ଭୁବନେଶ୍ବର: କଟକ ଟ୍ରାଫିକ ପୋଲିସର କମାଲ। ଏକା ସାଙ୍ଗରେ ୩୫ ବସ ନେଇ କଟକ ପାର କରାଇଲେ ଟ୍ରାଫିକ ଷ୍ଟାଫ। ହଂସପାଳରୁ ମଙ୍ଗୁଳି ପର୍ଯ୍ୟନ୍ତ ପୋଲିସ ଏସକର୍ଟରେ ଯାଉଥିବା ପ୍ରବାସୀଙ୍କ ବସ ନେଇ ଏବେ ଚାରିଆଡେ ଚର୍ଚ୍ଚା । କିଭଳି ଶୃଙ୍ଖଳିତ ଢଙ୍ଗରେ ଟ୍ରାଫିକ ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ ପ୍ରବାସୀଙ୍କ ବସକୁ ପାର କରାଇଛନ୍ତି। ଏପରିକି ହଂସପାଳରୁ ମଙ୍ଗୁଳି ମଧ୍ୟରେ ଥିବା ସମସ୍ତ ଟ୍ରାଫିକ ଛକରେ ମଧ୍ୟ ଉପସ୍ଥିତ ଟ୍ରାଫିକ କର୍ମଚାରୀ ଏସବୁ କରାଇବାରେ ସହାୟକ ହୋଇଛନ୍ତି।
ବସ ଯାଉଥିବା ସମୟରେ ସମସ୍ତ ଟ୍ରାଫିକ ଛକରେ ଲୋକାଲ ଗାଡି ଗୁଡିକୁ ଅଟକାଇ ରଖିଥିଲେ ଟ୍ରାଫିକ କର୍ମଚାରୀ। ୱାକି ଟକି ଜରିଆରେ କମାଣ୍ଡ ଦେଇ ଗୋଟିଏ ପରେ ଗୋଟିଏ ଟ୍ରାଫିକ ସିଗନାଲ ଅତିକ୍ରମ କଲାବେଳେ ସତେଯେପରି ଇଣ୍ଟରନ୍ୟାସିନାଲ ମ୍ୟାଚ ସମୟରେ କଟକକୁ ଖେଳାଳୀଙ୍କର ଯେପରି ବସ ଯାଏ ସେପରି ଭ୍ରମ ସୃଷ୍ଟି ହେଉଥିଲା । ଅନେକ ଲୋକ ରାସ୍ତା ଉପରେ ରହି ପ୍ରବାସୀଙ୍କୁ ହାତ ହଲାଇ ଉତ୍ସାହିତ କରୁଥିଲେ।
ପ୍ରବାସୀମାନେ ମଧ୍ୟ ବସରେ ଯିବା ସମୟରେ ହାତ ହଲାଇ ଲୋକଙ୍କୁ ଟାଟା କରୁଥିଲେ। ଏଭଳି ଦୃଶ୍ୟ ଦେଖି ଲୋକେ କଟକ ଟ୍ରାଫିକକୁ ବେସ ପ୍ରଶଂସା କରିଥିଲେ। କାରଣ ଏହା ଦ୍ବାରା ଯେଉଁ ପ୍ରବାସୀ ବସରେ ଯାଉଥିଲେ ସେମାନଙ୍କୁ ସତେ ଯେପରି ଭୟ ନଥିଲା ପୋଲିସ ଏପରି ଏସକର୍ଟ ଦେଇ ନେବା ସେମାନଙ୍କୁ ଏକ ସୁରକ୍ଷିତ ଅନୁଭବ ହେଉଥିଲା। ଦ୍ବିତୀୟତଃ ଏହା କଟକବାସୀଙ୍କ ମଧ୍ୟ ଖୁସିର ବିଷୟ ଯେ ଏହା ଦ୍ବାରା କେହି ବାଟରେ ଅଟକିନଥିଲେ। ବସରୁ କେହି ପ୍ରବାସୀ ନ ଓହ୍ଲାଇ ଆଡେ ସାଡେ ବିଚରଣ କରୁନଥିଲେ ଫଳରେ ସଂକ୍ରମଣ ବ୍ୟାପିବାର ଭୟ ନଥିଲା । ଯାହା ଦେଖିବା ପରେ ହୁଏତ ଭାରତରେ ଏପରି ପ୍ରଥମ ଦୃଶ୍ୟ ପରି ମନେ ହେଉଥିଲା । ଏପରିକି ରାତି ୧0 ପର୍ଯନ୍ତ ମଧ୍ୟ ଟ୍ରାଫିକ କର୍ମଚାରୀ ଉପସ୍ଥିତ ରହି ଏପରି କାର୍ଯରେ ସହଯୋଗ କରିଥିଲେ। ତେବେ ଗୋଟିଏ ଦିନରେ ମୋଟ ୪୨୬ଟି ବସ ଅତିକ୍ରାନ୍ତ କରାଇ ପାର କରିଥିବା ଡିସିପି କଟକ ଟ୍ବିଟରରେ ସୁଚନା ଦିଆଯାଇଛି। ତେବେ ପ୍ରତ୍ୟକ ଦିନ ଏପରି ପ୍ରବାସୀଙ୍କୁ ନେଇ ପାର ହେଉଥିବା ସୂଚନା ରହିଛି।
ବୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