ETV Bharat / city

ମୟୂରଭଞ୍ଜରେ ବଢୁଛି ହତ୍ୟା ଓ ଦୁଷ୍କର୍ମ, ଚୋରି ଡକାୟତିରେ ଭୁବନେଶ୍ବର ପ୍ରଥମ

author img

By

Published : Nov 19, 2019, 9:21 AM IST

ରାଜ୍ୟରେ ଅପରାଧ ତାଲିକା ଚିନ୍ତାଜନକ ରହିଛି । ହତ୍ୟା ଓ ଦୁଷ୍କର୍ମ ମାମଲାରେ ମୟୂରଭଞ୍ଜ ଜିଲ୍ଲା ଆଗରେ ରହିଥିବା ବେଳେ ଚୋରି ଓ ଡକାୟତି ମାମଲାରେ ଭୁବନେଶ୍ବର ପ୍ରଥମ ରହିଛି ।

ମୟୂରଭଞ୍ଜରେ ବଢୁଛି ହତ୍ୟା ଓ ଦୁଷ୍କର୍ମ, ଚୋରି ଡକାୟତିରେ ଭୁବନେଶ୍ବର ପ୍ରଥମ

ଭୁବନେଶ୍ବର: ଗମ୍ଭୀର ସ୍ଥିତିରେ ରାଜ୍ୟର ଅପରାଧ ତାଲିକା । ହତ୍ୟା ଓ ଦୁଷ୍କର୍ମ ଭଳି ମାମଲାରେ ମୟୂରଭଞ୍ଜ ଜିଲ୍ଲା ରାଜ୍ୟରେ ସବୁଠୁ ଆଗରେ । ଅନ୍ୟ ଜିଲ୍ଲା ତୁଳନାରେ ମୟୂରଭଞ୍ଜରେ ସର୍ବାଧିକ ୭୧ଟି ହତ୍ୟାକାଣ୍ଡ ଘଟିଛି । ଏପରିକି ଦୁଷ୍କର୍ମ ମାମଲାରେ ଆଗରେ ରହିଛି ମୟୂରଭଞ୍ଜ ଜିଲ୍ଲାରେ । ଏଠାରେ ସର୍ବାଧିକ 128ଟି ଦୁଷ୍କର୍ମ ମାମଲା ହୋଇଛି ।

_CRIME RATE

ସେହିପରି ଚୋର ଓ ଡକାୟତି ଓ ଛିନତାଇରେ ଭୁବନେଶ୍ବର ରାଜ୍ୟର ସବୁଜିଲ୍ଲା ଠାରୁ ଟପିଯାଇଛି । ରେକର୍ଡ ତଥ୍ୟ କହୁଛି, ଚୋର ଓ ଡକାୟତ ଭଳି ଅପରାଧିଙ୍କ ଚରାଭୁଇଁ ପାଲଟିଛି ରାଜଧାନୀ । ଭୁବନେଶ୍ବରରେ ୧୨୧୮ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ ୩୬ଟି ଡକାୟତି,୨୧୪ଟି ଚୋରି,୨୨୪ଟି ସିନ୍ଧି ଚୋରି ମାମଲା ହୋଇଛି । ଯାହାକି ରାଜ୍ୟରେ ସବୁଠୁ ଆଗରେ ରହିଛି । ସେହିପରି ସର୍ବାଧିକ ଜମି ଜବରଦଖଲ,ହଡପ ଭଳି ସଂକ୍ରାନ୍ତୀୟ ମାମଲା ଭୁବନେଶ୍ବରରେ ୩୯୫ ସର୍ବାଧିକ ମାମଲା ହୋଇଛି । ତେବେ କେନ୍ଦ୍ରାପଡାରେ ସର୍ବାଧିକ ୧୧୭ଟି ଦଙ୍ଗା ସଂକ୍ରାନ୍ତିୟ ମାମଲା ହୋଇଛି । ମୋଟରଯାନ ଦୁର୍ଘଟଣାରେ ଭୁବନେଶ୍ବର ସର୍ବାଧିକ ୪୫୬ଟି ମାମଲା ହୋଇଥିବା ବେଳେ ପରେ ସମ୍ବଲପୁରରେ ୩୯୮ଟି ମାମଲା ହୋଇ ଦ୍ବିତୀୟ ସ୍ଥାନରେ ରହିଛି ।

