ETV Bharat / city

ଗାନ୍ଧୀଜୀଙ୍କ ମୃତ୍ୟୁକୁ ଆକସ୍ମିକ ଦର୍ଶାଇବା ଘଟଣାକୁ ସିପିଆଇ(ଏମ୍‌)ର ନିନ୍ଦା - cpim press meet

ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଲିଫଲେଟ୍‌ରେ ଗାନ୍ଧୀଜୀଙ୍କ ମୃତ୍ୟୁ ଆକସ୍ମିକ ଭାବେ ହୋଇଥିବା ଦର୍ଶାଇବା ଘଟଣାକୁ ସିପିଆଇ(ଏମ୍‌)ର ନିନ୍ଦା । ଏହି ମିଥ୍ୟା ତଥ୍ୟ ଉପସ୍ଥାପନ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କଲା ସିପିଆଇ(ଏମ୍‌)ର ରାଜ୍ୟ କମିଟି ।

ଗାନ୍ଧୀଜୀଙ୍କ ମୃତ୍ୟୁକୁ ଆକସ୍ମିକ ଦର୍ଶାଇବା ଘଟଣାକୁ ସିପିଆଇ(ଏମ୍‌)ର ନିନ୍ଦା
author img

By

Published : Nov 18, 2019, 7:51 PM IST

ଭୁବନେଶ୍ବର: ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଲିଫଲେଟ୍‌ରେ ଗାନ୍ଧୀଜୀଙ୍କ ମୃତ୍ୟୁ ଆକସ୍ମିକ ଭାବେ ହୋଇଥିବା ଦର୍ଶାଇବା ଘଟଣାକୁ ସିପିଆଇ(ଏମ୍‌)ର ନିନ୍ଦା । ଏହି ମିଥ୍ୟା ତଥ୍ୟ ଉପସ୍ଥାପନ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କଲା ସିପିଆଇ(ଏମ୍‌)ର ରାଜ୍ୟ କମିଟି ।

ଗାନ୍ଧୀଜୀଙ୍କ ମୃତ୍ୟୁକୁ ଆକସ୍ମିକ ଦର୍ଶାଇବା ଘଟଣାକୁ ସିପିଆଇ(ଏମ୍‌)ର ନିନ୍ଦା

ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ଦଳ । ତଳିଆ କର୍ମଚାରୀ ବା ଅଧିକାରୀଙ୍କ ଉପରେ ଦୋଷ ଲଦି ଦେଇ ରାଜ୍ୟ ସରକାର ଯେଭଳି ଭାବରେ ଏ ଘଟଣାକୁ ହାଲୁକା ଭାବେ ନେଇଛନ୍ତି, ତାହାକୁ ଦୃଢ ନିନ୍ଦା କରିଛି ଭାରତୀୟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ।

ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ । ଯେଉଁ ପ୍ରଶାସନିକ ବ୍ୟକ୍ତି ଏପରି ଲେଖିଥିଲେ ଓ ପ୍ରଶାସନିକ ଅଧିକାରୀ ଏହାକୁ ଅନୁମୋଦନ କରିଥିଲେ, ତାହା ଲୋକଲୋଚନକୁ ଆସିବା ଦରକାର ଓ ଘଟଣାରେ ସଂଶ୍ଳିଷ୍ଟ ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି କହିଛି ଦଳ । ଏହାସହ ରାଜ୍ୟ ସରକାର ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଖରେ ଗାନ୍ଧୀଜୀଙ୍କ ହତ୍ୟା ଘଟଣାକୁ ସ୍ପଷ୍ଟ ଭାବେ ରଖନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଓଡିଶା ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପତ୍ରରେ ଗାନ୍ଧୀଜୀଙ୍କ ମୃତ୍ୟୁ ଆକସ୍ମିକ ଭାବେ ହୋଇଥିଲା ବୋଲି ଛପାଯାଇଥିବା ,ଏକ ଭ୍ରାନ୍ତ ତଥ୍ୟ ଉପସ୍ଥାପନ ଏକ ଉଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓଡିଶା ରାଜ୍ୟ କମିଟି।

Body:ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପ୍ରଚାର ପତ୍ରରେ ଗାନ୍ଧୀଜୀଙ୍କ ମୃତ୍ୟୁ ଆକସ୍ମିକ ଭାବେ ହୋଇଥିବା ବୋଲି ଛପାଯାଇଛି ଯାହା ଏକ ହୀନ ଚକ୍ରାନ୍ତ।ଏଭଳି ତଥ୍ୟ ଭ୍ରାନ୍ତ ଏବଂ ଉଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ସିପିଆଇ( ଏମ ) ରାଜ୍ୟ ସମ୍ପାଦକ ଅଳି କିଶୋର ପଟନାୟକ।ସୋମବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ,ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ସିପିଆଇ(ଏମ) ରାଜ୍ୟ କମିଟି।୩ ଜଣିଆ ତଳିଆ କର୍ମଚାରୀ ବା ଅଧିକାରୀ ଙ୍କ ଉପରେ ଦୋଷ ଲଦି ଦେଇ ରାଜ୍ୟ ସରକାର ଯେଭଳି ଭାବରେ ଏ ଘଟଣା କୁ ହାଲୁକା ଭାବେ ନେଇଛନ୍ତି ,ଏହାକୁ ଦୃଢ ନିନ୍ଦା କରିଛି ଭାରତୀୟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି।ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ।ଯେଉଁ ପ୍ରଶାସନିକ ବ୍ୟକ୍ତି ଏପରି ଲେଖିଥିଲେ ଓ ପ୍ରଶାସନିକ ଅଧିକାରୀ ଏହାକୁ ଅନୁମୋଦନ କରିଥିଲେ ,ତାହା ଲୋକ ଲୋଚନକୁ ଆସିବା ଦରକାର , ଏ ଘଟଣା ରେ ସଂଶ୍ଲିଷ୍ଟ ଦୋଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛି ସିପିଆଇ (ଏମ ) ଏବଂ ରାଜ୍ୟ ସରକାର ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଗାନ୍ଧୀଜୀଙ୍କ ହତ୍ୟା ଘଟଣାକୁ ସ୍ପଷ୍ଟ ଭାବେ ରଖନ୍ତୁ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.