ETV Bharat / city

କଂଗ୍ରେସରେ ମୋକିମ ଝଡ: ବାହାରେ ଗରମ, ଭିତରେ ନରମ

author img

By

Published : Jul 19, 2022, 10:20 PM IST

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୂର୍ମୁଙ୍କୁ ବିଧାୟକ ମହମ୍ମଦ ମୋକିମ ଭୋଟ ପ୍ରସଙ୍ଗ । ଘଟଣାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖିବାକୁ ମିଳୁଛି । ପିସିସି ସଭାପତି ଶରତ ପଟ୍ଟନାୟକ କଠୋର ଥିବା ଅନୁମାନ କରାଯାଉଥିବାବେଳେ ବିଧାୟକ ମହଲରେ ନରମ ମତ ପ୍ରକାଶ ପାଉଛି । ଅଧିକ ପଢନ୍ତୁ

OdishaAssembly
OdishaAssembly

ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ମହମ୍ମଦ ମୋକିମ ଭୋଟ ପ୍ରସଙ୍ଗ । ଘଟଣାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖିବାକୁ ମିଳୁଛି । ପିସିସି ସଭାପତି ଶରତ ପଟ୍ଟନାୟକ କଠୋର ଥିବା ଅନୁମାନ କରାଯାଉଥିବାବେଳେ ବିଧାୟକଙ୍କ ମହଲରେ ନରମ ମତ ପ୍ରକାଶ ପାଉଛି । ସେପଟେ ନୋଟିସ ମିଳିଲେ ଜବାବ ଦେବି ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ ।

କଂଗ୍ରେସରେ ମୋକିମ ଝଡ, ବାହାରେ ଗରମ, ଭିତରେ ନରମ

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ହ୍ଵିପ୍ ନାହିଁ । ସାମ୍ବିଧାନିକ ଦୃଷ୍ଟିରୁ କୌଣସି ହ୍ବିପ ନାହିଁ । କିନ୍ତୁ ହାଇକମଣ୍ଡ ନିଷ୍ପତ୍ତି ମୁଖ୍ୟ । ତାଙ୍କ ନିଷ୍ପତ୍ତି ମାନି ଭୋଟ ଦେବାର ଥିଲା । ଏଠି ମାଟି କଥା କୁହାଯାଉଛି । କିନ୍ତୁ ଯଶୱନ୍ତ ସିହ୍ନାଙ୍କୁ କଣ ବିହାରର ବିଜେପି ସଦସ୍ୟ ଭୋଟ ଦେଲେ କି ବୋଲି ପ୍ରଶ୍ନ କରିଛନ୍ତି ତାରା । ଦଳର ଟିକେଟରେ ଜିତିଛନ୍ତି, ତେଣୁ ମୋକିମ ଦଳ ନିଷ୍ପତ୍ତି ମାନିବା କଥା ।

ସେହିପରି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଦ୍ରୌପଦୀଙ୍କୁ ଭୋଟ ଦେବା ମୋକିମଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । କିନ୍ତୁ କଂଗ୍ରେସର କର୍ମୀ ଭାବେ କହିବି ଠିକ ହେଲାନି । ଓଡିଆ ଝିଅ ଭାବେ ଭୋଟ ଦେବାକୁ ମୋର ଇଚ୍ଛା ଥିଲା । କିନ୍ତୁ ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛି । ସେ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି, ତେଣୁ ହାଇକମାଣ୍ଡ ମୋକିମଙ୍କ ବାବଦରେ ନିଷ୍ପତ୍ତି ନେବେ ।

ସେପଟେ ମହମ୍ମଦ ମୋକିମ କହିଛନ୍ତି ଯେ, ଦଳୀୟ ଫୋରମରେ କଥା ହେବି । ଏବିଷୟରେ କେହି କିଛି ଆଲୋଚନା କରି ନାହାନ୍ତି । ଚିଠି ପାଇଲେ ରିପୋର୍ଟ ଦେବି । ବିଜେଡିକୁ ଯିବା କେବଳ ସ୍ପେକୁଲେସନ । ଭାବି ଚିନ୍ତି ଦ୍ରୌପଦୀଙ୍କୁ ଭୋଟ ଦେଇଛି । ଓଡ଼ିଶାର ଗର୍ବ ଗୌରବ ଦୃଷ୍ଟିରୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ବି ସବୁ ବିଧାୟକ ଏକାଠି ଅଛୁ । ଗୃହରେ ମିଶିକି ଲଢ଼ୁଛୁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.