ETV Bharat / city

ବଢୁଛି ଲୁଟେରାଙ୍କ ଉତ୍ପାତ: ରାଜଧାନୀରେ ୨୦ ଦିନରେ ୨୦ ଛିନତାଇ - ଭୁବନେଶ୍ବରରେ ଲୁଟେରାଙ୍କ ଉତ୍ପାତ

ରାଜଧାନୀରେ ବଢୁଛି ଅପରାଧ । ବର୍ଷ ଆରମ୍ଭରୁ ଲୁଟ ଛିନତାଇ ଭଳି ମାମଲା ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ୨୦ ଦିନରେ ୨୦ ଛିନତାଇ । ୭ଟି ସୁନାଚେନ ଛିନତାଇ ହୋଇଥିବା ବେଳେ ୧୩ଟି ମୋବାଇଲ ଛିନତାଇର ରିପୋର୍ଟ ପୋଲିସ ହାତରେ ଲାଗିଛି । ଅଧିକ ପଢନ୍ତୁ

ଲୁଟେରାଙ୍କ ଉତ୍ପାତ :ରାଜଧାନୀରେ ୨୦ ଦିନରେ ୨୦ ଛିନତାଇ

author img

By

Published : Jan 22, 2022, 8:29 AM IST

ଭୁବନେଶ୍ବର: ରାଜଧାନୀରେ ବଢୁଛି ଅପରାଧ । ବର୍ଷ ଆରମ୍ଭରୁ ଲୁଟ ଛିନତାଇ ଭଳି ମାମଲା ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ, ୨୦ ଦିନରେ ୨୦ ଛିନତାଇ ହୋଇଛି । ୭ଟି ସୁନାଚେନ ଛିନତାଇ ହୋଇଥିବା ବେଳେ ୧୩ଟି ମୋବାଇଲ ଛିନତାଇର ରିପୋର୍ଟ ପୋଲିସ ହାତରେ ଲାଗିଛି । ରାସ୍ତା କଡଠୁ ଆରମ୍ଭ କରି ଗଳି କନ୍ଦିରେ ଉତ୍ପାତ କରୁଛନ୍ତି ଅପରାଧି ।

ଲୁଟେରାଙ୍କ ଉତ୍ପାତ :ରାଜଧାନୀରେ ୨୦ ଦିନରେ ୨୦ ଛିନତାଇ

ଫଳରେ ହାତରୁ ମୋବାଇଲ ଭ୍ୟାନିଟ ସହ ଗହଣା ଝାମ୍ପିନେଇ ଚମ୍ପଟ ମାରୁଛନ୍ତି ଲୁଟେରା । ଯାହା ଏବେ ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏପରିକି ଛିନତାଇ ପାଇଁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ବୃତ୍ତ । ମାରଣାସ୍ତ୍ର ଧରି ରକ୍ତମୁଖା ହେବା ସହ ଚାପୁଡା ଓ ବିଧା ପକାଇ ମୋବାଇଲ ନେଇ ଛୁ ମାରୁଛନ୍ତି ଲୁଟେରା ।

ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ବର ନୟାପଲ୍ଲୀରେ । ଜଣେ ସାମ୍ବାଦିକଙ୍କ ବେକରେ କଟୁରୀ ଲଗାଇ ଝାମ୍ପିଲେ ଫୋନ, ଟଙ୍କା ସହ ଗହଣା। ଗୋଟିଏ ଗୋଟିଏ ଥାନା ଏଭଳି ୨ ରୁ ୩ ରିପୋର୍ଟ ନିତିଦିନ ଆସୁଛି । ଏଣିକି ଛିନତାଇର (FIR) ନ କରି ପୋଲିସ ଷ୍ଟେସନ‌ ଡାଏରୀ କରି ରେକର୍ଡ ମେଣ୍ଟେନ‌ କରୁଛି । ତେବେ ଚୋରି ଓ ଛିନତାଇ ଯୋଗୁଁ ଲୋକଙ୍କ ସମସ୍ୟା ବଢୁଛି । ଏଥିପାଇଁ କମିସନରେଟ ପୋଲିସ ସ୍ପେଶାଲ ଡ୍ରାଇଭ କରୁଛି।

