ETV Bharat / city

CUET 2022: ଧର୍ମେନ୍ଦ୍ର କହିଲେ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ - ସିୟୁଇଟି ଖବର

ଜାତୀୟ ଶିକ୍ଷା ନୀତି ଆଧାରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ପରୀକ୍ଷା (CUET) ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ୧୩ଟି ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ଦେଶରେ ଥିବା ଶତାଧିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ । ଅଧିକ ପଢନ୍ତୁ

CUET ପରୀକ୍ଷା ଦ୍ୱାରା ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ହେବେ ଉପକୃତ: ଧର୍ମେନ୍ଦ୍ର ପ୍ରଧାନ

author img

By

Published : Apr 25, 2022, 8:38 PM IST

ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି ଆଧାରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ପରୀକ୍ଷା (Central University Entrance Test) ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ୧୩ଟି ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ଦେଶରେ ଥିବା ଶତାଧିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ । ଏନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିୟୁଇଟି ପରୀକ୍ଷା ବ୍ୟବସ୍ଥା ନେଇ ତାମିଲନାଡୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପତ୍ରର ଉତ୍ତରରେ ଲେଖିଛନ୍ତି । ଜାତୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କ ଜ୍ଞାନକୁ ଗଠନମୂଳକ ମୂଲ୍ୟାଙ୍କନ କରିବାକୁ ଗୁରୁତ୍ୱ ଦେଉଛି । କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଏକାଧିକ ବିଶ୍ୱବିଦ୍ୟାଳୟ ପାଇଁ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ ।

CUET ପରୀକ୍ଷା ଦ୍ୱାରା ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ହେବେ ଉପକୃତ: ଧର୍ମେନ୍ଦ୍ର ପ୍ରଧାନ
CUET ପରୀକ୍ଷା ଦ୍ୱାରା ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ହେବେ ଉପକୃତ: ଧର୍ମେନ୍ଦ୍ର ପ୍ରଧାନ

ଏହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଉପରେ ଆର୍ଥକ ବୋଝ ହ୍ରାସ ପାଇବ ଏବଂ ସେମାନଙ୍କୁ ଏକାଧିକ ସୁଯୋଗ ମିଳିବ । ଛାତ୍ରଛାତ୍ରୀ ମାନେ ୧୩ଟି ଭାଷାରେ ପ୍ରବେଶିକା ପରୀକ୍ଷା ଦେଇପାରିବେ ଏବଂ ଦେଶର ଶତାଧିକ ପରୀକ୍ଷା କେନ୍ଦ୍ରରୁ ନିଜ ଇଚ୍ଛାନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିପାରିବେ । ବିଭିନ୍ନ ରାଜ୍ୟ ବୋର୍ଡ ମାନଙ୍କର ମୂଲ୍ୟାଙ୍କନ ପଦ୍ଧତି ଭିନ୍ନ ଭିନ୍ନ ରହିଛି । ଏହି ପରୀକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ନେଉଥିବା କୋଚିଂକୁ ବନ୍ଦ କରିବା । ଏହାବ୍ୟତୀତ ଦ୍ୱାଦଶ ଶ୍ରେଣୀ ବିଷୟର ଜ୍ଞାନ ଆଧାରରେ ସ୍ନାତକସ୍ତରୀୟ ପ୍ରବେଶିକା ପରୀକ୍ଷାର ସିଲାବସ୍ ପ୍ରସ୍ତୁତ କରାଯାଇଛି । ଏହା ସାମାଜିକ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଶେଷ ଲାଭ ଦେବ ।

ଦ୍ୱାଦଶ ଶ୍ରେଣୀର ମାର୍କ୍ ଆଧାରରେ ପ୍ରବେଶିକା ପରୀକ୍ଷାର ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । ଛାତ୍ରଛାତ୍ରୀଙ୍କ ଆଡ଼ମିଶନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)ର ମୂଲ୍ୟାଙ୍କନକୁ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେବେ । ସିୟୁଇଟି ବିଭିନ୍ନ ଆଞ୍ଚଳିକ ଭାଷାରେ ଏକକ ପ୍ରବେଶିକା ପରୀକ୍ଷା କରି ସମସ୍ତଙ୍କୁ ଶିକ୍ଷା ଉପଲବ୍ଧି କରାଇବାରେ ସହାୟକ ହେବ ।

ଛାତ୍ରଛାତ୍ରୀଙ୍କ ମାନସିକ ଚାପ ଓ ଆର୍ଥିକ ବୋଝ କମ କରିବା ସହ ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀ ଓ ସାମାଜିକ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମାନ ସୁଯୋଗ ପ୍ରଦାନ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ତାମିଲନାଡ଼ୁର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ା. କେ ପୋନମୁଡ଼ି ବିଶ୍ୱବିଦ୍ୟାଳୟରେ କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ପରୀକ୍ଷା (ସିୟୁଇଟି) ପରୀକ୍ଷା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ପତ୍ର ଲେଖିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.