ETV Bharat / city

କୋଭିଡ ନିୟମକୁ ଫୁ': ଏକ ନମ୍ବର ହାଟକୁ ବନ୍ଦ କଲା ବିଏମସି - ହାଟକୁ ବନ୍ଦ କଲା ବିଏମସି

ଦୃତ ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ବିଏମସି । ଏକ ନମ୍ବର ହାଟ ପଛପଟ ସ୍କୁଲ ପଡିଆରେ ଅସ୍ଥାୟୀ ହାଟରେ ପରିବା କିଣାକୁ ନେଇ ହୋଇଥିଲା ପ୍ରବଳ ଗହଳି । ଭିଡ଼କୁ ଦୃଷ୍ଟିରେ ରଖି ହାଟକୁ ବନ୍ଦ କଲା ବିଏମସି । ଅଧିକ ପଢନ୍ତୁ...

କୋଭିଡ ନିୟମକୁ ଫୁ': ଏକ ନମ୍ବର ହାଟକୁ ବନ୍ଦ କଲା ବିଏମସି

author img

By

Published : May 4, 2021, 10:08 PM IST

ଭୁବନେଶ୍ବର: କୋରୋନାର ଦୃତ ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ବିଏମସି ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ପ୍ରବଳ ଭିଡକୁ ଆଖି ଆଗରେ ରଖି ଭୁବନେଶ୍ୱରର ଜନବହୁଳ ଏକ ନମ୍ବର ହାଟକୁ ବନ୍ଦ କଲା ବିଏମସି । ଯେହେତୁ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଲକଡାଉନ । ତାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଲକଡାଉନ ଆରମ୍ଭ ହେବ । ସେନେଇ ଆଜି ଏକ ନମ୍ବର ହାଟ ପଛପଟ ସ୍କୁଲ ପଡିଆରେ ଅସ୍ଥାୟୀ ହାଟରେ ପରିବା କିଣାକୁ ନେଇ ପ୍ରବଳ ଭିଡ଼ ହୋଇଥିଲା ।

କୋଭିଡ ନିୟମକୁ ଫୁ': ଏକ ନମ୍ବର ହାଟକୁ ବନ୍ଦ କଲା ବିଏମସି
କୋଭିଡ ନିୟମକୁ ଫୁ': ଏକ ନମ୍ବର ହାଟକୁ ବନ୍ଦ କଲା ବିଏମସି

କୋଭିଡ ନିୟମକୁ ଫୁ' କରି ଉଭୟ ଖାଉଟି ଓ ଦୋକାନୀ କିଣା ବିକାରେ ବ୍ୟସ୍ତ । ତେବେ ଅସମ୍ଭାଳ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ବିଏମସି ଓ ପୋଲିସ କମିଶନରେଟ ପକ୍ଷରୁ ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ହାଟକୁ ବନ୍ଦ କରି ଦିଆଯାଇଛି ।

ବିଏମସି ପକ୍ଷରୁ ବିଭିନ୍ନ ହାଟ ବଜାର, ହୋଟେଲ, ଦୋକାନ, କୋଚିଂ କ୍ଲାସରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ କରାଯାଉଛି । ପୂର୍ବରୁ ଡମଣା ହାଟ, ଇନ୍ଦ୍ରଧନୁ ମାର୍କେଟକୁ ବିଏମସି ପକ୍ଷରୁ ବନ୍ଦ କରାଯାଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.