ETV Bharat / city

କବିତା ଓ କୁଆଁର ପୁନେଇଁ ଗୀତରେ ଝୁମିଲା ରାଜଧାନୀ - ସ୍ବରବର୍ଣ୍ଣ କବିତା ଆସର

ସ୍ବରବର୍ଣ୍ଣ କବିତା ଆସର ସାଙ୍ଗକୁ କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ ଗୀତର ତାଳେ ତାଳେ କୁଆଁରିମାନଙ୍କ ଚିତାକର୍ଷକ ନୃତ୍ୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟକୁ ଝଙ୍କୃତ କରୁଥିଲା ।

କବିତା ଓ କୁଆଁର ପୁନେଇଁ ଗୀତରେ ଝୁମିଲା ରାଜଧାନୀ
author img

By

Published : Oct 16, 2019, 3:54 AM IST

ଭୁବନେଶ୍ବର: ଅବସର ଥିଲା ସ୍ବରବର୍ଣ୍ଣ କବିତା ଆସରର । ଯେଉଁଠି କନିଷ୍ଠ କବିମାନଙ୍କ ଲିଖିତ କବିତାକୁ ଓଡିଶାର ବରିଷ୍ଠ ଓ ବିଶିଷ୍ଠ କବିମାନେ ନିଜେ ଆବୃତ୍ତି କରିଥିଲେ। ଯାହାକୁ ନେଇ ସମଗ୍ର ପରିବେଶ ପ୍ରେମ,ପ୍ରାପ୍ତି ଓ ରୋମାଞ୍ଚ ମଧ୍ୟରେ ଶରତର ଏହି ସନ୍ଧ୍ୟା ଏକ ପ୍ରକାର ପ୍ଲାବିତ ହୋଇ ଉଠିଥିଲା।

ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଅସୀମ ବସୁଙ୍କ ଜନ୍ମଦିନ ଅବସରରେ ସ୍ଥାନୀୟ ରେଡ଼କ୍ରସ ଭବନ ସଭା କକ୍ଷ୍ୟରେ ଆୟୋଜିତ ହୋଇଥିଲା ଏହି ସ୍ବରବର୍ଣ୍ଣ ଉତ୍ସବ। ନବମ ସଂସ୍କରଣରେ ଆୟୋଜିତ ଏହି ଉତ୍ସବରେ ଓଡିଆ କାବ୍ୟ ସାହିତ୍ୟର ବିଶିଷ୍ଟ କବି ଯଥା ପ୍ରତିଭା ଶତପଥୀ, ହୃଷିକେଶ ମଲ୍ଲିକ, ଦେବଦାସ ଛୋଟରାୟ, ରାଜେନ୍ଦ୍ର କିଶୋର ପଣ୍ଡା ପ୍ରମୁଖ 11ଜଣ କବିଙ୍କ ସମେତ ବର୍ତ୍ତମାନର କବିମାନେ ନୂତନ କବିତା ଲେଖୁଥିବା ଯୁବକ ଯୁବତୀଙ୍କ ସୁନ୍ଦର ସୁନ୍ଦର କବିତାକୁ ଆବୃତି କରିଥିଲେ।

ଏହି ସନ୍ଧ୍ୟାରେ ଭାସ୍ବତୀ ବସୁ ସ୍ବାଗତ ଭାଷଣ ଦେଇଥିବାବେଳେ କବି ଦେବଦାସ ଛୋଟରାୟ ଉଦ୍‌ଘାଟନୀ ଭାଷଣ ଦେଇଥିଲେ ଏବଂ କଥାକାର ଓ କବି ଅଜୟ ସ୍ବାଇଁ ସଭା ପରିଚାଳନା କରିଥିଲେ।

ଅନ୍ୟପଟେ କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ ଗୀତର ତାଳେ ତାଳେ କୁଆଁରିମାନଙ୍କ ଚିତାକର୍ଷକ ନୃତ୍ୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟକୁ ଝଙ୍କୃତ କରୁଥିଲା । ଏହି ଗୀତ ସମସ୍ତଙ୍କୁ ନିଜ ପିଲାଦିନକୁ ଫେରାଇ ନେଇଥିବାବେଳେ ବର୍ତ୍ତମାନ ସମୟରେ ଏହାର ଶ୍ରବଣ ବେଶ ସୃତିମଧୁର ପରିବେଶ ସୃଷ୍ଟି କରିଥିଲା।

