ଭୁବନେଶ୍ବର : ରାଜଧାନୀରେ ଥରହର କଲେଣି ଅପରାଧୀ। କେତେବେଳେ ଝରକା ତାଡି ତ କେତେବେଳେ ସ୍କାଏଲାଇଟ ତାଡି। କଲୋନୀ ଭିତରେ କଳାକନା ବୁଲାଇ ଫେରାର ଅପରାଧୀ। ସାମନ୍ତରାପୁର ଦିବ୍ୟବିହାର ପ୍ଲଟନମ୍ବର ୫୩/୧୩୯ ଚିତ୍ତରଞ୍ଜନ ପାଲଙ୍କ ଘରୁ ୧୫ଲକ୍ଷ ଟଙ୍କାର ଲୁଟ କମିଶନରେଟ ପୋଲିସର ଚିନ୍ତା ବଢାଇଛି। ଗତ ୪ଦିନ ମଧ୍ୟରେ ସାମନ୍ତରାପୁର ଦିବ୍ୟ ବିହାରରେ ୫ଟି ଘଟଣା ପୋଲିସର ଇଣ୍ଟେଲିଜେନସ ସମ୍ପୂର୍ଣ୍ଣ ଫେଲ ମାରିଛି ।
କାରଣ ଅପରାଧୀ ଖୁଲମଖୁଲା ଓ ବେଫିକର ବୁଲୁଛନ୍ତି । ଅନ୍ଧାର ଭିତରେ ପାଟ୍ରୋଲିଂର ଅଭାବରୁ ରେକି କରି ଘରେ ପଶୁଛନ୍ତି। ସହିଦନଗର, ଲକ୍ଷ୍ମୀସାଗର, ମାଞ୍ଚେଶ୍ବର ପରି ଧଉଳି, ଲିଙ୍ଗରାଜ ଥାନା ଅଞ୍ଚଳରେ ଏମାନେ ବେଶ ସକ୍ରିୟ ହୋଇଛନ୍ତି । ସିସିଟିଭିରେ ଏମାନଙ୍କ ଭିଜୁଆଲ କଏଦ ହେଲେ ବି ପୋଲିସ ଟେର ପାଉନି । ସେପଟେ ଡିସିପି କହିଛନ୍ତି ଘଟଣାର ତଦନ୍ତ ଚାଲିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