ଭୁବନେଶ୍ବର: ରାଜଧାନୀରେ ଅପରେଟ ହେଉଛି ସାଇବର ଠକେଇ । ଭୁବନେଶ୍ଵରରେ ଠକ ଅପରେଟ କରୁଛି ଲୁଟପାଟର ସିକ୍ରେଟ ଡିଲ୍ । ମୋହରା ବନୁଛନ୍ତି ଦେହଲାଳସା ଥିବା ଗ୍ରାହକ । ଲୋକ ଲଜ୍ଜାରେ ସାମ୍ନାକୁ ଆସୁନି ଠକେଇ ଅଭିଯୋଗ । ଯାହାର ଗୁମର ଖୋଲିଛନ୍ତି ଜଣେ ସାଇବର ଠକର ପତ୍ନୀ, ଯିଏକି ନିଜ ପତି ଠାରୁ ଧୋକା ଖାଇବା ପରେ ପୋଲିସକୁ ଜଣାଇଥିଲେ । ହେଲେ ପୋଲିସ ସବୁ ଜାଣିଶୁଣି ରହିଥିଲା ଚୁପ । ଆଉ ଶେଷରେ ସ୍ବାମୀ କଳାକାରନାମାର ଟିକନିକ ଷ୍ଟିଙ୍ଗ କରି ମିଡ଼ିଆ ସାମ୍ନାରେ ଖୁଲାସା କରିଛନ୍ତି ସାଇବର ଠକର ପତ୍ନି ଲୋପାମୁଦ୍ରା ପାତ୍ର ।
ତାଙ୍କ କହିବାନୁସାରେ ଅନଲାଇନର ଏସକର୍ଟ ସର୍ଭିସ ନାଁରେ ଆଡ଼ ଦିଅନ୍ତି ତାଙ୍କ ସ୍ବାମୀ ।ଏଥିପାଇଁ କିଛି ସୁନ୍ଦର ତରୁଣୀଙ୍କ ଫଟୋକୁ ଅନଲାଇରେ ଅପଲୋଡ କରନ୍ତି, ଯାହାକୁ ଦେଖି ଦେହ ଲାଳସା ପ୍ରତି ଆଗ୍ରହ ପ୍ରକାଶ କରନ୍ତି ଗ୍ରାହକ । ଅନଲାଇନରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତି । ଏପରିକି ଯୁବତିଙ୍କ ଭିନ୍ନ ଫଟୋ ଦେଇ ହ୍ବାଟ୍ସଆପ ମେସେଜ ଜରିଆରେ ଡିଲ କରନ୍ତି, ଯାହାର ନାମ ଅନୁସାରେ ଗ୍ରାହକ ସିଲେକ୍ଟ କରେ ଯୁବତି । ଏଥିପାଇଁ ଅନଲାଇନରେ ଫିକ୍ସ ହୁଏ ରେଟ ସିଲେକ୍ଟ ହୁଏ ଯୁବତିଙ୍କ ସହ ସମୟ କାଟିବାର ସ୍ଥାନ ।
ଏପରିକି ଅନେକ ଭିଆଇପି ଭିଭିଆପିଙ୍କ ଡିମାଣ୍ଡ ଦେଖି ସିକ୍ୟୁରିଟି ଦୃଷ୍ଟିରୁ ଚୟନ କରାଯାଏ ଭଲ ଭଲ ହୋଟେଲ ଓ ଓୟୋ ଗେଷ୍ଟହାଉସ । ଫୋନରେ କନଫେରନସ କରାଇ ଯୁବତିଙ୍କ ସହ କଥା କରାଇ ଆଡ଼ଭାନସ୍ ମଗାନ୍ତି ଏହି ସାଇବର ଠକ ସ୍ବାମୀ ।ଏପରିକି ସିକୁରିଟି ଓ ଏସି ରୁମ ହୋମ ସର୍ଭିସ ପାଇଁ ଆଡଭାନସ ପେମେଣ୍ଟ ନାଁରେ ବୋକା ବନାଇ କରନ୍ତି ଅନଲାଇନ ଟ୍ରାଞ୍ଜାକ୍ସନ । ଆଉ ଓଟିପି ପାଇଲା ପରେ ଖାଲି କରିଦିଅନ୍ତି ଆକାଉଣ୍ଟ । ଯାହାର ସମସ୍ତ ତଥ୍ୟ ପ୍ରମାଣ ସହ ମିଡିଆ ସାମ୍ନାରେ ସତ ଓଗାଳିଛନ୍ତି ସାଇବର ଠକ ସୁଶାନ୍ତ ପାତ୍ର ଓରଫ ବାବୁ ପାତ୍ର ।
