ETV Bharat / city

ବଢୁଛି ସାଇବର କ୍ରାଇମ, ସ୍ବୀକାର କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

author img

By

Published : Feb 22, 2021, 4:57 PM IST

ରାଜ୍ୟରେ ବଢ଼ିବାରେ ଲାଗିଛି ସାଇବର ଅପରାଧ ସଂଖ୍ୟା। ବିଧାନସଭାରେ ଏହାକୁ ନେଇ ସ୍ବୀକାର କରିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। 2018ରେ 867ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା। ଅଧିକ ପଢ଼ନ୍ତୁ...

cyber crimes are raising in the state says ministry of state for home Dibya Shankar Mishra
ବଢୁଛି ସାଇବର କ୍ରାଇମ, ସ୍ବୀକାର କଲେ ଗୃହ ରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବଢ଼ିବାରେ ଲାଗିଛି ସାଇବର ଅପରାଧ ସଂଖ୍ୟା। ବିଧାନସଭାରେ ଏହାକୁ ନେଇ ସ୍ବୀକାର କରିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। ବିଗତ 3 ବର୍ଷ ମଧ୍ୟରେ ରାଜ୍ୟରେ 4 ହଜାର 237 ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ଏହି ଅତ୍ୟାଧୁନିକ ଅପରାଧ ରୋକିବାକୁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା କଥା ମଧ୍ୟ ସେ କହିଛନ୍ତି।

ରାଜ୍ୟରେ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଉଥିବା ସାଇବର ଅପରାଧକୁ ନେଇ ଗୃହରେ ପ୍ରଶ୍ନ ରଖିଥିଲେ ବିଜେଡି ବିଧାୟ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି। ଏହାର ଉତ୍ତର ରଖିବାକୁ ଯାଇ ରାଜ୍ୟରେ ସାଇବର ଅପରାଧ ବିଷୟରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। ପୋଲିସ ଏଭଳି ଅପରାଧ ଉପରେ କଡ଼ା ନଜର ରଖିଛି ବୋଲି କହିଛନ୍ତି ମନ୍ତ୍ରୀ।

ସାଇବର ଅପରାଧ ତଥ୍ୟ

2018ରେ 867ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ 258 ଜଣ ପୁରୁଷ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ 8ଜଣ ମହିଳା ଅପରାଧୀଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ 10 ଲକ୍ଷ 74 ହଜାର 127 ଟଙ୍କା ଜବତ କରାଯାଇଥିଲା।

ସେହିଭଳି 2019ରେ 1 ହଜାର 475ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା। ରୁଜୁ ହୋଇଥିବା ଅଭିଯୋଗ ଆଧାରରେ 339 ଜଣ ପୁରୁଷ ଓ 3 ମହିଳା ଅପରାଧୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟୁର 38 ଲକ୍ଷ 44 ହଜାର 667 ଟଙ୍କା ଜବତ ହୋଇଥିଲା।

ଗତବର୍ଷ ଅର୍ଥାତ 2020 ବର୍ଷ କୋରୋନା କାଳରେ ସର୍ବାଧିକ 1 ହଜାର 931 ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ 356 ପୁରୁଷ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ 10 ଜଣ ମହିଳା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟୁର 16 ଲକ୍ଷ 59 ହଜାର 662 ଟଙ୍କା ଜବତ କରାଯାଇଛି।

ରୁଜୁ ହୋଇଥିବା ସମସ୍ତ ସାଇବର ଅପରାଧ ମାମଲା ମଧ୍ୟରେ 1319ଟି ମହିଳାଙ୍କ ସମ୍ମାନ ହାନୀ ଅଭିଯୋଗ ରହିଛି। ସେଥି ମଧ୍ୟରେ ମୋଟ 2 ହଜାର 704ଟି ଅର୍ଥ ଠକେଇ ମାମଲା ରହିଛି। 974 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମାତ୍ର ଜଣଙ୍କୁ କୋର୍ଟଙ୍କ ପକ୍ଷରୁ ଦଣ୍ଡ ବିଧାନ ହୋଇଛି।

ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ, "ରାଜ୍ୟରେ ସାଇବର ଅପରାଧ ଉପରେ ରୋକ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଭଳି ଅପରାଧକୁ ରୋକିବାକୁ ଜନସଚେତନତା ସୃଷ୍ଟି କରାଯାଉଛି। ସାଧାରଣ ଜନତାଙ୍କ ମାର୍ଗଦର୍ଶନ କରାଯାଉଛି। ଗଣମାଧ୍ୟମ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଅଫିସିଆଲ୍ ୱେବସାଇଟ୍ www.odishapolicecidcb.gov.in ନାମରେ ଏକ ୱେବସାଇଟ ଖୋଲା ଯାଇଛି।"

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.