ETV Bharat / city

ଝାଡଖଣ୍ଡରୁ ଲିଙ୍କ ପଠାଉଥିଲା ମାଷ୍ଟର ମାଇଣ୍ଡ, ଭୁବନେଶ୍ଵରରୁ ଠକୁଥିଲେ ୩ ସାଇବର ଠକ

କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକଙ୍କ ନେଟଓ୍ବର୍କର ଚେର। ଗିରଫ ୩ ଜଣିଆ ଗ୍ୟାଙ୍ଗ ରିମାଣ୍ଡରେ ଖୋଲିଲେ ଠକେଇର ଗୁମର। ମିଳିଲା ସାଇବର ଠକେଇ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡର ସୁରାକ୍। ଅଧିକ ପଢନ୍ତୁ

ଝାଡଖଣ୍ଡରୁ ଲିଙ୍କ ପଠାଉଥିଲା ମାଷ୍ଟର ମାଇଣ୍ଡ : ଭୁବନେଶ୍ଵରରୁ ଠକୁଥିଲେ ୩ ଜଣିଆ ସାଇବର ଠକ

author img

By

Published : Feb 4, 2022, 7:20 PM IST

Updated : Feb 4, 2022, 8:13 PM IST

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକଙ୍କ ନେଟଓ୍ବର୍କର ଚେର। ଗିରଫ ୩ ଜଣିଆ ଗ୍ୟାଙ୍ଗ ରିମାଣ୍ଡରେ ଖୋଲିଲେ ଠକେଇର ଗୁମର। ମିଳିଲା ସାଇବର ଠକେଇ ଗ୍ୟାଙ୍ଗ ମାଷ୍ଟର ମାଇଣ୍ଡର ସୁରାକ୍।

ଝାଡଖଣ୍ଡରୁ ଲିଙ୍କ ପଠାଉଥିଲା ମାଷ୍ଟର ମାଇଣ୍ଡ : ଭୁବନେଶ୍ଵରରୁ ଠକୁଥିଲେ ୩ ଜଣିଆ ସାଇବର ଠକ

କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି କିଭଳି ଏମାନେ ପାଉଥିଲେ ବ୍ୟାଙ୍କ କଷ୍ଟମରଙ୍କ ମୋବାଇଲ ଓ ଆକାଉଣ୍ଟର ଡିଟେଲ । ଏଭଳି ଡାଟା ଯୋଗାଉଥିବା ଦଲାଲର ବି ପରିଚୟ ପାଇଛି ଓଡିଶା କ୍ରାଇମବ୍ରାଞ୍ଚ। ତେବେ ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଏହି ୩ ଜଣିଆ ଠକ ଗ୍ୟାଙ୍ଗ ନାଁରେ ଏଯାବତ ୭ଟି ରାଜ୍ୟର ୫୫ଟି କେସରେ ସମ୍ପୃକ୍ତ ।

ଏନେଇ ସର୍ବାଧିକ ତେଲେଙ୍ଗାନାରେ‌ ଏହି ଗ୍ୟାଙ୍ଗ ବିରୋଧରେ ୪୫ଟି କେସ ହୋଇଥିବା ବେଳେ ନାମପାଲିର ଏକ ସ୍ଥାନରୁ ୩.୨୨ଲକ୍ଷ ଟଙ୍କା ଜଣେ ବ୍ୟକ୍ତିଙ୍କ ଠାରୁ ଠକି ନେଇଛନ୍ତି ଏ ଗ୍ୟାଙ୍ଗ । ଉତ୍ତରପ୍ରଦେଶରେ ୨ଟି କେସରେ ଥିବା ବେଳେ ଗୋରଖପୁରର ଖଜାନିରୁ ୩.୮୬ଲକ୍ଷ ଟଙ୍କା ସାଇବର ଠକେଇ ଅଭିଯୋଗ ରହିଛି। ସେହିପରି କର୍ଣ୍ଣାଟକରୁ ଗୋଟିଏ ଝାଡଖଣ୍ତରୁ ଦୁଇଟି ଦାଦ୍ରା ନଗର ହାବେଳିରୁ ଗୋଟିଏ ଉତ୍ତରାଖଣ୍ତରୁ ଦୁଇଟି ଓ ପଶ୍ଚିମବଙ୍ଗରୁ ଗୋଟିଏ କେସରେ ଏ ଗ୍ୟାଙ୍ଗର ହାତ ରହିଛି ।

ଏହାବି ପଢନ୍ତୁ : ଓଡିଶା ହୋମ ପ୍ରାଇଭେଟ ଲିମିଟେଡ଼ର ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ

ଏମାନେ ସାରା ଭାରତର ବିଭିନ୍ନ ରାଜ୍ୟରୁ ୫୦୦ଟି କେସରେ ସମ୍ପୃକ୍ତ ଅଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଅନୁମାନ କରୁଛି । ତଦନ୍ତ ହେଲେ ପୁରା ଘଟଣା ସାମ୍ନାକୁ ଆସିବ। ତେବେ ଆଗାମୀ ଦିନରେ କ୍ରାଇମବ୍ରାଞ୍ଚ ଟିମ ମୁମ୍ବାଇ ଯିବ। ବ୍ୟାଙ୍କ ଗ୍ରାହକଙ୍କ ଡାଟା ଯୋଗାଉଥିବା ଦଲାଲ ଯେକି ବ୍ୟାଙ୍କ ଗ୍ରାହାକର‌ ନମ୍ବର ଓ ଅକାକାଉଣ୍ଟ ନମ଼୍ଵର ଏହି ଠକଙ୍କୁ ଯୋଗାଉଥିଲା ସେନେଇ ତଦନ୍ତ କରିବ ।

ଏହି ୩ଜଣିଆ ଠକଙ୍କୁ ଅପରେଟ କରୁଥିବା ଝାରଖଣ୍ଡର ମାଷ୍ଟର ମାଇଣ୍ତ ଯେକି ଲିଙ୍କ ପଠାଇ ଏମାନଙ୍କ ଜରିଆରେ ଏସବିଆଇ ଗ୍ରାହାକଙ୍କୁ କେ ଓ୍ବାଇ ନାଁରେ ମେସେଜ କରି ଠକୁଥିଲେ‌। ତେବେ ଏହି ଗ୍ୟାଙ୍ଗ ବିରୋଧରେ ନାସନାଲ ସାଇବର କ୍ରାଇମ ରିପୋର୍ଟ ପୋର୍ଟାଲରେ ୧୭୧ଟି ଅଭିଯୋଗ ହୋଇଥିଲା‌ । ଯାହାକୁ ଆଧାର କରି କ୍ରାଇମବ୍ରାଞ୍ଚ ସୂଚନା ପାଇ ରସୁଲଗଡରୁ ଏହି ତିନି ଜଣିଆ ଗ୍ୟାଙ୍ଗକୁ ଗତ ୩୧ ତାରିଖରେ ରସୁଲଗଡ ଅଞ୍ଚଳରୁ ଧରିଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 4, 2022, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.