ଇତିମଧ୍ୟରେ ଚୋରି ଛିନତାଇ ହୋଇଥିବା ମୋବାଇଲ ଧରାପଡିବା ପରେ ସେସବୁକୁ ଫେଜ ଫେଜରେ ଲୋକଙ୍କୁ ଫେରାଯାଉଛି । ଯାହାର କ୍ରମରେ ପୂର୍ବରୁ ଜୋନାଲ ଏସିପ ମୋବାଇଲ ଫେରାଉଥିବା ବେଳେ ଏବେ ଡିସିପି ଅଫିସରେ‌ ସ୍ବତନ୍ତ୍ର ମେଳା କରି ଫୋନ ଫେରାଇଛନ୍ତି ପୋଲିସ ଅଧିକାରୀ ।

ଅଧିକାଂଶ ମୋବାଇଲ ବର୍ଷେ ତଳର ଚୋରି ଓ ଛିନତାଇ ହୋଇଥିବା ମୋବାଇଲ ଦେଖିବାକୁ ମିଳିଛି । ଏପରିକି କେହି କେହି ମୋବାଇଲ କିଣିବା ପରେ ଚୋରି ହେବା ପରେ ଫୋନର ଇନଷ୍ଟଲମେଣ୍ଟ ମଧ୍ୟ ଦେଉଥିଲେ । ୬ମାସ ପରେ ମୋବାଇଲର ଇଏମଆଇ ସରିବା ପରେ ଚୋରି ହୋଇଥିବା ମୋବାଇଲକୁ ଧରି ମୋବାଇଲର‌ ମାଲିକକୁ ଫେରାଇଛି ପୋଲିସ ।

ସହିଦନଗର ଥାନାର ବିଦେଶ ନାଥ ନାମକ ଅଭିଯୋଗକାରୀର ୟୁନିଟ ୯, ବାୟାବାବା ବସ୍ତି ସ୍ଥିତ ନିଜ ଘରୁ ଗତ ୫ ଜୁନ ୨୦୨୧ରେ ଏକ ସାମସଙ୍ଗ ମୋବାଇଲ ଚୋରି ହୋଇଥିଲା । ପରେ ପୋଲିସ ଏଫଆଇଆର ନ କରି ଷ୍ଟେସନ ଡାଏରି କରି ପଠାଇଦେଲା। ଏବେ ପୋଲିସ ଫୋନ ଜବତ କରି ତାଙ୍କୁ ହସ୍ତାନ୍ତର କରିଛି ।

ସେହିପରି ଗତ ବର୍ଷ ଏପ୍ରିଲ ମାସରେ ରଶ୍ମିବାଳା ପାତ୍ର ନାମକ ଜଣେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କର ଜଟଣୀରୁ ମୋବାଇଲ ଛଡାଇ ନେଇଥିଲେ ଦୁର୍ବୃତ୍ତ । ପରେ ଛାତ୍ରୀ ଜଣକ ମୋବାଇଲ ଆଡମିଟ କାର୍ଡଠୁ ଆରମ୍ଭ କରି ଡକୁମେଣ୍ଟ ଥିଲେ ବି ପରୀକ୍ଷା ଦେବା ପାଇଁ ବହୁ ହଇରାଣ ହରକତ ହୋଇଥିଲେ । ପରେ ଦିର୍ଘ ୯ମାସ ପରେ ଶେଷରେ ସେହି ଛିନତାଇ ହୋଇଥିବା ମୋବାଇଲକୁ ପୋଲିସ ରଶ୍ମିବାଳାଙ୍କୁ ଫେରାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.