ETV Bharat / city

ରାଜଧାନୀରେ ରାତି ୯ଟାରୁ ଆରମ୍ଭ କର୍ଫ୍ୟୁ, ଜାଣନ୍ତୁ କର୍ଫ୍ୟୁବେଳେ କାହାକୁ ରହିଛି ଅନୁମତି - କର୍ଫ୍ୟୁ

ଆଜି(ଶନିବାର) ରାତି ୯ଟାରୁ ରାଜଧାନୀରେ ସଟରଡାଉନ । କେବଳ ଜରୁରୀକାଳୀନ ସେବା ପାଇଁ ରହିଛି ଅନୁମତି । ଅଧିକ ପଢନ୍ତୁ...

ରାଜଧାନୀରେ ରାତି ୯ ରୁ ଆରମ୍ଭ କର୍ଫ୍ୟୁ, ଜାଣନ୍ତୁ କର୍ଫ୍ୟୁବେଳେ କାହାକୁ ରହିଛି ଅନୁମତି

author img

By

Published : Apr 17, 2021, 5:30 PM IST

ଭୁବନେଶ୍ବର: ଆଜିଠୁ(ଶନିବାର) ରାତି ୯ଟାରୁ ରାଜଧାନୀ ଭୁବନେଶ୍ବରରେ ସମ୍ପୂର୍ଣ୍ଣ ସଟରଡାଉନ । ଅର୍ଥାତ ଆରମ୍ଭ ହେବ କର୍ଫ୍ୟୁ ବା ୧୪୪ ଧାରା ଜାରି । ତା' ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ଅର୍ଥାତ ପ୍ରତ୍ୟହ ଏହିପରି ରାତି ୯ ରୁ ସକାଳ ୫ଟା ଯାଏଁ କଟକଣା ଜାରି ରହିବ ରାଜଧାନୀରେ । ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିବ ।

ରାଜଧାନୀରେ ରାତି ୯ ରୁ ଆରମ୍ଭ କର୍ଫ୍ୟୁ, ଜାଣନ୍ତୁ କର୍ଫ୍ୟୁବେଳେ କାହାକୁ ରହିଛି ଅନୁମତି

ରାତି ୮ଟାରୁ ଦୋକାନ ବଜାର ବନ୍ଦ କରି ଘରକୁ ଫେରିବାକୁ ଲୋକଙ୍କୁ ନିର୍ଦ୍ଦେଶ ରହିଛି । ସହରରେ ପୋଲିସର ପାଟ୍ରୋଲିଂ ଗାଡି ବୁଲିବ । ଏଥିସହ ସହରର ୨୫ଟି ଜାଗାରେ ପୋଲିସ ଚେକ ପୋଷ୍ଟ ରହିବ । ଅର୍ଥାତ ରାତି ତମାମ ପୋଲିସ ଅଫିସର ଓ କର୍ମଚାରୀ ଡ୍ୟୁଟିରେ ରହି ଚେକିଂ କରିବେ ଓ କଡା ନଜର ରଖିବେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବକୁ ୩ଟି ଡିଭିଜନରେ ଅନ୍ତର୍ଭୁକ୍ତ କରି ତିନି ଡିଏସପିଙ୍କୁ ଦିଆଯାଇଛି ଦାୟିତ୍ବ । ପୋଲିସ ପିସିଆର ଭ୍ୟାନ ମଧ୍ୟ ପଇଁତରା ମାରିବ । ଫଳରେ ଅମାନିଆଙ୍କୁ ବାହାନାବାଜି ପାଇଁ ମୌକା ଦିଆଯିବନି । ଯେଉଁଠି ଯିଏ ନିୟମ ଉଲଙ୍ଘନ କରିବ, ସେଠାରେ ଏପିଡେମିକ ଆକ୍ଟରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।

କର୍ଫ୍ୟୁ ସମୟରେ ହୋମ ଡେଲିଭରି ବୟ ବା ଅନଲାଇନ ଡେଲିଭେରି ସେବା ସମେତ, ଏୟାରପୋର୍ଟ ଓ ଷ୍ଟେସନକୁ ଆସୁଥିବା ଲୋକକୁ ଯିବା ଆସିବା ପାଇଁ ଅନୁମତି ମିଳିବ । ଏଥିସହ ଗଣମାଧ୍ୟମ ତଥା ମେଡ଼ିକାଲ ଓ ଜରୁରୀକାଳୀନ ସେବାରେ କାର୍ଯ୍ୟରତ କର୍ମଚାରୀ, ବିଏମସି, ସ୍ବେରେଜ, କେମିଷ୍ଟ, ଇଲେକ୍ଟ୍ରି, ଆଇଟି ଆଦି କର୍ମଚାରୀଙ୍କୁ ଯିବା ଆସିବା ନିମନ୍ତେ ଅନୁମତି ରହିଛି । ମୃତଦେହ ସଂସ୍କାର ତଥା ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ମଧ୍ୟ ଏହି ସମୟରେ ଯାତାୟତ କରିପାରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.