ETV Bharat / city

ସାଇବର ଠକଙ୍କ ଟାର୍ଗେଟରେ‌ ବ୍ୟବସାୟୀ: ବିଜନେସ ଡିଲ ଆଳରେ ଠକି ନେଲେ ଠକ - ବ୍ୟବସାୟୀଙ୍କ ଉପରେ ସାଇବର ଠକଙ୍କ ନଜର

ବ୍ୟବସାୟୀଙ୍କ ଉପରେ ସାଇବର ଠକଙ୍କ ନଜର । ସେୟାର‌ ଇନଭେଷ୍ଟମେଣ୍ଟ ଆଳରେ ଜଣେ ଯୁବ ବ୍ୟବସାୟୀଙ୍କ ଠୁ ସାଇବର ଠକ ଠକି ନେଇଛନ୍ତି ୨ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ସାଇବର ଠକଙ୍କ ଟାର୍ଗେଟରେ‌ ବ୍ୟବସାୟୀ: ବିଜନେସ ଡିଲ ଆଳରେ ଠକି ନେଲେ ଠକ

author img

By

Published : Jul 18, 2022, 7:37 PM IST

ଭୁବନେଶ୍ବର : ଏବେ ଆଉ ସାଧାରଣ ଲୋକ ନୁହେଁ । ଆର୍ଥିକ କାରବାର କରୁଥିବା ବ୍ୟବସାୟୀଙ୍କ ଉପରେ ସାଇବର ଠକଙ୍କ ନଜର । ଗୁଗୁଲରେ ଆଡ ଦେଇ ବିଜନେସ୍ କରୁଥିବା ବ୍ୟବସାୟୀଙ୍କ ଉପରେ ସତର୍କ ନଜର ରଖିଛନ୍ତି ସାଇବର ଠକ ।

ସାଇବର ଠକଙ୍କ ଟାର୍ଗେଟରେ‌ ବ୍ୟବସାୟୀ: ବିଜନେସ ଡିଲ ଆଳରେ ଠକି ନେଲେ ଠକ

ଏପରିକି ଅନଲାଇନ‌ ଟ୍ରେଡିଂ କରୁଥିବା ସେୟାର ଇନଭେଷ୍ଟରଙ୍କୁ ବି ଛାଡିନାହାନ୍ତି ଠକ । ସାଇବର ଥାନାରେ ହୋଇଥିବା ରିପୋର୍ଟ ପରେ ସାମ୍ନାକୁ ଆସିଛି ଦୁଇଟି ସାଂଘାତିକ ଘଟଣା । କିପରି ବ୍ୟବସାୟୀଙ୍କୁ ଠକି ନେଇଛନ୍ତି ଠକ ସାଇବର ଲୁଟେରା ।

ସୂଚନା ମୁତାବକ ସେୟାର‌ ଇନଭେଷ୍ଟମେଣ୍ଟ ଆଳରେ ଜଣେ ଯୁବ ବ୍ୟବସାୟୀଙ୍କ ଠୁ ସାଇବର ଠକ ଠକି ନେଇଛନ୍ତି ୨ ଲକ୍ଷ । ବିଏସଇ ଓ ନିଫ୍ଟ ଅପେକ୍ଷା ୟୁଏସ ଷ୍ଟକ ମାର୍କେଟରେ ଇନଭେଷ୍ଟ କଲେ ଭଲ ଲାଭ ମିଳିବାର ଲୋଭନୀୟ ଅଫର ଦେଇଥିଲେ । ଏନେଇ ଟଙ୍କାକୁ ଡଲାରରେ କନଭର୍ଟ କରି ପଠାଇବାକୁ କହି ଠକି ନେଇଥିଲେ ଠକ । ସାଇବର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଇନଭେଷ୍ଟର କିଶାନ କୁମାର‌ ବେହେରା ।

ସେହିପରି ଅନଲାଇନରେ ଆଡ୍ ଦେଉଥିବା ବ୍ୟବସାୟୀଙ୍କୁ ଏବେ କରିଛନ୍ତି ଶୀକାର । ଭୁବନେଶ୍ବର ପ୍ଲାଏ ଓ ଗ୍ଲାସ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କୁ ଚୁନା ଲଗାଇଛନ୍ତି ଠକ । ପ୍ରଥମେ ଠକ ଅନଲାଇନରେ ଆଡ ଦେଖି ସାମଗ୍ରୀ କିଣିବା ପାଇଁ ମାଗିଲେ କୋଟେସନ । ଆଉ କୋଟେସନ ମିଳିବା ପରେ ଅଧା ପେମେଣ୍ଟ କରିଦେବେ କହି ସାମଗ୍ରୀ ନେବାକୁ ଦେଲେ ଅର୍ଡର ।

ନିଜକୁ ସିଆଇଏସଫ କର୍ମଚାରୀ କହି ନଖରା ଠିକଣାରେ ମାଲ ପହଞ୍ଚାଇବାକୁ ଦେଲେ ଅର୍ଡର । ପରେ ପ୍ଲାଏ ବିଜନେସ ମ୍ୟାନଙ୍କୁ ପ୍ରଥମେ ୧ଟଙ୍କାର ୟୁପିଆଇ ପେମେଣ୍ଟ ପଠାଇ ଭରସା ଜିତିନେଲେ । ଏହାପରେ ସେହି ସମାନ‌ ତରିକାରେ ୪୯ ହଜାର ୯୯୯ଟଙ୍କା ଦେବା ପରିବର୍ତ୍ତେ ଲିଙ୍କ ପଠାଇ ବ୍ୟବସାୟୀଙ୍କ ଠାରୁ ଠକିନେଲେ ପାଖାପଖି ୫୦ ‌ହଜାର ଟଙ୍କା । ଯାହାକୁ ନେଇ ସାଇବର ଥାନାରେ ପତ୍ନୀଙ୍କ ସହ ଆସି ଅଭିଯୋଗ କରିଛନ୍ତି ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ଚୌଧୁରୀ । ସଇବର ଠକଙ୍କୁ ଧରିବା ନିମନ୍ତେ ସାଇବର ଥାନା ପକ୍ଷରୁ ତଦନ୍ତ କରାଯାଉଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.