ତେବେ ସେହି ବ୍ୟକ୍ତି ଜଣକ ପୋଷ୍ଟାଲ ବିଭାଗରେ କାମ କରୁଥିବାରୁ ଅଫିସକୁ ଆସୁଥିବା ଡ଼କୁମେଣ୍ଟ ବା ଆଧାରକାର୍ଡ ଜରିଆରେ ବାହାରେ ଖୋଲନ୍ତି ଫେକ ବ୍ୟାଙ୍କ ଆକାଉଣ୍ଟ । ଯାହାକୁ ସହଯୋଗ କରନ୍ତି ତମାଣ୍ଡୋ ଅଞ୍ଚଳର ଜଣେ ଦଲାଲ ବା ବ୍ୟାଙ୍କ କର୍ମଚାରୀ । ସେହି ଫର୍ଜି ଆକାଉଣ୍ଟ ଜରିଆରେ ଠକେଇ ଟଙ୍କାକୁ ଉଇଡ଼୍ର କରି ମାଲମାଲ ହୁଅନ୍ତି ଓଡିଶାର ଏହି ସାଇବର ଠକ ସ୍ବାମୀ । ଯାହାର ଟିକନିକ ପ୍ରମାଣ ସହ ରାଜଧାନିରେ ଅପରେଟ ହେଉଥିବା ସାଇବର ଠକେଇ ଗ୍ୟାଙ୍ଗର ଖୁଲାସା କରିଛନ୍ତି ଜଣେ ମହିଳା ଏବଂ ଏଥିସହ ସେସବୁର ତଥ୍ୟ ମଧ୍ୟ ଦେଇଛନ୍ତି ।
ହେଲେ ଏସବୁ ଘଟଣା ନିଜ ସ୍ବାମୀଙ୍କ ଅତ୍ୟଚାର ପରେ ଅତିଷ୍ଠ ହୋଇ ତାଙ୍କ ବିରୋଧରେ ଖଣ୍ଡଗିରି ଥାନା ଓ ମହିଳା ଥାନାରେ ଅଭିଯୋଗ କରିଥିଲେ । ହେଲେ ଏତେ ଘଟଣା ସବୁ ଜାଣିଶୁଣି ତଦନ୍ତ କରି ମଧ୍ୟ ଘଟଣାକୁ ଚାପି ଦେଇଛନ୍ତି ଥାନାଧିକାରୀ ଠାରୁ ଆରମ୍ଭ କରି ଉପର ଅଫିସର ପର୍ଯ୍ୟନ୍ତ । ଯାହାକୁ ନେଇ ମହିଳାକୁ ନ୍ୟାୟ ଦେବାରେ ବିଫଳ ବୋଲି ଡିସିପି ଅଫିସରେ ଗର୍ଜନ କରି କହିଛନ୍ତି ମହିଳା ସାମାଜିକ କର୍ମୀ ।
ତେବେ ପ୍ରଶ୍ନ ଉଠୁଛି ଏପରି ଠକେଇ ଗ୍ୟାଙ୍ଗ ବିଷୟରେ ଜାଣି କାହିଁକି ମାମଲା ଚାପିଦେଲା ପୋଲିସ । ଏତେଦିନ ଧରି ସାଇବର ହେଲ୍ପ ଡେସ୍କ ଚାଲୁଥିଲେ ମଧ୍ୟ ଗୋଟିଏ ବି ସାଇବର ଅପରାଧ ଧରାନପଡିବା କ’ଣ ଦର୍ଶାଉଛି । ସାଇବର ଅପରାଧୀଙ୍କୁ ସୁରକ୍ଷା ଦେଉଛି କି ପୋଲିସ ? ଏନେଇ ଡିସିପି ଅଫିସରେ ଦିର୍ଘ ସମୟ ଅପେକ୍ଷା କରିଥିଲେ ବି ମିଡିଆକୁ ଦେଖି କୌଣସି ପ୍ରତିକ୍ରିୟା ନଦେଇ ପଳାଇଥିଲେ ଡିସିପି । ଅର୍ଥାତ ଏହା କେଉଁ ଦିଗକୁ ଇସାରା କରୁଛି, ସବୁ କିଛି ପୋଲିସ ଜାଣତରେ ଚାଲିନି ତ ? ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