ଭୁବନେଶ୍ବର: ସହରରେ କିଭଳି ରହିଛି କୋରୋନା ସଂକ୍ରମଣ ସ୍ଥିତି। କଟକ ସହରରେ ଧୀରେ ଧୀରେ ସଂକ୍ରମଣ ବଢ଼ିବାରେ ଲାଗିଛି। କଟକ ଜିଲ୍ଲାର ଗ୍ରାମାଞ୍ଚଳ ଠାରେ ସହରରେ ଅଧିକ ମାତ୍ରାରେ ସଂକ୍ରମଣ ହୋଇଛି। କଟକ ସହରରେ କିଭଳି ରହିଛି ପରିସ୍ଥିତି। କେଉଁ ହସ୍ପିଟାଲ ରେ କେତେ ବେଡ଼ ରହିଛି ତାହା ସମ୍ପୂର୍ଣ୍ଣ ତଥ୍ୟ ସିଏମସି କମିଶନର ଉପସ୍ଥାପନ କରିଛନ୍ତି।
ସହରରେ ସପ୍ତାହକ ମଧ୍ୟରେ 641 ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 291 ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ଅଞ୍ଚଳରୁ 87 ଜଣ ଚିହ୍ନଟ ହୋଇଛନ୍ତି। କୋଭିଡ ପରୀକ୍ଷାରେ ସହରବାସୀ ସହଯୋଗ କରୁନଥିବା କହିଛନ୍ତି ସିଏମସି କମିଶନର। 25 ଜୁଲାଇ ରୁ 30 ଜୁଲାଇ ମଧ୍ୟରେ ମୋଟ 614 ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଣ୍ଟେନମେଣ୍ଟ ଜୋନରୁ 29, ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 211, ଲୋକାଲ କଣ୍ଟାକ୍ଟରୁ 87 ଜଣ ଚିହ୍ନଟ ହୋଇଛନ୍ତି।
କଣ୍ଟେନମେଣ୍ଟ ଜୋନ ମାଲଗୋଦାମ ବେହେରା ସାହି ଏଥିସହ ତେଲୁଗୁ ସାହି ଓ ଜଳୁଆ ସାହି ମଧ୍ୟ କଣ୍ଟେନମେଣ୍ଟ ଜୋନ କରାଯାଇଛି। ମାଲଗୋଦାମରେ ଏକ୍ସଟ୍ରା କେୟାର ନିଆଯାଉଛି। ବେହେରା ସାହିରେ ଜନସଂଖ୍ୟା 12 ଶହ। ଏଥିରୁ 689 ସାମ୍ପୁଲ କଲେକ୍ସନ କରାଯାଇଥିବା ବେଳେ 280 ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ତେଲୁଗୁ ସାହିରେ 345 ଜନସଂଖ୍ୟା ରହିଥିବା ବେଳେ 212ଜଣଙ୍କର ସାମ୍ପୁଲ କଲେକ୍ସନ କରାଯାଇଥିବା ବେଳେ 81ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି ଓ ଜଲୁଆ ସାହିର 349 ଜଣ ଜନସଂଖ୍ୟା ରହିଥିବା ବେଳେ 62 ଜଣଙ୍କର ସାମ୍ପୁଲ କଲେକ୍ସନ କରାଯାଇଥିବା ବେଳେ 43 ଜଣ ପଜିଟିଭ ଚିହ୍ନଟ ହୋଇଛି।
ମାଲଗୋଦାମରେ ରହିଥିବା ସମସ୍ତ ଦୋକାନୀ ଓ ଜନସାଧାରଣଙ୍କୁ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକରେ କୋଭିଡ କେୟାର ସେଣ୍ଟରରେ 1235 ବେଡ଼ ରହିଛି। ସେଥିମଧ୍ୟରୁ ଡ୍ରିମ୍ସରେ 500, ଓଏଟିରେ 230, ବିଧ୍ୟାଧରପୁର ରେ 140, ବୋଷ ହଷ୍ଟେଲରେ 140, ଏଲ ଏନ ଟି ଗୋପାଳପୁର ରେ 75, ବାରବାଟୀ ଷ୍ଟାଡିୟମ ରେ 75, ଜେ ଏନ ଆଇ ଏସ ରେ 75 ବେଡ଼ ରହିଥିବା ସୂଚନା ଦେଇଛନ୍ତି କଟକ ସିଏମସି କମିଶନର ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