ETV Bharat / city

ନନ୍ଦନକାନନରେ ପୁଣି ଅବ୍ୟବସ୍ଥା: ଜଳହସ୍ତୀ ଖୁଆଡ଼ରେ ପଶିଲା 3 ଫୁଟିଆ କୁମ୍ଭୀର - ଜଳହସ୍ତୀ ଖୁଆଡ଼ରେ କୁମ୍ଭୀର

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର । ଖୁଆଡ଼ରୁ କୁମ୍ଭୀରକୁ ବାହାର କରିବାକୁ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଜାରି । ଅଧିକ ପଢ଼ନ୍ତୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର

author img

By

Published : May 29, 2022, 4:46 PM IST

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜଳହସ୍ତୀ ଖୁଆଡ଼ରେ ଆଜି ଏକ କୁମ୍ଭୀର ପଶିଯାଇଛି । ଜଳହସ୍ତୀ ରହୁଥିବା ୬୩ ନମ୍ବର ଖୁଆଡ଼ରେ ୩ ଫୁଟର କୁମ୍ଭୀରକୁ ଦେଖି ଜଳହସ୍ତୀମାନେ ପାଣି ଭିତରୁ ବାହାରକୁ ବାହାରି ଆସିଥିଲେ । ଏହାଦେଖି ଖୁଆଡ଼ରୁ କୁମ୍ଭୀରକୁ ବାହାର କରିବାକୁ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଜାରି ରହିଛି । ପୂର୍ବରୁ ମଧ୍ୟ ଏଭଳି ଘଟଣା ଅନେକଥର ଘଟିଛି । କିଛି ମାସ ତଳେ ବାଘ ଖୁଆଡ଼ରେ କୁମ୍ଭୀର ପଶିଯିବାର ସୂଚନା ରହିଥିଲା ।

ସୂଚନାନୁସାରେ ଖୁଆଡ ନମ୍ବର ୬୩ ଓ ୬୪ରେ ଥିବା ଜଳାଶୟରେ ପ୍ରାୟ ୧୨ଟି ଜଳହସ୍ତୀ ରହୁଛନ୍ତି । ଆଜି ସକାଳେ ଦୁଇ ଖୁଆଡ ମଧ୍ୟରେ ଥିବା ପାଚେରୀ ଉପରେ ଏକ ବିରାଟ କୁମ୍ଭୀର ଶୋଇ ରହିଥିବା ଦେଖାଯାଇଥିଲା । ଖବର ପାଇ ନନ୍ଦନକାନନ କର୍ତ୍ତୃପକ୍ଷ ଜଳାଶୟରୁ ଜଳହସ୍ତୀ ମାନଙ୍କୁ ଅଲଗା କରାଯାଇ ଜାଲ ପକାଇ କୁମ୍ଭୀରକୁ ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.