ଭୁବନେଶ୍ବର: ଅତି ଭୀଷଣ ରୂପ ନେବ ବାତ୍ୟା 'ଅମ୍ଫାନ' । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଭୟଙ୍କର ରୂପ ନେବ । ଏବେ ପାରାଦୀପ ଠାରୁ ଦକ୍ଷିଣରେ ୯୬୦ କିମି ଦୂରରେ ରହିଛି ଅମ୍ଫାନ ।
ଦୀଘା ଠାରୁ ଦକ୍ଷିଣ ପଶ୍ଚିମରେ ୧୧୧୦ କିମି ଦୂରରେ ରହିଛି ଅମ୍ଫାନ । ଶେଷ ୬ ଘଣ୍ଟାରେ ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଛି ଅମ୍ଫାନ । ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ମୁଁହା ହୋଇ ଗତି କରିବ ।
ଦୀଘା ଓ ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ୨୦ ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ ପରେ ଭୟଙ୍କର ରୂପ ନେବ ବାତ୍ୟା ଅମ୍ଫାନ । ଏହାର ପ୍ରଭାବରେ ୧୯ ତାରିଖରେ ରାଜ୍ୟର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସହ ୬୫ ରୁ ୭୫ କିମି ବେଗରେ ପବନ ବହିବ । ସେହିପରି ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ପବନର ବେଗ ବୃଦ୍ଧି ପାଇବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