ETV Bharat / city

Cyclone Update: ଓଡିଶା ଉପକୂଳ ଛୁଇଁବନି ସମ୍ଭାବ୍ୟ ବାତ୍ୟା - ବାତ୍ୟା ଅପଡେଟ

ଓଡିଶା ସ୍ଥଳଭାଗ ଛୁଇଁବନି ସମ୍ଭାବ୍ୟ ବାତ୍ୟା, ସୂଚନା ଦେଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ

Cyclone Update From IMD: ସ୍ଥଳଭାଗ ଛୁଇଁବନି ସମ୍ଭାବ୍ୟ ବାତ୍ୟା

author img

By

Published : May 7, 2022, 6:42 PM IST

Updated : May 7, 2022, 8:36 PM IST

ଭୁବନେଶ୍ବର: ଟଳିଲା ବାତ୍ୟା ଭୟ, ଓଡିଶା ପାଇଁ ଆଶ୍ୱସ୍ତିକର ଖବର । ବାତ୍ୟା ଓଡିଶାର କୌଣସି ସ୍ଥଳଭାଗ ଛୁଇଁବ ନାହିଁ । କେବଳ ଓଡିଶା ଉପକୂଳ ଦେଇ ସମୁଦ୍ର ମଧ୍ୟରେ ଗତିକରିବ । ଫଳରେ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ(IMD) । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇସାରିଛି ।

ନିକୋବର ଦ୍ବୀପ ଠାରୁ ୧୮୦ କିଲୋମିଟର ଦୂରରେ ରହିଛି ଅବପାତ । ଏହା ଉତ୍ତର-ପୂର୍ବ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ଓଡିଶା ଉପକୂଳ ମୁହାଁ ହେବ । ତେବେ ଓଡିଶାର କୌଣସି ଉପକୂଳରେ ସ୍ଥଳଭାଗ ଛୁଇଁବ ନାହିଁ ବୋଲି ଆକଳନ କରିଛି IMD । ମାତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଶାନ୍ତ ରହିବ ।

ଲଘୁଚାପ ଅଧିକ ଘନିଭୁତ ହେଉଥିବାରୁ ପ୍ରଭାବରେ 10 ତାରିଖ ଠାରୁ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୯ ତାରିଖ ବେଳକୁ ଉପକୂଳ ଓଡିଶାରେ ଘଣ୍ଟାପ୍ରତି ପବନର ବେଗ ୬୫ରୁ ୭୫ ଓ ୧୦ ତାରିଖରେ ୭୦ରୁ ୮୦ କିଲୋମିଟର ମଧ୍ୟରେ ରହିବା ନେଇ ଆକଳନ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 7, 2022, 8:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.