ETV Bharat / city

ଏସଏଚଜି ଗ୍ରୁପର ଟଙ୍କା ଡକାୟତି ଉଦ୍ଯମ ପଣ୍ଡ, ୪ଡକାୟତ ଗିରଫ - ଡକାୟତି ଉଦ୍ଯମ ପଣ୍ଡ

ଏସଏଚଜି ଗ୍ରୁପର ଟଙ୍କା ଡକାୟତି ଉଦ୍ଯମ ପଣ୍ଡ । ଖୋର୍ଦ୍ଧାରୁ 4 ଡକାୟତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସେମାନଙ୍କୁ ଆଇପିସିର ଧାରା ୩୯୯,୪୦୨, ଆର୍ମସ ଆକ୍ଟ ୨୫, ୨୭ ଓ ୧୯୫୯ରେ କୋର୍ଟକୁ ଚାଲାଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 1, 2019, 11:42 PM IST

ଭୁବନେଶ୍ବର: ଡକାୟତି ଯୋଜନା ପଣ୍ଡ। ଏସଏଚଜି ଗ୍ରୁପର ଟଙ୍କା ଡକାୟତି ଯୋଜନା ବେଳେ ଖୋର୍ଦ୍ଧାରୁ 4 ଡକାୟତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସେମାନଙ୍କ ଠାରୁ ୯ ଏମଏମ ପିସ୍ତଲ ସହ ୫ରାଉଣ୍ଡ ଗୁଳି ଓ ମାରଣାସ୍ତ୍ର ଜବତ କରାଯାଇଛି।

ସୂଚନା ମୁତାବକ, ଖୋର୍ଦ୍ଧା ଏନଏଚ ୧୬ ନିକଟରେ କିଛି ଡକାୟତ ଡକାୟତି ଯୋଜନା କରୁଥିଲେ । ଅତି ଚତୁରତା ସହିତ ଜଣେ ଡକାୟତ ରାସ୍ତାରେ ଠିଆ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଗିରଫ କରିଥିଲା । ପରେ ଅନ୍ୟ 3 ଡକାୟତଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଅନ୍ୟ ସହଯୋଗୀ ଫେରାର ହୋଇଯାଇଥିଲେ ।

ତେବେ ଗିରଫ ଡକାୟତ ମାନେ ହେଲେ ଦୁଃଶାସନ ବେହେରା ଓରଫ ସନା, ହେମନ୍ତ ନାୟକ, ନିହାର ସାମନ୍ତରାୟ ଓରଫ ଜଗନ, ମହମ୍ମଦ ବସିର ଓରଫ ଲିପୁ । ପରେ ସେମାନଙ୍କୁ ଆଇପିସିର ଧାରା ୩୯୯,୪୦୨, ଆର୍ମସ ଆକ୍ଟ ୨୫,୨୭ ଓ ୧୯୫୯ ରେ କୋର୍ଟକୁ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.