ETV Bharat / city

ବଡଗଡ ହାଜତ ମୃତ୍ୟ ମାମଲା: ବଡ ଅଧିକାରୀ ଚୁପ୍, ବଦଳିଲେ ଆଇଓ - ହାଜତ ମୃତ୍ୟ ମାମଲାରେ ବଦଳିଲେ ତଦନ୍ତକାରୀ ଅଧିକାରୀ

ବଡଗଡ ଥାନା ହାଜତ ମୃତ୍ୟ ମାମଲା । ବଦଳିଲେ ତଦନ୍ତକାରୀ ଅଧିକାରୀ ଏସ.କେ ବେହେରା । ଅଧିକ ପଢନ୍ତୁ

ବଡଗଡ ହାଜତ ମୃତ୍ୟ ମାମଲା: ବଡ ଅଧିକାରୀ ଚୁପ୍, ବଦଳିଲେ ଆଇଓ

author img

By

Published : Apr 19, 2022, 8:09 PM IST

Updated : Apr 19, 2022, 8:37 PM IST

ଭୁବନେଶ୍ବର: ବଡଗଡ ଥାନା ହାଜତ ମୃତ୍ୟ ମାମଲାରେ ବଦଳିଲେ ତଦନ୍ତକାରୀ ଅଧିକାରୀ ଏସ.କେ ବେହେରା । ଏନେଇ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ନୂତନ ଆଇଓଙ୍କୁ ତଦନ୍ତ ଦାୟିତ୍ବ ମିଳିଛି । NHRCର ଗାଇଡଲାଇନ ଅନୁସାରେ ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ । ଏନେଇ ଘଟଣାର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଭିଡିଓଗ୍ରାଫି ପ୍ରମାଣ ସହ, କେଉଁ କେସରେ ଡିଟେନସନ କରାଯାଇଥିଲା ତା'ର ତଦନ୍ତ ହେବ ।

ସେହିପରି କେଉଁ ପରିସ୍ଥିତିରେ‌, କେଉଁଠାରୁ ମୃତକଙ୍କୁ ଅଣାଯାଇଥିଲା ଏବଂ ସେ କେତେବେଳେ ଅସୁସ୍ଥତା ଅନୁଭବ କରିଥିଲେ ତାର ତଦନ୍ତ ହେବ । ଏସମସ୍ତ ରିପୋର୍ଟ NHRC ଙ୍କୁ ପଠାଯିବ । ତେବେ ଗାଇଡଲାଇନ ଅନୁସାରେ ତଦନ୍ତ ହେଉଛି କି ନାହିଁ ତା'ର ତଦାରଖ କରୁଛନ୍ତି ଅତିରିକ୍ତ DCB ରାଙ୍କ୍‌ର ଅଫିସର ।

ଏହା ମଧ୍ୟ ପଢନ୍ତୁ: ରାଜଧାନୀରେ ହାଜତ ମୃତ୍ୟ ପାଇଁ କିଏ ଦାୟୀ ? ରାତିରେ ମାରି ସକାଳେ ଖବର ଦେଲେ: ପତ୍ନୀ

ସୂଚନା ମୁତାବକ, ପ୍ରଦୀପ ସାହୁ ନାମକ ଜଣେ ଅଭିଯୁକ୍ତକୁ ଥାନାକୁ ଆଣିଥିଲା ପୋଲିସ । ଥାନାରେ ଥିବା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ପୋଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମାତ୍ର ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ ଡାକ୍ତର । ଏନେଇ ଅଭିଯୁକ୍ତଙ୍କ ପତ୍ନୀ ବନିତା ଚୌଧୁରୀ ପୋଲିସକୁ ଦାୟୀ କରି ଅଭିଯୋଗ କରିଛନ୍ତି । ସେପଟେ ପ୍ରଥମ ପତ୍ନୀ ମମତା ସାହୁ ଥାନାରେ ପହଞ୍ଚିଛନ୍ତି । ତେବେ ମୃତକଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା କହିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 19, 2022, 8:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.