ETV Bharat / city

ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

author img

By

Published : Nov 25, 2020, 4:17 PM IST

ନୟାଗଡ଼ ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତି ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଏହି ହତ୍ୟା ଘଟଣାରେ 34 ଜଣଙ୍କୁ ଜେରା କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ
ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ବର: ଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ତଦନ୍ତ ନିର୍ଦ୍ଦେଶ ନେଇ ଗୃହରେ ବିବୃତି ରଖିଲେ ମନ୍ତ୍ରୀ । ଏହି ଘଟଣାରେ ଏପର୍ଯ୍ୟନ୍ତ 34 ଜଣଙ୍କୁ ପଚରାଉଚରା କରାଯାଇଛି । ପୂର୍ବରୁ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା ।

ତେବେ ପରୀକୁ ନ୍ୟାୟ ଦାବିରେ ଗତ ମଙ୍ଗଳବାର ପରୀର ବାପା-ମା’ ବିଧାନସଭା ସମ୍ମୁଖରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ହତ୍ୟା ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବିରୋଧି ଗର୍ଜି ଥିଲେ । ଏ ପ୍ରସଙ୍ଗରେ ଗୃହରାଷ୍ଟ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ କଂଗ୍ରେସ ଓ ବିଜେପି । ଏନେଇ ଆଜି ଗୃହରେ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ଦେଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.