ଉତ୍କଳ ଡ୍ୟାନ୍ସ ଓ ରିସର୍ଚ୍ଚ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା 17ତମ କୁମାର ପୂର୍ଣ୍ଣିମା ଉତ୍ସବରେ କଳାକାରଙ୍କ ଦ୍ବାରା ପରିବେଷିତ ନୃତ୍ୟ ଓ ସଙ୍ଗୀତ ବେଶ ଚିତାକର୍ଷକ ହୋଇଥିଲା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଅବସର ଥିଲା ସ୍ୱରବର୍ଣ କବିତା ଆସରର ।ଯେଉଁଠି କନିଷ୍ଠ କବିମାନଙ୍କ ଲିଖିତ କବିତାକୁ ଆମ ରାଜ୍ୟର ବରିଷ୍ଠ ଓ ବିଶିଷ୍ଠ କବିମାନେ ନିଜ ଆବୃତ୍ତି କରିଥିଲେ। ଏପରି ହୋଇଥିଲା କି ସମଗ୍ର ପରିବେଶ ପ୍ରେମ,ପ୍ରାପ୍ତି ଓ ରୋମାନ୍ସ ମଧ୍ୟରେ ଶରତ ର ଏହି ସନ୍ଧ୍ୟା ଏକ ପ୍ରକାର ପ୍ଲାବିତ ହୋଇ ଉଠିଥିଲା।

Body:ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଅସୀମ ବସୁଙ୍କ ଜନ୍ମଦିନ ଅବସରରେ ସ୍ଥାନୀୟ ରେଡ଼କ୍ରସ ଭବନ ସଭା କକ୍ଷ୍ୟରେ ଆୟୋଜିତ ହୋଇଥିଲା ଏହି ସ୍ୱରବର୍ଣ ଉତ୍ସବ।9ମ ସଂସ୍କରଣରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଆ କାବ୍ୟ ସାହିତ୍ୟର ବିଶିଷ୍ଟ କବି ଯଥା ପ୍ରତିଭା ଶତପଥୀ,ହୃଷୀକେଶ ମଲ୍ଲିକ,ଦେବଦାସ ଛୋଟରାୟ,ରାଜେନ୍ଦ୍ର କିଶୋର ପଣ୍ଡା ପ୍ରମୁଖ 11ଜଣ କବି ଏବେକାର ଯଥା ଦିପୁନ ପୁହାଣ,ସୌମ୍ୟ,ଶୁଭଶ୍ରୀ,ସୂର୍ଯ୍ୟସ୍ନାତ ଆଦି ନୂତନ କବିତା ଲେଖୁଥିବା ଯୁବକ ଯୁବତୀଙ୍କ ସୁନ୍ଦର ସୁନ୍ଦର କବିତା ଗୁଡିକୁ ଆବୃତି କରିଥିଲେ।
ଏପରି ଘଟଣା ପ୍ରଥମ ଥର ପାଇଁ ଓଡିଶା ସାହିତ୍ୟ ଇତିହାସରେ ହେଉଥିବା ବେଳେ ଏହା ଦ୍ବାରା ନବୀନ ଓ ପ୍ରବୀଣ ଙ୍କ ମଧ୍ୟରେ ଏକ ପ୍ରକାର ଯୋଗସୂତ୍ର ସ୍ଥାପନ ହୋଇଥାଏ ବୋଲି ସ୍ୱରବର୍ଣର ସଦସ୍ୟ ଦେବଦତ୍ତ ପତି କହିଛନ୍ତି।
ଆଜିର ଏହି ସନ୍ଧ୍ୟାରେ ଭାସ୍ବତୀ ବସୁ ସ୍ୱାଗତ ଭାଷଣ ଦେଇଥିବାବେଳେ କବି ଦେବଦାସ ଛୋଟରାୟଉଦ୍ଘାଟନୀ ଭାଷଣ ଦେଇଥିଲେ ଏବଂ କଥାକାର ଓ କବି ଅଜୟ ସ୍ବାଇଁ ସଭା ପରିଚାଳନା କରିଥିଲେ।
ବାଇଟ-ଦେବଦତ୍ତ ପତି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.