ETV Bharat / city

ଖାଉଟି ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ସିପିଆଇଏମର ବିରୋଧ ପ୍ରଦର୍ଶନ

author img

By

Published : Nov 30, 2019, 2:03 PM IST

ରାଜ୍ୟରେ ତଥା ଦେଶରେ ବିଭିନ୍ନ ଖାଉଟି ସାମଗ୍ରୀର ଦର ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯାହାର ପ୍ରତିବାଦ ସ୍ବରୂପ ଭୁବନେଶ୍ବର ଏଡିଏମ ଅଫିସ ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହିତ ଧାରଣା ଦିଆଯାଇଛି।

cpi  demonstration
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ତଥା ଦେଶରେ ବିଭିନ୍ନ ଖାଉଟି ସାମଗ୍ରୀର ଦର ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ସାଧାରଣ ଖାଉଟି ଏହାର ବ୍ୟବହାର କରିବାରେ ଅନେକ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାର ପ୍ରତିବାଦରେ ଭୁବନେଶ୍ବରସ୍ଥିତ ଏଡିଏମ ଅଫିସ ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହିତ ଧାରଣା ଦିଆଯାଇଛି।

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶତାଧିକ କର୍ମୀ ଓ ନେତା ଧାରଣାରେ ବସିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତା ଓ କର୍ପୋରେଟ ତୋଷଣ ନୀତି ପାଇଁ ଏପରି ହେଉଥିବା ଅଭିଯୋଗ କରିଛନ୍ତି। ଏପରିକି ରାଜ୍ୟର ବିଜେଡି ସରକାର ଲୋକଙ୍କୁ ସୁବିଧା ପ୍ରଦାନ ପରିବର୍ତ୍ତେ ଆଧାର କାର୍ଡ ସଂଯୋଗ ନାମରେ 19 ଲକ୍ଷ ପରିବାରର ଖାଉଟି କାର୍ଡ ରଦ୍ଦ କରି ରାଜ୍ୟର ଗରିବ ଜନସାଧାରଣଙ୍କ ପେଟରେ ଲାତ ମାରିଥିବା ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି।

ସରକାର ବଜାରଦର ବୃଦ୍ଧି ନିୟନ୍ତ୍ରଣ କରିବା ସହ ଖାଉଟିଙ୍କୁ ରାସନ ଜରିଆରେ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଦଳ ପକ୍ଷରୁ ଦାବି ହୋଇଛି । ଏହାଛଡା ରାଜ୍ୟର ଖାଉଟିଙ୍କ ଚାହିଦା ଅନୁଯାୟୀ ଆଳୁ, ପିଆଜ, ଅଦା, ରସୁଣ, ତେଲ, ଡାଲି ଆଦିର ଉତ୍ପାଦନ ବୃଦ୍ଧି କରିବା ସହ ନିଅଣ୍ଟ ଭରଣା ପାଇଁ ଆମଦାନୀ କରିବା ପାଇଁ ପ୍ରତିକ୍ରିୟାରେ କୁହାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏଥିସହ ରାଜ୍ୟରେ ଉତ୍ପାଦିତ ପିଆଜ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଗୁଡିକୁ ସାଇତି ରଖିବା ପାଇଁ ଆଧୁନିକ ଶୀତଳ ଭଣ୍ଡାର ନିର୍ମାଣ ଏବଂ ଦରବୃଦ୍ଧିର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ କରୁଥିବା କଳାବଜାରୀକୁ ରୋକିବା ପାଇଁ ପ୍ରଶାସନ ତରଫରୁ କଡା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଏହି ବିକ୍ଷୋଭରେ ଦାବି କରାଯାଇଛି। ତେବେ ସରକାର ଯଦି ଏହା ନକରନ୍ତି ତେବେ ଏହାକୁ ନେଇ ଆଗାମୀ ଦିନରେ ବିଶାଳ ଜନ ଆନ୍ଦୋଳନ କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜ୍ୟରେ ତଥା ଦେଶରେ ବିଭିନ୍ନ ଖାଉଟି ସାମଗ୍ରୀ ର ଦର ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି।ଯାହା ଫଳରେ ସାଧାରଣ ଖାଉଟି ଏହା ବ୍ୟବହାର କରିବାର ଅନେକ ଦୁର୍ଦ୍ଦଶା ଭୋଗ କରୁଛନ୍ତି।ଯାହାର ପ୍ରତିବାଦ ସ୍ବରୂପ ଭୁବନେଶ୍ୱର ଏଡିଏମ ଅଫିସ ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହିତ ଧାରଣା ଦିଆଯାଇଛି।

Body:ଏହାର ଶତାଧିକ କର୍ମୀ ଓ ନେତା ମାନେ ଧାରଣାରେ ବସିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତା ଓ କର୍ପୋରେଟ ତୋଷଣ ନୀତି ପାଇଁ ଏହିପରି ହେଉଥିବା ଅଭିଯୋଗ କରିଛନ୍ତି।ଏପରିକି ରାଜ୍ୟର ବିଜେଡି ସରକାର ଲୋକଙ୍କୁ ସୁବିଧା ପ୍ରଦାନ ପରିବର୍ତ୍ତେ ଆଧାର କାର୍ଡ ସଂଯୋଗ ନାମରେ 19 ଲକ୍ଷ ପରିବାରର ଖାଉଟି କାର୍ଡ ରଦ୍ଦ କରି ରାଜ୍ୟର ଗରିବ ଜନସାଧାରଣଙ୍କ ପେଟରେ ଲାତ ମାରିଥିବା ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି।
ତେଣୁ ସରକାର ବଜାର ଦରବୃଦ୍ଧି ନିୟନ୍ତ୍ରଣ କରିବା ସହ ଖାଉଟି ମାନଙ୍କୁ ରାସନ ଦୋକାନ ଜରିଆରେ ଆବଶ୍ୟକୀୟ ସାମଗ୍ରୀ ସୁଲଭ ମୂଲ୍ୟରେ ଯୋଗାଇ ଦେବା,ରାଜ୍ୟର ଖାଉଟି ମାନଙ୍କ ଚାହିଦା ଅନୁଯାୟୀ ଆଳୁ,ପିଆଜ,ଅଦା ,ରସୁଣ,ତେଲ,ଡାଲି ଆଦିର ଉତ୍ପାଦନ ବୃଦ୍ଧି କରିବା ସହ ନିଅଂଟ ଭରଣା ପାଇଁ ଆମଦାନୀ କରିବା ,ଓଡ଼ିଶାରେ ଉତ୍ପାଦିତ ପିଆଜ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଗୁଡିକୁ ସାଇତି ରଖିବା ପାଇଁ ଆଧୁନିକ ଶୀତଳ ଭଣ୍ଡାର ନିର୍ମାଣ ଏବଂ ଦରବୃଦ୍ଧିର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ କରୁଥିବା କଳାବଜାରୀକୁ ରୋକିବା ନିମନ୍ତେ ପ୍ରଶାସନ ତରଫରୁ କଡା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି କରାଯାଇଛି।ନଚେତ ଏହାକୁ ନେଇ ଆଗାମୀ ଦିନରେ ବିଶାଳ ଜନ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.