ETV Bharat / city

୧୪ କିମି ବେଗରେ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା 'ଗୁଲାବ'

author img

By

Published : Sep 25, 2021, 6:05 PM IST

୧୪ କିଲୋମିଟର ବେଗରେ ଆଗକୁ ବଢୁଛି ସମ୍ଭାବ୍ୟ ବାତ୍ୟା ଗୁଲାବ । ଅଧିକ ପଢନ୍ତୁ...

୧୪ କିମି ବେଗରେ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା 'ଗୁଲାବ'
୧୪ କିମି ବେଗରେ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା 'ଗୁଲାବ'

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା 'ଗୁଲାବ' ଘଣ୍ଟାକୁ ୧୪ କିମି ବେଗରେ ଆଗକୁ ବଢୁଛି । ଏହା ଗୋପାଳପୁର ଠାରୁ ୪୭୦ ଓ କଳିଙ୍ଗପଟନମଠାରୁ ୫୪୦ କିମି ଦୂରରେ ଅଛି । ଏହା ଆସନ୍ତା କାଲି ସଂଧ୍ୟା ସୁଦ୍ଧା ପଶ୍ଚିମକୁ ଗତି କରି ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସମୁଦ୍ରରେ ପବନର ବେଗ ୫୫ରୁ ୬୫ କିମି ପ୍ରତିଘଣ୍ଟା ରହିଛି । ଓଡିଶା ଗଞ୍ଜାମ, ଗଜପତି ଜିଲ୍ଲାରେ ଏହା ୭୫ରୁ ୮୫ କିମି ପ୍ରତି ଘଣ୍ଟା ସହ ଝଟକା ପବନର ସର୍ବାଧିକ ୯୫ କିମି ଘଣ୍ଟା ପ୍ରତି ରହିବ । ମତ୍ସଜୀବୀମାନଙ୍କୁ ସମୁଦ୍ର ସଂପୂର୍ଣ ବାରଣ କରାଯାଇଛି । ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି । ଲ୍ୟାଣ୍ଡଫଲ୍ ବେଳେ ଜୁଆର ଗଞ୍ଜମ ଜିଲ୍ଲାର ତଳି ଅଞ୍ଚଳରେ ସର୍ବାଧିକ ୫ ମିଟର ଉଚ୍ଚତା ଦେଖା ଦେଇପାରେ ।

ଆସନ୍ତାକାଲି ସର୍ବାଧିକ ବର୍ଷା ୭ ଜିଲ୍ଲାରେ ହେବାର ସମ୍ଭାବନା ରହିଛି । ୨୦ ସେମି ଊର୍ଦ୍ଧ୍ବ ବର୍ଷା ହେବ । ଭୂସ୍କଳନ, ଫ୍ଲାସ୍ ଫ୍ଳଡ୍ ସହିତ କଚ୍ଚା ରାସ୍ତା ଓ ଘର ଧୋଇଯିବାର ସମ୍ଭାବନା ରହିଛି। ଝଡ ପରଦିନ ଅର୍ଥାତ ୨୭ ତାରିଖରେ କିଛି ଜିଲ୍ଲା ଅଂରେଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ ତାରିଖରେ ସର୍ବାଧିକ ପ୍ରଭାବ ରହିବ । ଆଜି ଦିନ ୪ଟା ପରଠାରୁ ଉପକୂଳରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.