ETV Bharat / city

ରାଜଧାନୀରେ ହାଜତ ମୃତ୍ୟ ପାଇଁ କିଏ ଦାୟୀ ? ରାତିରେ ମାରି ସକାଳେ ଖବର ଦେଲେ: ପତ୍ନୀ

author img

By

Published : Apr 18, 2022, 5:36 PM IST

ଭୁବନେଶ୍ବରରେ ବଡଗଡ ଥାନା ହାଜତରେ ଜଣଙ୍କର ମୃ୍ତ୍ୟୁ ହୋଇଥିବା ଅଭିଯୋଗ । ଗତକାଲି ରାତିରେ ଚୋରି କରୁଥିବା ବେଳେ ମୃତକଙ୍କୁ ଉଠାଇ ନେଇଥିଲା ପୋଲିସ । ଅଧିକ ପଢନ୍ତୁ

ରାଜଧାନୀରେ ହାଜତ ମୃତ୍ୟୁ ଅଭିଯୋଗ
ରାଜଧାନୀରେ ହାଜତ ମୃତ୍ୟୁ ଅଭିଯୋଗ

ଭୁବନେଶ୍ବର: ନିଷ୍ଠୁରତାର ସୀମା ଟପିଲା ପୋଲିସ । ଖାକିର ଆଢୁଆଳରେ ନେଇଗଲେ ଜୀବନ । ରାତିରେ ମାରି ସକାଳେ ଖବର ଦେଲେ ପତ୍ନୀଙ୍କୁ । ଭୁବନେଶ୍ବର ବଡଗଡ ଥାନା ହାଜତରେ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ । ମୃତକ ହେଉଛନ୍ତି କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ ।

ରାଜଧାନୀରେ ହାଜତ ମୃତ୍ୟୁ ଅଭିଯୋଗ

ସୂଚନା ଅନୁଯାୟୀ ଗତକାଲି ରାତିରେ ଦେବେନ୍ଦ୍ର ରସୁଲଗଡରୁ ଘରକୁ ଫେରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇନେଇଥିଲା । ଏହାପରେ ଆଜି ସକାଳୁ ପୋଲିସ ମୃତକଙ୍କ ସ୍ତ୍ରୀଙ୍କୁ ଫାଣ୍ଡିକୁ ଡକାଇବା ପରେ ଦେବେନ୍ଦ୍ରଙ୍କ କ୍ୟାପିଟାଲ ହସ୍ପିଚାଲରେ ମୃତ୍ୟୁ ହୋଇଥିବା କହିଥିଲେ । ତେବେ ମହିଳା ଜଣଙ୍କ ସ୍ବାମୀଙ୍କ ହାତରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ତାଙ୍କ ନାଁରେ ଏକାଧିକ ଚୋରି ମାମଲା ରହିଥିଲା । ତେବେ ଗତକାଲି ଚୋରି କରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇନେଇଥିଲା ।

ତେବେ ଦେବେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଘଟିନି ତ ମୃତ୍ୟୁ ? ଏନେଇ ତଦନ୍ତର ଆବଶ୍ୟକ ରହିଛି । ଏହା ପୁର୍ବରୁ ପୁରୀରେ ସମାନ ଢଙ୍ଗରେ ମଧ୍ୟ ହାଜତ ମୃତ୍ୟ ଘଟଣା ସାମ୍ନାକୁ ଆସିଥିବା । ଏହି ଘଟଣା ପରେ ପୁରୀ ଏସପିଙ୍କୁ ବଦଳି କରାଯାଇଥିଲା। ତେବେ ଭୁବନେଶ୍ବର ହାତଜ ମୃତ୍ୟୁ ଘଟଣାରେ କାହା ବିରୋଧରେ ଆକ୍ସନ‌ ନେବେ ପୋଲିସ DG ଏବେ ତାକୁ ଦେଖିବାକୁ ଅପେକ୍ଷା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.