ETV Bharat / city

CYCLONE JAWAD: ଆସୁଛି ବାତ୍ୟା ଜୱାଦ ! ଡିସେମ୍ବର ପ୍ରଥମ ସପ୍ତାହରେ ଛୁଇଁବ ସ୍ଥଳଭାଗ - ଦକ୍ଷିଣ ଆଣ୍ଡାମାନରେ ଲଘୁଚାପ କ୍ଷେତ୍ର

ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର(Low pressure Area) ନେଇପାରେ ବାତ୍ୟାର ରୂପ । ଯଦି ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ ତେବେ ବାତ୍ୟାର ନାମ 'ଜୱାଦ' ରଖାଯିବ(Cyclone Jawad) । ଅଧିକ ପଢନ୍ତୁ

CYCLONE JAWAD: ଆସୁଛି ବାତ୍ୟା ଜୱାଦ ! ଡିସେମ୍ବର ପ୍ରଥମ ସପ୍ତାହରେ ଛୁଇଁବ ସ୍ଥଳଭାଗ

author img

By

Published : Nov 28, 2021, 8:35 AM IST

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର(Low pressure Area) ନେଇପାରେ ବାତ୍ୟାର ରୂପ । ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ (IMD) ।

ଆସନ୍ତାକାଲି(ସୋମବାର) ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୪୮ ଘଣ୍ଟା ପରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି IMD । ଯଦି ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ ତେବେ ବାତ୍ୟାର ନାମ 'ଜୱାଦ' ରଖାଯିବ(Cyclone Jawad) ।

ତେବେ ବାତ୍ୟା 'ଜୱାଦ' ଓଡିଶା-ବାଂଲାଦେଶ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ସତର୍କ କରାଇଛି ପାଣିପାଗ ବିଭାଗ । ଯଦି ସମ୍ଭାବ୍ୟ ବାତ୍ୟା ହୁଏ ତେବେ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଡିସେମ୍ବର ୨ ରୁ ୩ ତାରିଖ ମଧ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଆସନ୍ତା ୪ କିମ୍ବା ୫ ମଧ୍ୟରେ ବଙ୍ଗୋପସାଗର ଉପକୂଳ ଛୁଇଁବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ କରାଯାଇଛି ।

ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ଦିଗ ଏବଂ ରୂପରେଖ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ କହିଛି । ଅନ୍ୟପଟେ 'ଜୱାଦ' ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ବିଭିନ୍ନ ସଂସ୍ଥା ଆକଳନ କରୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.