ETV Bharat / city

ଫନି ଯିବାର 6 ମାସ ପରେ...ସ୍ମାର୍ଟସିଟି ରାସ୍ତାକଡ ଦେଇଛି ଦମ୍ପତିଙ୍କୁ ଆଶ୍ରୟ

author img

By

Published : Nov 3, 2019, 10:44 PM IST

ଚାଲିଯାଇଛି ଫନି ଛାଡିଯାଇଛି ଦୁଃଖ। ଏବେ ବି ଏହି ଦୁଃଖରୁ ମୁକୁଳି ପାରିନାହାଁନ୍ତି ରାଜଧାନୀର ଗୋଟେ ପରିବାର। ଯାହାଫଳରେ ରାସ୍ତାକଡରେ ବିତୁଛି ଏହି ଦମ୍ପତୀଙ୍କ ଜୀବନ। ଅଧିକ ଖବର ପଢନ୍ତୁ...

ଫନି ପୋଛିନେଲା ଘର, ସ୍ମାର୍ଟସିଟିର ରାସ୍ତାକଡ ଦମ୍ପତି ଘର

ଭୁବନେଶ୍ବର: ଫନି ଉଜାଡିଦେଇଛି ଘର। ଏବେ ରାଜଧାନୀର ରାସ୍ତାକଡରେ ଜୀବନ କାଟୁଛନ୍ତି ଏହି ଦମ୍ପତିଙ୍କ । ସେଥିପାଇଁ ରାସ୍ତା କଡରେ ରୋଷେଇ, ବସ ଷ୍ଟପରେ ରାତ୍ରି ରହଣି। ଖରା,ବର୍ଷା ଓ ଶୀତ କାକରରେ କଟୁଛି ଏମିତି ଜୀବନ। ଏ ହେଉଛନ୍ତି ଖୋର୍ଦ୍ଧା ସାମନ୍ତରାପୁରର ମିଟୁ ମହାରଣା ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ।

ଫନି ପୋଛିନେଲା ଘର, ସ୍ମାର୍ଟସିଟିର ରାସ୍ତାକଡ ଦମ୍ପତି ଘର

ଗତ ଫନି ବାତ୍ୟାରେ ରସୁଲଗଡରେ ରହୁଥିବା ସମୟରେ ବସ୍ତି ଘର ଉଡିଯିବା ଓ ପାଣି ପଶିଯିବା ପରେ ଏବେ ଏମାନେ ହେଉଛନ୍ତି ବାର ଦୁଆର। ଆଶ୍ରୟସ୍ଥଳରୁ ତଡା ଖାଇବା ପରେ ଏବେ ରାସ୍ତାକଡରେ ନେଉଛନ୍ତି ଆଶ୍ରୟ। କାରଣ ଘରଟେ କରିବାକୁ ଆର୍ଥିକ ସମ୍ବଳ କି ସରକାରୀ ସୁବିଧା ସୁଯୋଗ ନାହିଁ। ଯାହାଫଳରେ ଏଜି ଛକ ନିକଟରେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରିଙ୍କ କ୍ବାଟର ପାଖରେ ରାସ୍ତା ଉପରେ କଟେ ଏହି ଦମ୍ପତୀଙ୍କ ଜୀବନ।

ତେବେ ଏହି ସର୍ବହରାଙ୍କ ପାଖରେ ଆଧାର କାର୍ଡ କି ପରିଚୟ ପତ୍ର ନଥିବାରୁ ସରକାରୀ ସୁବିଧାରୁ ଏମାନେ ବଞ୍ଚିତ। ନିତିଦିନ ସରକାରି ବାବୁ ଓ ନେତା ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀ ଉକ୍ତ ବାଟ ଦେଇ ଯିବାଆସିବା କରୁଥିଲେ ବି ସତେ ଯେପରି ଏମାନଙ୍କ ଉପରୁ ସମସ୍ତେ ନଜର ହଟାଇ ଦେଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଏଇ ଆମ ସ୍ମାର୍ଟସିଟି,ରାସ୍ତା କଡରେ ଜିବନ କାଟୁଛନ୍ତି ଦମ୍ପତିBody:

ଫନି ଉଜାଡିଦେଇଛି ଘର।ସରକାରି ସୁବିଧା ଏମାନଙ୍କ ପାଇଁ ଅପହଂଚ।ସେଥିପାଇଁ ରାସ୍ତା କଡରେ ରୋଷେଇ।ବସ ଷ୍ଟପରେ ରାତି ରହଣି।ଖରାହେଉ ବା ବର୍ଷା ଶିତ କାକରରେ କଟୁଛି ଏମିତି ଜିବନ।ଏ ହେଉଛନ୍ତି ଖୋର୍ଦା ସାମନ୍ତରାପୁରର ମିଟୁ ମହାରଣା ଓ ତାଙ୍କ ପତ୍ନୀ ଲକ୍ଷ୍ମି ।ଗତ ଫନି ବାତ୍ଯାରେ ରସୁଲଗଡରେ ରହୁଥିବା ସମୟରେ ବସ୍ତି ଘର ଉଡିଯିବା ଓ ପାଣିପଶିଯିବା ପରେ ଏବେ ଏମାନେ ହେଉଛନ୍ତି ବାର ଦୁଆର।ଆଶ୍ରୟସ୍ଥଳରୁ ତଡା ଖାଇବା ପରେ ଏବେ ରାସ୍ତାକଡରେ ନେଉଛନ୍ତି ଆଶ୍ରୟ।କାରଣ ଘରଟେ କରିବାକୁ ନାହିଁ ଆର୍ଥିକ ସମ୍ବଳ କି ସରକାରି ସୁବିଧା ସୁଯୋଗ।
ବାଇଟ-ମିଟୁ ମହାରଣା,ରାଜଧାନୀବାସି
ବାଇଟ-ଲକ୍ଷ୍ମି ମହାରଣା,ରାଜଧାନୀବାସି

ଏଜି ଛକ ନିକଟରେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରିଙ୍କ କ୍ବାଟର ପାଖରେ ଏମିତି କଟେ ରାସ୍ତା ଉପରେ ନିତିଦିନ ଏମାନଙ୍କ ଜିବନ।ଆଧାର କାର୍ଡ କି ପରିଚୟ ପତ୍ର ନଥିବାରୁ ସରକାରି ସୁବିଧାରୁ ଏମାନେ ବଂଚିତ।ନିତିଦିନ ସରକାରି ବାବୁ ଓ ନେତା ମନ୍ତ୍ରୀ ଏପରିକି ମୁଖ୍ଯମନ୍ତ୍ରୀ ଏଇବାଟ ଦେଇ ଯିବାଆସିବା କରୁଥିଲେ ବି ସତେ ଯେପରି ଏମାନଙ୍କ ଉପରୁ ହଟାଇଦିଅନ୍ତି ନଜର।

Conclusion:ବାଇଟ-ମିଟୁ ମହାରଣା,ରାଜଧାନୀବାସି
ବାଇଟ-ଲକ୍ଷ୍ମି ମହାରଣା,ରାଜଧାନୀବାସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.