ETV Bharat / city

ସାଇବର ଅପରାଧ: ୪ ବର୍ଷରେ ୧୨୨ କୋଟି ଲୁଟ୍‌, ୨କୋଟି ଉଦ୍ଧାର

ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି । ଯେଉଁ ହାରରେ ଅପରାଧ ବଢୁଛି, ସେହି ହାରରେ ଏଥିରେ ରୋକ ଲଗାଇ ପାରୁନାହିଁ ଓଡ଼ିଶା ପୋଲିସ । ୨୦୧୮ରୁ ୨୦୨୨ ଏପ୍ରିଲ ମାସ ମଧ୍ୟରେ ରାଜ୍ୟରେ ପ୍ରାୟ ୧୨୨.୪୮ କୋଟି ଟଙ୍କା ଲୁଟ ହୋଇଛି । ଅଧିକ ପଢନ୍ତୁ

author img

By

Published : Jul 19, 2022, 8:04 AM IST

ବଢୁଛି ସାଇବର ଅପରାଧ
ବଢୁଛି ସାଇବର ଅପରାଧ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି । ଯେଉଁ ହାରରେ ଅପରାଧ ବଢୁଛି, ସେହି ହାରରେ ଏଥିରେ ରୋକ ଲଗାଇ ପାରୁନାହିଁ ଓଡ଼ିଶା ପୋଲିସ । ୨୦୧୮ରୁ ୨୦୨୨ ଏପ୍ରିଲ ମାସ ମଧ୍ୟରେ ରାଜ୍ୟରେ ପ୍ରାୟ ୧୨୨.୪୮ କୋଟି ଟଙ୍କା ସାଇବର ଅପରାଧୀ ଲୁଟିଥିବାବେଳେ ସେଥିରୁ ମାତ୍ର ୨.୮୭ କୋଟି ଟଙ୍କା ଉଦ୍ଧାର ହୋଇଛି । ବିଧାନସଭାରେ ସାଇବର ଅପରାଧ ନେଇ ଆସିଥିବା ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତର ରାଜ୍ୟ ସାଇବର ୱିଙ୍ଗର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦୁଇଟି ପ୍ରଶ୍ନର ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ, "୨୦୧୮ରୁ ୨୦୨୨ ଏପ୍ରିଲ ୩୦ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୧୨୨ କୋଟି ୪୮ ଲକ୍ଷ ୧୮ ହଜାର ୫୨ ଟଙ୍କାର ସାଇବର ଠକେଇ ହୋଇଛି । ସେଥିରୁ ୨ କୋଟି ୮୭ ଲକ୍ଷ ୯୪ ହଜାର ୮୯୬ ଟଙ୍କା ଉଦ୍ଧାର କରାଯାଇଛି । ଏହି ମାମଲାରେ ୨୪ଜଣ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ କରାଯାଇଛି ।" ଅନ୍ୟ ଏକ ପ୍ରଶ୍ନର ଉତ୍ତରେ କହିଛନ୍ତି, "୨୦୨୦ ମସିହାରୁ ୨୦୨୨ ଏପ୍ରିଲ ମାସ ମଧ୍ୟରେ ରାଜ୍ୟରେ ମୋଟ ୯୭.୩୦ କୋଟି ଟଙ୍କାର ସାଇବର ଠକେଇ ହୋଇଥିବାବେଳେ ସେଥିରୁ ୧ ପ୍ରତିଶତ ଟଙ୍କା ବି ଏହି ସାଇବର ଥାନା ଓ ବିଶେଷଜ୍ଞ ୱିଙ୍ଗ ଉଦ୍ଧାର କରିବାରେ ସକ୍ଷମ ହୋଇନାହାନ୍ତି । ଏହି ଅବଧି ମଧ୍ୟରେ ସାଇବର ଠକଙ୍କଠୁ ମାତ୍ର ୮୦.୨୦ ଲକ୍ଷ ଟଙ୍କାକୁ ଉଦ୍ଧାର ହୋଇପାରିଛି ।" ଅତ୍ୟାଧୁନିକ ଯନ୍ତ୍ରାଂଶ, କର୍ମଚାରୀଙ୍କୁ ପ୍ରଶିକ୍ଷଣ ଓ ୧୪ଟି ନୂଆ ଥାନା ଖୋଲା ଯାଇଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି ।

୨୦୨୦ ମସିହାରେ ମୋଟ ୧୯୩୧ଟି ସାଇବର ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୩୬୬ଜଣ ଗିରଫ ହୋଇଛନ୍ତି । ସେହି ବର୍ଷ ମୋଟ ୩୫.୦୭କୋଟି ଟଙ୍କାର ସାଇବର ଠକେଇ ହୋଇଥିବାବେଳେ ମାତ୍ର ୧୬.୫୯ଲକ୍ଷ ଟଙ୍କା ଉଦ୍ଧାର ହୋଇଛି । ସେହିପରି ୨୦୨୧ ମସିହାରେ ମୋଟ ୨୦୩୭ଟି ସାଇବର ଅପରାଧ ମାମଲାରେ ୪୨୫ଜଣ ଗିରଫ ହୋଇଛନ୍ତି । ମୋଟ ୪୦.୩୯କୋଟି ଟଙ୍କା ସାଇବର ଠକେଇ ହୋଇଛି ସେଥିରୁ ୨୭.୫୬ଲକ୍ଷ ଟଙ୍କା ଉଦ୍ଧାର ହୋଇଛି । ଅନ୍ୟପଟେ ୨୦୨୨ ଏପ୍ରିଲ ୩୦ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୫୬୫ଟି ସାଇବର ଅପରାଧ ମାମଲାରେ ୮୩ଜଣଙ୍କୁ ଗିରଫ କରାଯାଇଛି । ମୋଟ ୨୧.୮୪କୋଟି ଟଙ୍କାର ସାଇବର ଠକେଇ ହୋଇଥିବାବେଳେ ମାତ୍ର ୧୬.୦୪ଲକ୍ଷ ଟଙ୍କା ଉଦ୍ଧାର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.