ETV Bharat / city

ବଢିଚାଲିଛି ସାଇବର କ୍ରାଇମ୍‌, ଇଣ୍ଟରନେଟ ବ୍ୟବହାର ବେଳେ ରୁହନ୍ତୁ ସତର୍କ - cyber crime increase in odisha

ସାବଧାନ! ମାତିଛନ୍ତି ସାଇବର ଠକ । ଆଖି ପିଛୁଳାକେ ଆପଣ ହେବେ ଶିକାର । ରୁହନ୍ତୁ ସତର୍କ, ଦିଅନ୍ତୁ ଇଣ୍ଟରନେଟ ପ୍ରତି ଧ୍ୟାନ। ଅଧିକ ପଢନ୍ତୁ...

cyber crime in odisha
ବଢିଚାଲିଛି ସାଇବର କ୍ରାଇମ୍‌, ଇଣ୍ଟରନେଟ ବ୍ୟବହାରବେଳେ ରୁହନ୍ତୁ ସତର୍କ
author img

By

Published : Jan 16, 2020, 2:49 PM IST

ଭୁବନେଶ୍ବର: ସାବଧାନ! ମାତିଛନ୍ତି ସାଇବର ଠକ । ଆଖି ପିଛୁଳାକେ ଆପଣ ହେବେ ଶିକାର । ରୁହନ୍ତୁ ସତର୍କ, ଦିଅନ୍ତୁ ଇଣ୍ଟରନେଟ ପ୍ରତି ଧ୍ୟାନ। ସ୍ମାର୍ଟଫୋନ ହେଉ କିମ୍ବା କମ୍ପ୍ୟୁଟର, ସବୁଠି ରହିଛି ଠକଙ୍କ ନଜର। ଟିକିଏ ଅସାବଧାନତା, ଦେଇପାରେ ବଡଧରଣର ଲସ।

ବଢିଚାଲିଛି ସାଇବର କ୍ରାଇମ୍‌, ଇଣ୍ଟରନେଟ ବ୍ୟବହାରବେଳେ ରୁହନ୍ତୁ ସତର୍କ

କାରଣ ଆପଣଙ୍କ ଅର୍ଥନୈତିକ କାରବାର, ବ୍ୟକ୍ତିଗତ ଇନଫର୍ମେସନ, ସୋସିଆଲ ଇମେଜ ଉପରେ ରହିଛି ସେମାନଙ୍କ ନଜର। ଅଜଣା ନମ୍ବରରୁ ଲିଙ୍କ୍‌ ଓ ଲୋଭନୀୟ ସ୍କିମର ଅଫର ଦେଖାଇ ମୋବାଇଲ ପେମେଣ୍ଟଠୁ ଆକାଉଣ୍ଟ ଇନଫର୍ମେସନ ଜରିଆରେ ଖାଲି କରିପାରନ୍ତି ଆପଣଙ୍କ ଆକାଉଣ୍ଟ। ଅଜଣା ଇମେଲ ଓ ଅଜଣା ଲିଙ୍କ ଉପରେ କ୍ଲିକ କଲେ ଆପଣ ହରାଇପାରନ୍ତି ସବୁକିଛି। ଗାଏବ ହୋଇଯାଇପାରେ ଟଙ୍କା ଓ ଲିକ୍‌ ହୋଇପାରେ ଆପଣଙ୍କ ଇନଫର୍ମେସନ ।

ରାଜ୍ୟ କ୍ରାଇମ ବ୍ୟୁରୋ ରେକର୍ଡ ଅନୁସାରେ, ରାଜ୍ୟରୁ 4 ମାସ ମଧ୍ୟରେ 154 ଜଣ ଲୁଟର ଶିକାର ହେଲେଣି । 1 କୋଟିରୁ ଅଧିକ ଟଙ୍କା ଲୁଟିନେଲେଣି ସାଇବର ଅପରାଧୀ । ଅନ୍ୟପଟେ ଏନେଇ 2019ରେ 843 ଟି ମାମଲା ଦାଖଲ ହୋଇଥିବାବେଳେ 2018ରେ 738ଟି ଓ 2017ରେ 719ଟି ମାମଲା ରୁଜୁ କରିଛି ଓଡିଶା ପୋଲିସ । ଯେଉଁଥିରେ କେବଳ କଟକ ଓ ଭୁବନେଶ୍ବର ଟ୍ବିନସିଟିରେ 4 ବର୍ଷରେ 298ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି ।ହେଲେ ଏଥିରେ ମାତ୍ର 51 ଜଣଙ୍କୁ ଗିରଫ କରାଯାଇଥିବାବେଳେ 247ଟି ମାମଲାର ଟେର ପାଉନି ପୋଲିସ । ତେବେ ଏସବୁର ସମାଧାନ ଲାଗି ବାହାର ରାଜ୍ୟର ପୋଲିସ ଓ ସାଇବର ଏକ୍ସପର୍ଟଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ ପୋଲିସ ତାଲିମ ନେଉଥିବା ଜଣାପଡିଛି ।

