ଭୁବନେଶ୍ବର: ରାଜଧାନୀର ପ୍ରମୁଖ ରେଳ ଷ୍ଟେସନ ଛାରଖାର କରିବା ପରେ ବିମାନ ବନ୍ଦର ମୁହାଁ ହୋଇଥିଲା ଫନି । ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହ ରେଳ ଷ୍ଟେସନର ର ନାମଫଳକ ମଧ୍ୟ ଉଡାଇ ନେଇଛି ଫନି । ବିମାନ ବନ୍ଦରର ହୋଡିଂ ଆଉ ପୂର୍ବପରି ଦେଖିବାକୁ ମିଳିନାହିଁ ।
ଫନିର ପ୍ରଭାବ କମିବା ପରେ ଏବେ ବିମାନ ବନ୍ଦରରେ ସଫେଇ କାର୍ଯ୍ୟ ଜାରି ରହିଛି । ଦୁଇ ଦିନ ତେଳେ ସ୍ମାର୍ଟ ସିଟି ଭୁବନେଶ୍ବରର ରୂପରେଖ ଯାହା ଥିଲା, ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇ ଜରାଜୀର୍ଣ୍ଣ ହୋଇ ପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