ETV Bharat / city

ମାନିଲେନି ନିୟମ ଲୁଟେରାଙ୍କୁ ଦେଲେ ଆଶ୍ରୟ, ଥାନାରେ ଅଟକ ହୋଟେଲ ମାଲିକ ଓ ମ୍ୟାନେଜର

author img

By

Published : Jan 28, 2022, 10:17 PM IST

ଲୁଟେରାଙ୍କୁ ହୋଟେଲରେ ରଖିବା ମହଙ୍ଗା ପଡିଲା। ଡକ୍ୟୁମେଣ୍ଟ ଭେରିଫିକେସନ ନ କରି ଫସିଲେ ହୋଟେଲ ମାଲିକ। ଦୁଇ ହୋଟେଲ ମାଲିକ ଓ ମ୍ୟାନେଜରକୁ ଉଠାଇ ନେଲା ପୋଲିସ। ଅଧିକ ପଢନ୍ତ

ମାନିଲେନି ନିୟମ ଲୁଟେରାଙ୍କୁ ଦେଲେ ଆଶ୍ରୟ : ଥାନାରେ ଅଟକ ହୋଟେଲ ମାଲିକ ଓ ମ୍ୟାନେଜର

ଭୁବନେଶ୍ବର : ଲୁଟେରାଙ୍କୁ ହୋଟେଲରେ ରଖିବା ମହଙ୍ଗା ପଡିଲା। ଡକ୍ୟୁମେଣ୍ଟ ଭେରିଫିକେସନ ନ କରି ଫସିଲେ ହୋଟେଲ ମାଲିକ। ଦୁଇ ହୋଟେଲ ମାଲିକ ଓ ମ୍ୟାନେଜରକୁ ଉଠାଇ ନେଲା ପୋଲିସ।

ସରାଇ ଆକ୍ଟର‌ ନିୟମ ଉଲଙ୍ଘନ ଓ କମିସନରେଟ ପୋଲିସର ନିୟମ ନ ମାନିବା ନେଇ ଆରମ୍ଭ ହୋଇଛି ପ୍ରସିକ୍ୟୁସନ। ଖାରବେଳ ନଗର ଥାନା ଅଞ୍ଚଳର ଜନତା ଲଜ ଓ କ୍ୟାପିଟାଲ ଥାନା ଅଶୋକ ନଗରର ଶ୍ରୀ ସାଇ ହୋଟେଲ ବିରୋଧରେ ପୋଲିସ ଆରମ୍ଭ କରିଛି କାର୍ଯାନୁଷ୍ଠାନ। ହୋଟେଲ ମ୍ୟାନେଜର ଓ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ଔଷଧ ଦୋକାନରୁ ଅଭିନବ ଉପାୟରେ ଲୁଟ କରୁଥିବା ଛକା ପଞ୍ଝା ଗ୍ୟାଙ୍ଗ ଧରାପଡିବା ପରେ ଆରମ୍ଭ ହୋଇଛି ଏପରି କାର୍ଯ୍ୟାନୁଷ୍ଠାନ। କାରଣ ଗ୍ୟାଙ୍ଗର ୪ ବଙ୍ଗୀୟ ଲୁଟେରାକୁ ହୋଟେଲରେ ରଖିବା ମହଙ୍ଗା ପଡିଛି । ହୋଟେଲରେ ଅଭିଯୁକ୍ତ ମାନେ ଭୁଲ ତଥ୍ୟ ଦେଇ ରହିଥିଲେ ।

ଅଭିଯୁକ୍ତମାନେ ଭୁଲ ତଥ୍ୟ ଦେଇଥିଲେ ସୁଧା ସମ୍ପୃକ୍ତ ହୋଟେଲ କର୍ତ୍ତୃପକ୍ଷ ଯାଞ୍ଚ ନ କରିବା ସହ ସ୍ଥାନୀୟ ଥାନାକୁ ବି ଏ ଗ୍ୟାଙ୍ଗ ବାବଦରେ ପୋଲିସକୁ ଜଣାଇ ନଥିଲେ । ସରାଇ ଆକ୍ଟ ଅନୁସାରେ ହୋଟେଲ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଛି ପୋଲିସ । ହୋଟେଲକୁ ଆସୁଥିବା ଲୋକଙ୍କ ତଥ୍ୟ ଦେବା ନେଇ ପୋଲିସ ସରାଇ ଆପ୍ ଲଞ୍ଚ କରିଛି ।

ଏହାବି ପଢନ୍ତୁ : Loot from Wedding Venue: ବରଯାତ୍ରୀ ବେଶରେ ଆସିଲେ, ଲୁଟି ନେଲେ ବନ୍ଦାଣ ଗହଣା

ହେଲେ କିଛି ହୋଟେଲ ତଥ୍ୟ ଦେଉଥିବା ବେଳେ ଆଉ କିଛି ହୋଟେଲ ନିୟମ ଖିଲାପ କରୁଛନ୍ତି । ଆଗାମୀ ଦିନରେ କୌଣସି ହୋଟେଲ ଏଭଳି ନିୟମ ଭଙ୍ଗ କରନ୍ତି ତାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।

ପୂର୍ବରୁ ପଟିଆ ଅଞ୍ଚଳରେ ଏକ ଏଟିଏମ ଲୁଟେରା ‌ଗ୍ୟାଙ୍ଗ ମଧ୍ୟ ସମାନ ଢଙ୍ଗରେ ହୋଟେଲରେ ରହି ଏକ ଏଟିଏମକୁ ଗ୍ୟାସ କଟରରେ ତାଡି କ୍ୟାସ ନେଇ ଚମ୍ପଟ ମାରିଥିଲେ‌। ଏନେଇ ସେତେବେଳେ ପୋଲିସ ଜାଣି ପାରିଥିଲା କିଭଳି ଅପରାଧିମାନେ ‌ହୋଟେଲରେ ରହି ଏପରି କ୍ରାଇମ କରୁଛନ୍ତି । ଏନେଇ ଡିସିପି ଭୁବନେଶ୍ୱର ସରାଇ ଆପ ଲଞ୍ଚ କରି ସମସ୍ତ ତଥ୍ୟ ହୋଟେଲକୁ ଆସୁଥିବା ଲୋକର ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.