ତେବେ ଅପରାଧର ତାଲିକାରେ ସବୁଠୁ କମ୍‌ ମାମଲା ସହ ସମସ୍ତ ଅପରାଧରେ ଦେବଗଡ ଜିଲ୍ଲା ପଛରେ ରହିଛି । ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟରେ ହୋଇଥିବା ସମସ୍ତ ଅପରାଧ ରିପୋର୍ଟ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ବିଧାନସଭାରେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ତଥ୍ୟ ଉପସ୍ଥାପନା କରିଛନ୍ତି । ଯେଉଁଥିରେ ରାଜ୍ୟରେ ମୋଟ ୧୦୭୯ଟି ହତ୍ୟାକାଣ୍ଡ ସହ ୧୮୬୫ଟି ଦୁଷ୍କର୍ମ, ୮୨୦୩ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ମୟୁରଭଞ୍ଜରେ ବଢୁଛି ହତ୍ଯା ଓ ଦୁଷ୍କର୍ମ,
ଚୋରି ଡକାୟତିରେ ଭୁବନେଶ୍ବର ପ୍ରଥମBody:

ଗମ୍ଭିର ସ୍ଥିତିରେ ରାଜ୍ଯର ଅପରାଧ ତାଲିକା।ହତ୍ଯା ଓ ଦୁଷ୍କର୍ମ ଭଳି ମାମଲାରେ ମୟୁରଭଞ୍ଜ ଜିଲା ରାଜ୍ଯର ସବୁଠୁ ଆଗରେ ।ଅନ୍ଯ ଜିଲ୍ଲା ତୁଳନାରେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୭୧ଟି ହତ୍ଯାକାଣ୍ଡ ଘଟିଛି। ଏପରିକି ଦୁଷ୍କର୍ମ ମାମଲାରେ ସବୁଠୁ ଅଧିକ ୧୨୮ଟି ମାମଲା ହୋଇଛି।ସେହିପରି ଚୋର ଓ ଡକାୟତି ଓ ଛିନତାଇ ରେ ଭୁବନେଶ୍ବର ରାଜ୍ଯର ସବୁଜିଲ୍ଲା ଠାରୁ ଟପିଯାଇଛି।ରେକର୍ଡ ତଥ୍ଯ କହୁଛି ଚୋର ଓ ଡକାୟତ ଭଳି ଅପରାଧିଙ୍କ ଚରାଭୁଇଁ ପାଲଟିଛି ଭୁବନେଶ୍ବର।୧୨୧୮ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ ୩୬ଟି ଡକାୟତି,୨୧୪ଟି ରବରି,୨୨୪ଟି ବର୍ଗଲାରି ମାମଲା ହୋଇଛି।ଯାହାକି ରାଜ୍ଯର ସବୁଠୁ ଆଗରେ ରହିଛି ।ସେହିପରି ସର୍ବାଧିକ ଜମି ଜବରଦଖଲ ,ହଡପ ଭଳି ସଂକ୍ରାନ୍ତିୟ ମାମଲା ଭୁବନେଶ୍ବରରେ ୩୯୫ ସର୍ବାଧିକ ମାମଲା ହୋଇଛି।ତେବେ କେନ୍ଦ୍ରାପଡାରେ ସର୍ବାଧିକ ୧୧୭ଟି ଦଙ୍ଗା ସଂକ୍ରାନ୍ତିୟ ମାମଲା ହୋଇଛି।ସେହିପରି ମୋଟରଯାନ ଦୁର୍ଘଟଣା ରେ ଭୁବନେଶ୍ବର ସର୍ବାଧିକ ୪୫୬ଟି ମାମଲା ହୋଇଥିବା ବେଳେ ପରେ ସମ୍ବଲପୁରରେ ୩୯୮ଟି ମାମଲା ହୋଇ ଦିତିୟ ସ୍ଥାନରେ ରହିଛି।ତେବେ ଅପରାଧର ତାଲିକାରେ ସବୁଠୁ କମ ମାମଲା ସହ ସମସ୍ତ ଅପରାଧରେ ଦେବଗଡ ଜିଲ୍ଲା ପଛରେ ରହିଛି।ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ଯରେ ହୋଇଥିବା ସମସ୍ତ ରିପୋର୍ଟ ର ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ବିଧାନସଭାରେ ରାଦ୍ଯ ଗୃହ ମନ୍ତ୍ରୀ କ୍ଯାପ୍ଟେନ ଦିବ୍ଯ ଶଙ୍କର ତଥ୍ଯ ଉପସ୍ଥାପନା କରିଛନ୍ତି।ଯେଉଁଥିରେ ରାଜ୍ଯରେ ମୋଟ ୧୦୭୯ଟି ହତ୍ଯାକାଣ୍ଡ ସହ ୧୮୬୫ଟି ଦୁଷ୍କର୍ମ ,୮୨୦୩ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲା ରେକର୍ଡ ହୋଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.