ETV Bharat / city

ଗୋଡାଇ ଗୋଡାଇ ମଦ୍ୟପ କାର ଡ୍ରାଇଭରକୁ ଧରିଲେ ସିପି

author img

By

Published : Feb 6, 2020, 9:09 AM IST

ମଦ୍ୟପ ଡ୍ରାଇଭରକୁ ଗୋଡାଇ ଗୋଡାଇ ଧରିବା ପରେ ଚର୍ଚ୍ଚାରେ ସିପି  ସୁଧାଂଶୁ ଷଡ଼ଙ୍ଗୀ । ଡ୍ରାଇଭରକୁ କାବୁ କରିବା ପରେ ଟ୍ବିଟ କରି ସୂଚନା ଦେଇଛନ୍ତି ସୁଧାଂଶୁ । ଅଧିକ ପଢନ୍ତୁ...

ଗୋଡାଇ ଗୋଡାଇ ମଦ୍ୟପ କାର ଡ୍ରାଇଭରକୁ ଧରିଲେ ସିପି
ଗୋଡାଇ ଗୋଡାଇ ମଦ୍ୟପ କାର ଡ୍ରାଇଭରକୁ ଧରିଲେ ସିପି

ଭୁବନେଶ୍ବର: ସର୍ବଦା ଆକ୍ସନ ମୁଡରେ ରହୁଥିବା ଭୁବନେଶ୍ବର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜର ପଦଭାର ଗ୍ରହଣ ଦିନଠାରୁ ହିଁ ଚର୍ଚ୍ଚାରେ ରହି ଆସିଛନ୍ତି । ଏଥର କଟକ-ଭୁବନେଶ୍ବର ରାସ୍ତାରେ ଗୋଟିଏ ମଦ୍ୟପ କାର ଡ୍ରାଇଭରକୁ ଗୋଡାଇ ଗୋଡାଇ ଧରି ପୁଣି ଚର୍ଚ୍ଚାରେ ସିପି ସୁଧାଂଶୁ ଷଡ଼ଙ୍ଗୀ ।

କୁଆଖାଇ ବ୍ରିଜରେ ଏକ ବେଲଗାମ୍‌ କାର ଗୋଟିଏ ଟ୍ରକକୁ ଧକ୍କା ଦେଇଥିଲା । ତେବେ କାର ପଛରେ ଯାଉଥିବା ପୋଲିସ କମିଶନର କାରଟିକୁ ପିଛା କରିବା ସହ ଓଭରଟେକ୍‌ କରି ହଂସପାଳ ଛକରେ ଚାଳକକୁ କାବୁ କରିଥିଲେ । କାର ଚାଳକ ଏକ ଘରୋଇ କଂପାନୀର ମ୍ୟାନେଜର ହୋଇଥିବା ଜଣାପଡିଛି । ମଞ୍ଚେଶ୍ବର ପୁଲିସ ଡାକି କାର ଚାଳକକୁ ହସ୍ତାନ୍ତର କରିଥିଲେ ସିପି । ସମ୍ପୃକ୍ତ କାର ଚାଳକଙ୍କୁ ଗିରଫ କରାଯାଇଛି ।

ମଦ୍ୟପ କାର ଚାଳକକୁ ଧରିବା ପରେ ନିଜେ ଟ୍ବିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି ସୁଧାଂଶୁ । ସେ ଟ୍ବିଟରରେ ଲେଖିଛନ୍ତି ଯେ କାର ଡ୍ରାଇଭର ଜଣକ ଗୋଟିଏ କମ୍ପାନୀର ମ୍ୟାନେଜର ହୋଇଥିବାବେଳେ ତାର ଅଫିସ ପାର୍ଟି ଥିଲା । ତେବେ ଆଉ କୌଣସି ବ୍ୟାକ୍ଷାର ଆବଶ୍ୟକତା ନଥିବା କହିଛନ୍ତି ସୁଧାଂଶୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

fgfgfgfgfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.