ETV Bharat / city

୩ୟ ଲହରରେ ଶିଶୁ ସୁରକ୍ଷା ଚିନ୍ତା, କଟକ ଶିଶୁଭବନ ହେଲା 'Center of Excellence' - ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ସାମ୍ଭାବ୍ୟ ୩ୟ ଲହରରେ ଶିଶୁଙ୍କ ପ୍ରତି ସଂକ୍ରମଣ ଆଶଙ୍କାକୁ ନେଇ ସରକାରଙ୍କ ଆକ୍ସନପ୍ଲାନ । କଟକ ଶିଶୁଭବନ ହେଲା Center of Excellence । ସେପ୍ଟେମ୍ବର ଆରମ୍ଭ ସୁଦ୍ଧା ହେବ ଶେଷ ହେବ ଆବଶ୍ୟକୀୟ ବ୍ୟବସ୍ଥା । ଅଧିକ ପଢନ୍ତୁ...

କଟକ ଶିଶୁଭବନ ହେଲା Center of Excellence
କଟକ ଶିଶୁଭବନ ହେଲା Center of Excellence
author img

By

Published : Aug 24, 2021, 4:53 PM IST

ଭୁବନେଶ୍ବର: ସାମ୍ଭାବ୍ୟ ୩ୟ ଲହରରେ ଶିଶୁଙ୍କ ପ୍ରତି ସଂକ୍ରମଣ ଆଶଙ୍କା ଅଧିକ ରହିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ କଟକ ଶିଶୁଭବନକୁ Center of Excellence ଘୋଷଣା କରାଯାଇଛି। ଏଥିରେ ଜରୁରୀକାଳୀନ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବ ଦିଆଯିବ ।

କଟକ ଶିଶୁଭବନ ହେଲା Center of Excellence
କଟକ ଶିଶୁଭବନ ହେଲା Center of Excellence

ଶିଶୁ ଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ICU ରହିବ । ପ୍ରତି ବେଡକୁ ଅକ୍ସିଜେନ୍ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ଶିଶୁଭବନ ପ୍ରଥମ ଫ୍ଲୋରରେ ବେଡ ବ୍ୟବସ୍ଥା କରାଯିବ। କୋରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ACSଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

କୋଭିଡ ନିୟମରେ ସ୍ବତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ଆବଶ୍ୟକ ପରିମାଣର ଏ.ସି ମଧ୍ୟ ସ୍ଥାପନ କରାଯିବ। ଏନେଇ ଶିଶୁ ଭବନ ଅଧୀକ୍ଷକ ଦେଇଥିବା ତାଲିକା ଅନୁଯାୟୀ ସରଞ୍ଜାମ ଯୋଗାଣ ଆରମ୍ଭ ହେବ । ସେପ୍ଟେମ୍ବର ପହିଲା ସୁଦ୍ଧା ସବୁ ସରଞ୍ଜାମ ସ୍ଥାପନ କରିବା ସହ ଭିତ୍ତିଭୂମି ସଜାଡିବା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସମସ୍ତ ବ୍ୟବସ୍ଥାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.