ଦେଶକୁ ଡିଜିଟାଲ କରିବାକୁ ସରକାର ଅନେକ ପ୍ରୟାସ କରୁଥିବାବେଳେ ଦିନକୁ ଦିନ ରାଜ୍ୟରେ ବଢୁଛି ସାଇବର କ୍ରାଇମ । ତେଣୁ ଏବେ ଇଣ୍ଟରନେଟ ବ୍ୟବହାର ନକରି ବଞ୍ଚିପାରୁନଥିବା ମଣିଷ ସମାଜ ଇଣ୍ଟରନେଟ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ହୋଇପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସାଇବର ଅପରାଧିଙ୍କ ଟାର୍ଗେଟରେ ଆପଣ,
ଇଣ୍ଟରନେଟ ବ୍ଯବହାରପ୍ରତି ରୁହନ୍ତୁ ହୁସିଆର
Body:
ସାବଧାନ ମାତିଛନ୍ତି ସାଇବର ଠକ।
ଆଖି ପିଛୁଳାକେ ଆପଣ ହେବେ ଶିକାର।
ରୁହନ୍ତୁ ସତର୍କ ଦିଅନ୍ତୁ ଇଣ୍ଟରନେଟ ପ୍ରତି ଧ୍ଯାନ।
ସ୍ମାର୍ଟଫୋନ ହେଉ ବା କମ୍ପୁଟର ରହିଛି ଠକଙ୍କ ନଜର।
ଟିକେ ଅସବଧାନତା ଭୋଗିପାରନ୍ତି ବଡଧରଣର ଲସ।
କାରଣ ଆପଣଙ୍କ ଅର୍ଥନୈତିକ କାରବାର,ବ୍ଯକ୍ତିଗତ ଇନଫେରମସନ,ସୋସିଆଲ ଇମେଜ ଓ ଜାକତିୟ ସୁପକ୍ଷା ଉପରେ ସେମାନଙ୍କ ନଜର।ସୋସିଆଲ ମିଡିଆ ମୋବାଇଲ ଆପ୍ଲିକେସନ ବ୍ଯବହାରଠୁ ଆରମ୍ଭ କରି କମ୍ପୁଟର ରେ ଇମେଲ ଓ ଅଫିସିଆଲ ୱାର୍କ ପ୍ରତିଟି ସେକେଣ୍ଡରେ ସାଇବର ଅପରାଧିଙ୍କ ରହିଛି ନଜର।ଅଜଣା ନମ୍ବରରୁ ଲିଙ୍କ ଓ ଲୋଭନିୟ ସ୍କିମର ଅଫର ଦେଖାଇ ମୋବାଇଲ ପେମେଣ୍ଟ ଠୁ ଆରମ୍ଭ କରି ଆକାଉଣ୍ଟ ଇନଫେରମସନ ଜରିଆରେ ଖାଲି କରିପାରନ୍ତି ଆପଣଙ୍କ ଆକାଉଣ୍ଟ।ଅଜଣା ଇମେଲ ଓ ଅଜଣା ଲିଙ୍କ କ୍ଲିକ କଲେ ହରାଇପାରନ୍ତି ଆପଣ ସବୁକିଛି।ଗାଏବ କରିପାରନ୍ତି ଟଙ୍କା ଓ ନେଇପାରନ୍ତି ଆପଣଙ୍କ ଇନଫେରମସନ ।ଆପଣଙ୍କ ସୋସିଆଲ ଇମେଜ ଡ୍ଯାମେଜ ଭଳି ବିଭିନ୍ନ କମ୍ପାନି ଓ ସରକାରି ସଂସ୍ଥାର ଡାଟା ଚୋରି କରିପାରନ୍ତି ସାଇବର ଅପରାଧି।ଏଥିପାଇ କେବଳ ଇଣ୍ଟରନେଟ ବ୍ଯବହାର ସମୟରେ ସତର୍କତା ଓ ବିଭିନ୍ନ ଦିଗ ପ୍ରତି ଧ୍ଯାନ ଦେବା ହେଉଛି ସବୁଠୁ ଗୁରୁତ୍ବପୁର୍ଣ।

