ETV Bharat / city

ମହମ୍ମଦ ସିକନ୍ଦର ଆଲାମଙ୍କ ସଙ୍ଗୀତରେ ଝୁମିଲା ରବିନ୍ଦ୍ର ମଣ୍ଡପ - ଶ୍ରୋତାମଣ୍ଡଳୀ

ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ସିକନ୍ଦର ଆଲାମ ଗାଇଥିବା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସଙ୍ଗୀତରେ ଝଙ୍କୃତ ହୋଇଥିଲା ସ୍ଥାନୀୟ ରବିନ୍ଦ୍ରମଣ୍ଡପ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 28, 2019, 3:26 AM IST

ଭୁବନେଶ୍ବର: ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ସିକନ୍ଦର ଆଲାମ ଗାଇଥିବା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସଙ୍ଗୀତରେ ଝଙ୍କୃତ ହୋଇଥିଲା ସ୍ଥାନୀୟ ରବିନ୍ଦ୍ରମଣ୍ଡପ । ଉଭୟ ନୂଆ ଓ ପୁରୁଣା ପୀଢ଼ିର କଣ୍ଠଶିଳ୍ପୀଙ୍କ କଣ୍ଠରୁ ପୁରୁଣା ଦିନର ସେହି ସୃତିମଧୁର ଗୀତ ସବୁକୁ ଶୁଣି ଉପସ୍ଥିତ ଶ୍ରୋତାମଣ୍ଡଳୀ ବେଶ ରୋମାଞ୍ଚିତ ହୋଇଥିଲେ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ମହମ୍ମଦ ସିକନ୍ଦର ଆଲାମଙ୍କ 80 ତମ ଜୟନ୍ତୀ ଅବସରରେ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଓ ସିକନ୍ଦର ଆଲାମ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆୟୋଜିତ ଉତ୍ସବରେ 2019 ମସିହା ପାଇଁ ସିକନ୍ଦର ଆଲାମ ସ୍ମୃତି ସମ୍ମାନ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ପ୍ରଦାନ କରାଯାଇଥିଲା । ଏହା ସହିତ 2019 ମସିହାର ବାଦ୍ୟରତ୍ନ ସମ୍ମାନରେ ବିଶିଷ୍ଟ ତବଲା ବାଦକ ପ୍ରସନ୍ନ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।

ପରେ ପରେ ବରିଷ୍ଠ ଓ ନୂତନ ପୀଢ଼ିର କଳାକାରଙ୍କ କଣ୍ଠରୁ ଗୋଟିଏ ପରେ ଗୋଟିଏ ସିକନ୍ଦର ଆଲାମ ଗାଇଥିବା ସଙ୍ଗୀତର ଧାରା ଶ୍ରାବଣ ଛୁଟି ଥିଲା । ସପନର ପଥେ ପଥେ ଠାରୁ ଆରମ୍ଭ କରି ଆରେ ମିତ ଆ ସଙ୍ଗାତ , ମାୟାବିନୀ ବନ ଯୋଛନା, ଜାମିନିର ଶେଷ ଜହ୍ନ ଭଳି ଅନେକ ମନଛୁଆଁ ସଙ୍ଗୀତକୁ ଶିଳ୍ପୀମାନେ ଶ୍ରୋତା ମାନଙ୍କ ନିକଟରେ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ , ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଆଲାମଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଦିଗରେ ସଙ୍ଗୀତର ବେଶ ଅବଦାନ ଥିବା କହିଥିଲେ ସେ । ଏହି ଅବସରରେ ରାଜଧାନୀରେ ଆଲାମଙ୍କ ପୂର୍ଣ୍ଣ ଅବୟବ ସ୍ଥାପନ ନିମନ୍ତେ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦେଶକ ମହମ୍ମଦ ସିକନ୍ଦର ଆଲାମ ଗାଇଥିବା ଓ ସଙ୍ଗୀତ ନିର୍ଦେଶନା ଦେଇଥିବା ସଙ୍ଗୀତ ରେ ଝଙ୍କୃତ ହୋଇଥିଲା ସ୍ଥାନୀୟ ରବିନ୍ଦ୍ରମଣ୍ଡପ ପ୍ରେକ୍ଷାଳୟ।ଉଭୟ ନୂଆ ଓ ପୁରୁଣା ପିଢ଼ିର କଣ୍ଠଶିଳ୍ପୀଙ୍କ କଣ୍ଠରୁ ପୁରୁଣା ଦିନର ସେହି ସୃତିମଧୁର ଗୀତ ସବୁ କୁ ଶୁଣି ଉପସ୍ଥିତ ସ୍ରୋତାମଣ୍ଡଳୀ ବେଶ ରୋମାଂଚିତ ହେଉଥିବା ଦେଖିବାକୁ ମିଳିଛି।

