ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ ଆବଶ୍ୟକ।ଆଉ ସେଥିପାଇଁ ସାଇକେଲ ଚାଳନା ଏକ ଉପଯୁକ୍ତ ମାଧ୍ୟମ।ଯାହାଦ୍ୱାରା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ର ଉପଯୁକ୍ତ ବ୍ୟାୟାମ ହୋଇଥାଏ।ଖାଲି ଏତିକି ନୁହେଁ ଭାରତ ଏକ ବିକାଶ ଗତି କରୁଥିବ ଦେଶ ହୋଇଥିବାବେଳେ ଏଥିପାଇଁ ଏଦେଶର ଅର୍ଥନୀତି ମଧ୍ୟ ଗୁରୁତ୍ୱରଖେ।ପ୍ରତିଦିନ ଯଦି ଲୋକମାନେ ସାଇକେଲ ଚଳାଇବେ ତେବେ ତେଲ ପୋଡ଼ାରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି ତାହା ରକ୍ଷା ପାଇପାରିବା ସହିତ ପରିବେଶ ପ୍ରଦୂଷଣ କୁ ଅନେକ ମାତ୍ରାରେ ରୋକାଯାଇ ପାରିବ।ଏହା ସହିତ ଟ୍ରାଫିକ ସମସ୍ୟାର ଅନେକ ସମାଧାନ ହେବା ସହିତ ଲୋକମାନଙ୍କୁ ନୂଆ ମୋଟରଯାନ ଆଇନ ରେ ହେଉଥିବା ଅସୁବିଧା ଯଥା ଫାଇନ ,ଚାଲାଣ ଆଦିରୁ ରକ୍ଷା ମିଳିବ ବୋଲି ସେ କହିଛନ୍ତି ।ତେଣୁ ନିଜକୁ ସୁସ୍ଥ ରଖିବା ସହିତ ଦେଶକୁ ପ୍ରଗତି ପଥରେ ଆଗେଇ ନେବାକୁ ପ୍ରତିଦିନ ଲୋକମାନେ ସାଇକେଲ ଚଳାଇବାକୁ ସେ ଅନୁରୋଧ କରିଛନ୍ତି।
ସେହିପରି ଆମରି ହସ୍ପିଟାଲ ର ଡାକ୍ତର ଡ଼ଃ ଜିତେନ୍ଦ୍ର ପଟ୍ଟନାୟକ ନିଜକୁ ଫିଟ ରଖିବା ସହିତ ଜଟିଳ ରୋଗ ଆକ୍ରମଣ ଠାରୁ ନିଜକୁ ଦୁରେଇ ରଖିବା ପାଇଁ ସାଇକ୍ଲିଙ୍ଗ ଏକ ଉତ୍ତମ ପଦକ୍ଷେପ ବୋଲି ସେ କହିଛନ୍ତି।ତେଣୁ ହସ୍ପିଟାଲ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି ପ୍ରୟାସ ହୋଇଥିବା ସେ କହିଛନ୍ତି।ବାଣୀବିହାର ନିକଟରୁ ବାହାରିଥିବା ଏହି ସାଇକ୍ଲୋଥନ କୁ ଡିସିପି ଅନୁପ ସାହୁ,ସିନେ ଅଭିନେତା ଆକାଶ ଦାଶ ନାୟକ,ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ,ଆମରି ହସ୍ପିଟାଲର ଉପସଭାପତି ଡ଼ଃ ଅନୁଜ ତିୱାରି ,ସିନେ ଷ୍ଟାର ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ପତାକା ହଲାଇ ଉଦ୍ଘାଟନ କରିଥିଲେ।ଏହା ୟୁନିଟ ଏକ ରେ ଥିବା ଆଦିବାସୀ ପଡିଆ ଠାରେ ଶେଷ ହୋଇଥିବା ବେଳେ ଏଥିରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକଯୁବତୀ ଓ ବୟସ୍କ ଲୋକମାନେ ଅନେକ ସଂଖ୍ୟାରେ ଯୋଗଦାନ କରିଥିଲେ।ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥନ କୁ ଆମରି ହସ୍ପିଟାଲ ପକ୍ଷରୁ ସୁନ୍ଦର ଭାବେ ପରିଚାଳନା କରାଯାଇଥିବାବେଳେ ଟ୍ରାଫିକ ପୋଲିସ ଏହାକୁ ସହଯୋଗ କରିଥିବା ଦେଖିବାକୁ ମିଳିଛି।
ବାଇଟ-ସିଦ୍ଧାନ୍ତ ମହାପାତ୍ର,
ବାଇଟ-ଡ଼ଃ ଜିତେନ୍ଦ୍ର ପଟ୍ଟନାୟକ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.