ଭୁବନେଶ୍ବର: କମିଶନରେଟ ପୋଲିସର ତମାମ ସତର୍କତା ସଚେତନା ସତ୍ବେ ଲୋକେ ସଚେତନ ହେଉନାହାଁନ୍ତି । ଲୋକଙ୍କ ସଚେତନ ଅଭାବରୁ ସାଇବର ଠକାମିରେ ଲାଗୁନାହିଁ ରୋକ । ଫଳରେ ଗତ ସେପ୍ଟେମ୍ବର ମାସରେ ପୁଣି ୬୦ ଲକ୍ଷ ଲୁଟିବାରେ ସକ୍ଷମ ହୋଇଛନ୍ତି ସାଇବର ଲୁଟେରା ।
ଆଜି ( ଶୁକ୍ରବାର) କମିଶନରେଟ ପୋଲିସ ସପ୍ଟେମ୍ବର ମାସର ଜାରି କରିଥିବା ତଥ୍ୟ ଅନୁସାରେ, ଗତ ମାସରେ ମୋଟ ୬୦ ଲକ୍ଷ ୪୮ ହଜାର ଟଙ୍କା ଲୁଟିଥିଲେ ସାଇବର ଲୁଟେରା । ସେଥିରୁ ୧୭ ଲକ୍ଷ ୪୫ ହଜାର ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି ପୋଲିସ । ଏହାସହ କମିଶନରେଟ ପୋଲିସର ହେଲ୍ପ ଡେକ୍ସକୁ ଆସିଛି ୨୩୧ ଟି କଲ ।
କଲ ମଧ୍ୟରେ ରହିଛି ୧୩୬ ଟି ୟୁପିଆଇ ପେମେଣ୍ଟ । ୩୦ଟି କ୍ରେଡିଟ କାର୍ଡ ପେମେଣ୍ଟ । ୬୫ଟି କେସର ଅନ୍ୟାନ୍ୟ ଉପାୟରେ ଠକିଛନ୍ତି ସାଇବର ଠକ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