ETV Bharat / city

ଜମି ପାଇଁ ନାବାଳିକାକୁ ଅପହରଣ ମାମଲା, କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ

୩ ଡ଼ିସିମିଲ ଜାଗା ପାଇଁ ୧୩ ବର୍ଷର ନାବାଳିକାକୁ ଅପହରଣ ମାମଲା, ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଶିଶୁ ସୁରକ୍ଷା ଆୟୋଗର ନିର୍ଦ୍ଦେଶ । ଅଧିକ ପଢନ୍ତୁ

author img

By

Published : Aug 4, 2022, 9:34 PM IST

ଜମି ପାଇଁ ନାବାଳିକାକୁ ଅପହରଣ ମାମଲା, କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ
ଜମି ପାଇଁ ନାବାଳିକାକୁ ଅପହରଣ ମାମଲା, କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ୩ ଡ଼ିସିମିଲ ଜାଗା ପାଇଁ ୧୩ ବର୍ଷର ନାବାଳିକାକୁ ଅପହରଣ ଅଭିଯୋଗ । ଥାନାକୁ ଦୌଡ଼ି ଦୌଡ଼ି ହତାଶ ହେବା ପରେ ଶିଶୁ ସୁରକ୍ଷା ଆୟୋଗଙ୍କ ଦ୍ଵାରସ୍ତ ହେଲେ ପରିବାର ଲୋକେ । ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ଆୟୋଗ ।

ସୂଚନା ଅନୁଯାୟୀ, ପିପିଲି ଅଞ୍ଚଳରେ ଜାଗାବାଡ଼ିକୁ ନେଇ ଗଣ୍ଡଗୋଳ ଓ ପୂର୍ବ ଶତ୍ରୁତା ପରେ ଜଣେ ନାବାଳିକାକୁ ଅପହରଣ ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଅପହରଣକାରୀ ଯୁବକ ଓ ଅପହୃତ ନାବାଳିକାର ଟେର ପାଉନି । ଅପହରଣକାରୀ ଯୁବକ ଜଣକ ଫୋନ ମାଧ୍ୟମରେ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେପଟେ ବାରମ୍ବାର ଥାନାକୁ ଯିବା ପରେ ନିରାଶ ହୋଇ ଶେଷରେ ଶିଶୁ ସୁରକ୍ଷା ଆୟୋଗଙ୍କ ନିକଟରେ ଗୁହାରି କରିଛନ୍ତି ନାବାଳିକାଙ୍କ ମାଆ ଓ ପରିବାର ଲୋକେ । ପଦକ୍ଷେପ ସ୍ୱରୂପ କାହିଁକି ଏହି ମାମଲାକୁ ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ପିପିଲି ଥାନାକୁ ପ୍ରଶ୍ନ କରାଯାଇ ଥିବାବେଳେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.