Body:ମହମ୍ମଦ ସିକନ୍ଦର ଆଲାମ ଙ୍କ 80 ତମ ଜୟନ୍ତୀ ଅବସରରେ ସଂସ୍କୃତି ବିଭାଗ,ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଓ ସିକନ୍ଦର ଆଲାମ ଫାଉଣ୍ଡେସନ ର ମିଳିତ ଉଦ୍ୟମରେ ଆୟୋଜିତ ଉତ୍ସବରେ 2019 ମସିହା ପାଇଁ ସିକନ୍ଦର ଆଲାମ ସ୍ମୃତି ସମ୍ମାନ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ପ୍ରଦାନ କରାଯାଇଥିଲା ।ଏହା ସହିତ 2019 ମସିହାର ବାଦ୍ୟ ରତ୍ନ ସମ୍ମାନରେ ବିଶିଷ୍ଟ ତବଲା ବାଦକ ପ୍ରସନ୍ନ ମିଶ୍ରଂକୁ ସମ୍ମାନିତ କରାଯାଇଥିଲା।ପରେ ପରେ ବରିଷ୍ଠ ଓ ନୂତନ ପିଢ଼ିର କଳାକାରଙ୍କ କଣ୍ଠରୁ ଗୋଟେ ପରେ ଗୋଟେ ସିକନ୍ଦର ଆଲାମ ଗାଇଥିବା ସଙ୍ଗୀତ ର ଧାରା ଶ୍ରାବଣ ଛୁଟି ଥିଲା।ସପନର ପଥେ ପଥେ ଠାରୁ ଆରମ୍ଭ କରି ଆରେ ମିତ ଆ ସଙ୍ଗାତ,ମାୟାବିନୀ ବନ ଜୋଛନା,ଜାମିନିର ଶେଷ ଜଂହ ଭଳି ଅନେକ ମନଛୁଆଁ ସଙ୍ଗୀତକୁ ଶିଳ୍ପୀମାନେ ସ୍ରୋତାମାଙ୍କ ନିକଟରେ ପରିବେଷଣ କରିଥିଲେ।

Conclusion:କାର୍ଯ୍ୟକ୍ରମରେ ଭାଷା, ସାହିତ , ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।ଏହି ଅବସରରେ ଶ୍ରୀ ଆଲାମ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଓଡ଼ିଆ ଭାଷା ସାହିତ୍ୟ ର ସମୃଦ୍ଧି ଦିଗରେ ସଙ୍ଗୀତର ବେଶ ଅବଦାନ ଥିବା କହିଥିଲେ।ଏହି ଅବସରରେ ରାଜଧାନୀରେ ଶ୍ରୀ ଆଲାମ ଙ୍କ ପୁର୍ଣ ଅବୟବ ସ୍ଥାପନ ନିମନ୍ତେ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା।ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ସୌମ୍ୟରଂଜନ ପଟ୍ଟନାୟକ,ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ,ପ୍ରଣବ କିଶୋର ପଟ୍ଟନାୟକ,ଫାଉଣ୍ଡେସନ ଅଧକ୍ଷ ଶ୍ରୀମତୀ ନଈମା ଆଲାମ,ସମ୍ପାଦିକା ନାଜିଆ ଆଲାମ ଓ ଲେଲିନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.