ବାଇଟ-ପ୍ରଶନ୍ନ ଦିକ୍ଷିତ,ସାଇବର ଏକ୍ସପର୍ଟ

ଓଡିଶା ପୋଲିସ ନିକଟେ ହେଉଥିବା ଅଭିଯୋଗ ଅନୁସାରେ।ଆକାଉଣ୍ଟରୁ ଟଙ୍କା ଗାଏବ।ସପିଂସାଇଟ ଜରିଆରେ ଟଙ୍କା ଠକେଇ।ଅନଲାଇନ ପେମେଣ୍ଟ ମାଧ୍ଯରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ଭଳି ସୋସିଆଲ ମିଡିଆରେ ଗୁଜବ ତଖ୍ଯ ଭାଇରାଲ କରି ବଦନାମ କରିବା।ଅଶ୍ଳିଳ ଭିଡିଓ ସହ ଯୋଡି ବ୍ଲାକମେଲ କରିବା।କମ୍ପାନିର ତଥ୍ଯ ଚୋରି କରିବା ସିକ୍ରେଟ ଡାଟା ଡିବିଟକରିବା ଏଇଭଳି ଅନେକ ଅଭିଯୋଗ ପହଂଚୁଛି ରାଜ୍ଯର ବିଭିନ ଥାନା ଓ ସାଇବର ଥାନା ସହ କମିସନରେଟ ପୋଲିସ ନିକଟରେ।
ରାଜ୍ଯ କ୍ରାଇମ ବ୍ଯୁରୋ ରେକର୍ଡ ତଥ୍ଯ ଅନୁସାରେ।ରାଜ୍ଯରୁ
୪ ମାସ ମଧ୍ଯରେ ୧୫୪ଜଣଙ୍କ ଠାରୁ ଲୁଟିସାରିଲେଣି ୧ କୋଟିରୁ ଉର୍ଧ ଟଙ୍କା।
୨୦୧୯ରେ ୮୪୩ ଟି ମାମଲା,୨୦୧୮ରେ ୭୩୮ଟି ଓ ୨୦୧୭ରେ ୭୧୯ଟି ମାମଲା ପୁର୍ବରୁ ଓଡିଶା ପୋଲିସ ରୁଜୁ କରିଛି।ଯେଉଁଥିରେ କେବଳ କଟକ ଓ ଭୁବନେଶ୍ବର ଟ୍ବିନିସିଟିରେ ୪ ବର୍ଷରେ ୨୯୮ ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି।ଯେଉଁଥିରେ ମାତ୍ର ୫୧ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୪୭ଟି ମାମଲାର ପୋଲିସ ଟେର ପାଉନି।ଯାହାକୁ ନେଇ ଏଭଳି ସମସ୍ଯା ମୁକାବିଲା ପାଇଁ ରାଜ୍ଯ ବାହାର ପୋଲିସ ଓ ସାଇବର ଏକ୍ସପର୍ଟଙ୍କ ଠାରୁ ବିଭିନ୍ନ ପର୍ଯୟରେ ଅଫିସରମାନଙ୍କୁ ତାଲିମ ଦିଆଯାଉଛି ବୋଲି କହିଛନ୍ତି ପୋଲିସ କମିସନର।
ବାଇଟ-ସୁଧାଂଶୁ ଷରଙ୍ଗି,ପୋଲିସ କମିସନର।
Conclusion:ବାଇଟ-ପ୍ରଶନ୍ନ ଦିକ୍ଷିତ,ସାଇବର ଏକ୍ସପର୍ଟ
ବାଇଟ-ସୁଧାଂଶୁ ଷରଙ୍ଗି,ପୋଲିସ କମିସନର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.