ETV Bharat / city

CrimeBranch: ପୋଲିସ ହାତରେ ପଡିବ ହାତକଡି ! ୪ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା

author img

By

Published : Dec 1, 2021, 11:40 AM IST

Updated : Dec 1, 2021, 12:06 PM IST

ଜୟପୁର ହାଜତ ମୃତ୍ୟୁ ଘଟଣାରେ 4 ପୋଲିସ କର୍ମୀଙ୍କ ନାଁରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

ଜୟପୁର ହାଜତ ମୃତ୍ୟୁ ଘଟଣା, ୪ ପୋଲିସ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା

ଭୁବନେଶ୍ବର: ୨୦୧୭ ଜୟପୁର ଥାନା ହାଜତ ମୃତ୍ୟୁ ଘଟଣାରେ ୪ ଜଣଙ୍କ ନାରେ ଏତଲା। ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ଜୟପୁର ଟାଉନ ଥାନାର ପୂର୍ବତନ ଥାନାଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବ ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ରାଜେଶ ବଳିଆରସିଂ ଏବଂ ତତକାଳିନ SDPO ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାଁରେ ରୁଜୁ ହୋଇଛି ମାମଲା ।

ସେମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଦଫା ୩୦୨, ୩୨୩, ୩୪୨, ୩୨୫, ୫୦୫ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ରାମଚନ୍ଦ୍ର ଥମ୍ବ ଏହି ଘଟଣାର ତଦନ୍ତ କରିବେ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି।

୨୦୧୭ ମସିହାରେ ଜୟପୁର ଥାନା ହାଜତ ମୃତ୍ୟୁ ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଉକ୍ତ ଘଟଣା ପଛରେ ପୋଲିସ ଅଧିକାରୀଙ୍କ ସଂପୃକ୍ତି ଥିବାରୁ ତଦନ୍ତ ପ୍ରଭାବିତ ହେବା ଆଶଙ୍କା ରହିଥିଲା। ଏ ନେଇ ଘଟଣାର ବିଭାଗୀୟ ତଦନ୍ତ ପରେ ୪ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 1, 2021, 12:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.